ETV Bharat / international

ମୋଦିଙ୍କ ବିରୁଦ୍ଧରେ ପାକ୍ ବିଦେଶ ମନ୍ତ୍ରୀଙ୍କ ଅଶାଳୀନ ମନ୍ତବ୍ୟ, ନିନ୍ଦା କଲା ଭାରତ

author img

By

Published : Dec 17, 2022, 7:19 AM IST

ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଂସେଇ ସହ ତୁଳନା କଲେ ପାକିସ୍ତାନ ବିଦେଶ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ । ପାକ୍ ମନ୍ତ୍ରୀଙ୍କ ମନ୍ତବ୍ୟଙ୍କୁ ତୀବ୍ର ନିନ୍ଦା କଲା ଭାରତ । ଅଧିକ ପଢନ୍ତୁ

ବିଲୱାଲ ଭୁଟ୍ଟୋଙ୍କ ଅଶାଳୀନ ମନ୍ତବ୍ୟ
ବିଲୱାଲ ଭୁଟ୍ଟୋଙ୍କ ଅଶାଳୀନ ମନ୍ତବ୍ୟ

ନୂଆଦିଲ୍ଲୀ: ଆତଙ୍କବାଦ ପ୍ରସଙ୍ଗରେ ଜାତିସଂଘର ସୁରକ୍ଷା ପରିଷଦରେ ପାକିସ୍ତାନର ମୁଖା ଖୋଲିଛନ୍ତି ଏସ୍ ଜୟଶଙ୍କର । ପାକିସ୍ତାନ ଆତଙ୍କବାଦର କେନ୍ଦ୍ରସ୍ଥଳ ବୋଲି ଜୟଶଙ୍କରଙ୍କ ମନ୍ତବ୍ୟରେ ବିଳିବିଳେଇଛନ୍ତି ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ(Pakistan Foreign Minister Bilawal Bhutto) । ଭାରତକୁ ଜବାବ ଦେବାକୁ ଯାଇ ଭୁଟ୍ଟୋ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସିଧାସଳଖ ଆକ୍ଷେପ କରିଛନ୍ତି । ସେ କହିଛନ୍ତି, ''ଅଲକାଏଦା ମୁଖ୍ୟ ଓସାମା ବିନ୍ ଲାଡେନ ଏବେ ମୃତ । ହେଲେ ଗୁଜୁରାଟର କଂସେଇ ଏବେ ବି ଜୀବିତ(butcher of Gujarat lives) ଏବଂ ସେ ଏବେ ଭାରତର ପ୍ରଧାନମନ୍ତ୍ରୀ ।'' ପାକ୍ ମନ୍ତ୍ରୀଙ୍କ ଏପରି ଆଶାଳୀନ ମନ୍ତବ୍ୟକୁ ନେଇ ଏବେ ଭାରତରେ ଝଡ ସୃଷ୍ଟି ହୋଇଛି ।

ମୋଦିଙ୍କୁ ବ୍ୟକ୍ତିଗତ ଭାବେ ଟାର୍ଗେଟ କରି ପାକ୍ ବିଦେଶ ମନ୍ତ୍ରୀ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହାକୁ ଭାରତ କଡା ନିନ୍ଦା କରିଛି । ଶୁକ୍ରବାର ବିଜେପି ପକ୍ଷରୁ ଦିଲ୍ଲୀ ସ୍ଥିତ ପାକିସ୍ତାନ ଦୂତାବାସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିକ୍ଷୋଭକାରୀମାନେ ହାତରେ ପ୍ଲାକାର୍ଡ ଧରି ପାକିସ୍ତାନ ହାଏ ହାଏ ଓ ବିଲାୱଲ ଭୁଟ୍ଟୋ କ୍ଷମା ମାଗ ବୋଲି ନାରାବାଜି କରିଛନ୍ତି । ସେହିପରି ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ''ଓସାମା ବିନ ଲାଡେନକୁ ଶହୀଦ ଭାବେ ସମ୍ମାନ ଦେଉଥିବା ପାକିସ୍ତାନ ଲଖଭି, ହାଫିଜ ସଇଦ, ମାସୁଦ ଅଜହର, ସାଜିବ ମିର୍ ଓ ଦାଉଦ ଇବ୍ରାହିମକୁ ଆଶ୍ରୟ ଦେଇଛି । ଅନ୍ୟ କୌଣସି ଦେଶ ଜାତିସଂଘ ଦ୍ବାରା ଘୋଷିତ ୧୨୭ ଜଣ ଆତଙ୍କବାଦୀ ଓ ୨୭ଟି ଆତଙ୍କବାଦୀ ସଂଗଠନକୁ ଏଭଳି ଆଶ୍ରୟ ଦେଇନାହାନ୍ତି । ମୋଦିଙ୍କ ପ୍ରତି ପାକ୍ ମନ୍ତ୍ରୀ ଏଭଳି ଅଶାଳୀନ ମନ୍ତବ୍ୟ ଦେଇ ନିଜର ନୀଚ ମାନସିକତାକୁ ପ୍ରମାଣିତ କରିଛନ୍ତି ।''

ଏହାମଧ୍ୟ ପଢନ୍ତୁ: ଜାତିସଂଘରେ ପୁଣି ବର୍ଷିଲେ ଜୟଶଙ୍କର, କହିଲେ ପାକିସ୍ତାନ ଆତଙ୍କବାଦର କେନ୍ଦ୍ରସ୍ଥଳ

କେନ୍ଦ୍ରମନ୍ତ୍ରୀ ମୀନାକ୍ଷୀ ଲେଖି କହିଛନ୍ତି, ''ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଯେଉଁ ଭାଷା ପ୍ରୟୋଗ କରିଛନ୍ତି, ତାଙ୍କ ଦେଶ ଉଭୟ ଆର୍ଥିକ ଓ ମାନସିକ ସ୍ତରରେ ଦେବାଳିଆ ହୋଇଯାଇଛି ବୋଲି ବୁଝାପଡୁଛି । ବିଲାୱଲ ଭୁଟ୍ଟୋ ଏକ ବିଫଳ ରାଷ୍ଟ୍ରର ପ୍ରତିନିଧି ଏବଂ ସେ ନିଜେ ମଧ୍ୟ ବିଫଳ ।'' ସେହିପରି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭୁଟ୍ଟୋଙ୍କ ମନ୍ତବ୍ୟଙ୍କୁ ଲଜ୍ଜାଜନକ ବୋଲି କହିଛନ୍ତି । କହିରଖୁଛୁ କି, ୨୦୦୨ ଗୁଜୁରାଟ ଦଙ୍ଗା ଘଟଣାକୁ ନେଇ ପାକ୍ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ଏପରି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏହି ଦଙ୍ଗା ହୋଇଥିଲା ଏବଂ ଏଥିରେ ୧୦୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.