ETV Bharat / international

Toshakhana case: ସଂଧ୍ୟା ସୁଦ୍ଧା ଗିରଫ ହେବେ ଇମ୍ରାନ ! ଲାହୋରସ୍ଥିତ ବାସଭବନରେ ଇସଲାମାବାଦ ପୋଲିସ - ଇମ୍ରାନ ଖାନ ଗିରଫ ଓ୍ବାରେଣ୍ଟ

ପୂର୍ବତନ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସଂଧ୍ୟା ସୁଦ୍ଧା ଗିରଫ ଅନୁମାନ । ଲାହୋର ସ୍ଥିତ ବାସଭବନରେ ପହଞ୍ଚିଲା ଇସଲାମାବାଦ ପୋଲିସ । ଆନ୍ଦୋଳନ ପାଇଁ ପ୍ରସ୍ତୁତ ଦଳୀୟ କାର୍ଯ୍ୟକର୍ତ୍ତା । ଅଧିକ ପଢନ୍ତୁ

ଆଜି ଗିରଫ ହୋଇପାରନ୍ତି ଇମ୍ରାନ, ଲାହୋରରେ ପହଞ୍ଚିଲା ଇସଲାମାବାଦ ପୋଲିସ

author img

By

Published : Mar 5, 2023, 6:09 PM IST

ହାଇଦ୍ରାବାଦ: ସଂଧ୍ୟା ସୁଦ୍ଧା ଗିରଫ ହୋଇପାରନ୍ତି ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ତାଙ୍କୁ ଗିରଫ କରିବା ପାଇଁ ଇସଲାମାବାଦରୁ ଏକ ପୋଲିସ ଟିମ ଲାହୋର ସ୍ଥିତ ତାଙ୍କ ବାସଭବନରେ ପହଞ୍ଚିସାରିଛି । ଆଜି ସଂଧ୍ୟା ସୁଦ୍ଧା ତାଙ୍କୁ କୌଣସି ମୂହୁର୍ତ୍ତରେ ଗିରଫ କରାଯିବା ନେଇ ସ୍ଥାନୀୟ ଗଣମାଧ୍ୟରେ ଲଗାତାର ଖବର ପ୍ରସାରିତ ହେବାରେ ଲାଗିଛି । ଅନ୍ୟପଟେ ଗିରଫଦାରୀ ସୂଚନା ମିଳିବା ପରେ ଇମ୍ରାନଙ୍କ ଦଳର କାର୍ଯ୍ୟକର୍ତ୍ତାମାନେ ଲାହୋର ପହଞ୍ଚିବାରେ ଲାଗିଛନ୍ତି । ଗିରଫଦାରୀ ସମୟରେ ଆଇନ ଶୃଙ୍ଖଳା ସ୍ଥିତି ସୃଷ୍ଟି ଆଶଙ୍କରେ ଲାହୋରରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି ।

ତୋସାଖାନା ମାମଲାରେ ଇମ୍ରାନ ଅଭିଯୁକ୍ତ ଥିବା ବେଳେ ଶୁଣାଣିରେ କୋର୍ଟରେ ଅନୁପସ୍ଥିତ ରହିଥିଲେ । ଫଳରେ ତାଙ୍କ ନାମରେ ଇସଲାମାବାଦ ଶେସନ କୋର୍ଟ ଜାମିନବିହୀନ ଗିରଫ ପରଓ୍ବାନା ଜାରି କରିଥିଲେ । କୋର୍ଟରୁ ପୋଲିସକୁ ଗିରଫଦାରୀ ପାଇଁ ନିର୍ଦ୍ଦେଶ ମିଳିବା ପରେ ଇସଲାମାବାଦ ପୋଲିସ ଆଜି ତାଙ୍କ ବାସଭବନରେ ପହଞ୍ଚିଛି । ପୋଲିସ ପହଞ୍ଚିବା ଖବର ମିଳିବା ପରେ ଇମ୍ରାନଙ୍କ ଦଳ ଦେଶବ୍ୟାପି ଆନ୍ଦୋଳନର ଚେତାବନୀ ମଧ୍ୟ ଦେଇସାରିଛି ।

ଏହାପୂର୍ବରୁ ଇସଲାମାବାଦ ପୋଲିସ ଟୁଇଟ୍ କରି କହିଛି, କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଇମ୍ରାନ ଖାନଙ୍କୁ ଗିରଫ କରିବା ପାଇଁ ଏକ ପୋଲିସ ଟିମ୍ ଲାହୋରରେ ପହଞ୍ଚିଛି । ସୁରକ୍ଷା ଦୃଷ୍ଟିରୁ ଇସଲାମାବାଦ ପୋଲିସ ଇମ୍ରାନ ଖାନଙ୍କୁ ଗିରଫ ପରେ ଇସଲାମାବାଦକୁ ସ୍ଥାନାନ୍ତର କରିବ । ଆଇନ ସମସ୍ତଙ୍କ ପାଇଁ ସମାନ । ଯେଉଁମାନେ କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବାରେ ବାଧା ସୃଷ୍ଟି କରୁଛନ୍ତି, ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

କଣ ଏହି ତୋସାଖାନା ମାମଲା :-2018 ରେ କ୍ଷମତାକୁ ଆସି ପାକିସ୍ତାନର ପ୍ରଧାନମନ୍ତ୍ରୀ ଆସନରେ ବସିଥିବା ଇମ୍ରାନ ଖାନ ଧନୀ ଆରବ ଶାସକମାନଙ୍କଠାରୁ ମହଙ୍ଗା ଉପହାର ଗ୍ରହଣ କରିଥିବା ଅଭିଯୋଗ ହୋଇଥିଲା । ଏହି ସବୁ ବହୁମୂଲ୍ୟ ଉପହାର ପାକିସ୍ତାନର ତୋଶଖାନରେ ଜମା କରାଯାଇଥିଲା । ପାକିସ୍ତାନର ନିୟମ ଅନୁସାରେ ଏହା ସରକାରୀ ସମ୍ପତ୍ତି । ପରେ ସେଥିରେ ଦୁର୍ନୀତି ହୋଇଥିବା ଓ ଚଞ୍ଚକତା କରି ଏହାକୁ ଉଚ୍ଚଦରରେ ନିଲାମ କରାଯାଇଥିବା ଅଭିଯୋଗ ଆସିଥିଲା । ଇମ୍ରାନ ପ୍ରଧାନମନ୍ତ୍ରୀ ପଦରୁ ହଟିବା ପରେ ତାଙ୍କ ବିରୋଧରେ ଏହି ମାମଲା ଆରମ୍ଭ ହୋଇଥିଲା ।

୨୦୧୮ରେ ଇମ୍ରାନ ଖାନ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଥିଲେ । ହେଲେ ୨୦୨୨ ରେ ରାଜନୈତିକ ଅସ୍ଥିରତା ମଧ୍ୟରେ ପଦ ହରାଇବାକୁ ବାଧ୍ୟ ହୋଇଥିଲେ । ଅନ୍ୟପଟେ ସେନା ତାଙ୍କୁ ପରୋକ୍ଷରେ ଗାଦିଚ୍ୟୁତ କରିଥିବା ମଧ୍ୟ କୁହାଯାଏ । ହେଲେ କ୍ଷମତାରୁ ହଟିବା ପରେ ତାଙ୍କ ବିରୋଧରେ ଅନେକ ମାମଲା ରୁଜୁ ହୋଇଛି । ତାଙ୍କୁ ଥରେ ହତ୍ୟା ଉଦ୍ୟମ ମଧ୍ୟ ହୋଇସାରିଛି । ତୋସାଖାନା ମାମଲାରେ ମଧ୍ୟ ଆଜି ତାଙ୍କୁ ଗିରଫଦାରୀ ପାଇଁ ସମସ୍ତ ପ୍ରକ୍ରିୟା ଶେଷ କରାଯାଇଥିବା ଓ ସଂଧ୍ୟା ସୁଦ୍ଧା ଗିରଫ କରି ତାଙ୍କୁ ଇସଲାମାବାଦ ନିଆଯିବା ନେଇ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.