ETV Bharat / international

ଅଷ୍ଟ୍ରେଲିଆରେ ପଞ୍ଜାବ ଯୁବକଙ୍କ ମୃତ୍ୟୁ

author img

By

Published : Jan 17, 2023, 9:56 AM IST

ଅଷ୍ଟ୍ରେଲିଆରେ ଏକ ସଡକ ଦୁର୍ଘଟଣାରେ ପଞ୍ଜାବ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

Punjab youth dies in Australia car crash
ଅଷ୍ଟ୍ରେଲିୟାରେ ପଞ୍ଜାବ ଯୁବକଙ୍କ ମୃତ୍ୟୁ

ହାଇଦ୍ରାବାଦ: ଅଷ୍ଟ୍ରେଲିଆରେ ପଞ୍ଜାବ ଯୁବକଙ୍କ ମୃତ୍ୟୁ । ଏକ କାର ସହ ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଅଷ୍ଟ୍ରେଲିଆର କାନବେରାରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ମୃତକ ଯୁବକ ଜଣଙ୍କ ହେଉଛନ୍ତି ପଞ୍ଜାବ ଫିରୋଜପୁରର କୁନାଲ ଚୋପ୍ରା ।

ମିଳିଥିବା ସୂଚନା ଅନୁଯାୟୀ, ଗତ ସପ୍ତାହରେ କୁନାଲ ଚୋପ୍ରା କାମ ସାରି ଅଫିସରୁ ଫେରୁ ଥିବା ବେଳେ କାନବେରାରେ ତାଙ୍କ କାର ସହ ଏକ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା । ଏହାପରେ ଗୁରୁତର ଆହତ ହୋଇପଡିଥିଲେ କୁନାଲ । ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅଷ୍ଟ୍ରେଲିଆର ବହୁ ସଂସ୍କୃତି ଏବଂ ବହୁଭାଷୀ ପ୍ରସାରଣକାରୀ SBS ପଞ୍ଜାବୀ ଏହି ରିପୋର୍ଟ ପ୍ରକାଶ କରିଛି ।

ତେବେ ରିପୋର୍ଟରୁ ଜଣା ପଡିଛି ଯେ ଦୁର୍ଘଟଣା ଘଟାଇଥିବା ଟ୍ରକ ଚାଳକକୁ ଡ୍ରଗ୍ସ ବା ମଦ୍ୟପାନ କରିଛନ୍ତି ନା ନାହିଁ ତାହା ଟେଷ୍ଟ ପାଇଁ ହସ୍ପିଟାଲ ନିଆଯାଇଥିଲା । ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ମୃତ ଯୁବକଙ୍କ କାର ରାସ୍ତାର ଭୁଲ ପାର୍ଶ୍ୱରେ ଯାଉଥିବା ବେଳେ ଟ୍ରକ ସହ ଧକ୍କା ହୋଇଥିଲା । ବର୍ତ୍ତମାନ ପୋଲିସ ଘଟଣାସ୍ଥଳରେ ଅନୁସନ୍ଧାନ ଜାରି ରଖିଛି । ମୃତକ କୁନାଲ ଚୋପ୍ରା ତାଙ୍କ ସମ୍ପର୍କୀୟ ହନୀ ମାଲହୋତ୍ରାଙ୍କ ସହ କାନବେରାରେ ରହୁଥିଲେ ।

ହନୀ ଏସବିଏସ ପଞ୍ଜାବୀକୁ କହିଛନ୍ତି, "କୁନାଲର ମୃତ୍ୟୁ ପରେ ତାଙ୍କ ପରିବାରଙ୍କୁ ମୁଁ ସୂଚନା ଦେଇଥିଲି । ସମ୍ପୂର୍ଣ୍ଣ ପରିବାର ଏବେ ଦୁଃଖରେ ଭାଙ୍ଗି ପଡିଛନ୍ତି । ବର୍ତ୍ତମାନ ତାର ମୃତଦେହ ଭାରତକୁ ପଠାଇବା ପାଇଁ ବ୍ୟବସ୍ଥା କରାଯାଉଛି ।"

ନିକଟରେ ୟୁକ୍ରେନରେ ୪ ଭାରତୀୟଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା । ୟୁକ୍ରେନର ସିମ୍ପ୍ରପୋଲର କ୍ରିମିୟାରେ ଭାରସାମ୍ୟ ହରାଇ ଏକଗଛରେ ପିଟି ହେବାରୁ ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରୁ ଦୁଇ ଜଣ ଡାକ୍ତରୀ ଛାତ୍ର ତୃତୀୟ ବର୍ଷର ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଚତୁର୍ଥ ବର୍ଷରେ ପାଠ ପଢୁଥିଲେ । ପ୍ରାଥମିକ ସୂଚନା ଅନୁଯାୟୀ, ଏକ କାରରେ ୪ ଜଣ ଛାତ୍ର ସର୍ଗେଭ୍-ସେନ୍ସ୍କି ଛକରୁ କ୍ରିମିୟା ସେଣ୍ଟ ସିମ୍ପ୍ରପୋଲର ଅଭିମୁଖେ ଯାଉଥିଲେ । ହଠାତ୍‌ କୌଣସି କାରଣରୁ କାରଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା । ଫଳରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା । ତେବେ ତଦନ୍ତ ପରେ ସମସ୍ତ ମୃତକ ଭାରତୀୟ ହୋଇଥିବା ଜଣାପଡିଥିଲା । କିନ୍ତୁ ସେମାନେ ଭାରତର କେଉଁ ରାଜ୍ୟର ସେନେଇ କୌଣସି ସୂଚନା ହସ୍ତଗତ ହୋଇ ନଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.