ETV Bharat / international

ୟୁଏନଏସସିରେ ଆଫଗାନିସ୍ତାନ ଭୂକମ୍ପ ପୀଡିତଙ୍କ ପ୍ରତି ଭାରତର ଦୁଃଖ ପ୍ରକାଶ

author img

By

Published : Jun 25, 2022, 7:49 AM IST

ଆଫଗାନିସ୍ତାନ ଭୂକମ୍ପରେ ପୀଡିତ ତଥା ସେମାନଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛି ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) । ଏଥିସହ ଆବଶ୍ୟକତା ସମୟରେ ସହାୟତା ଯୋଗାଇଦେବାକୁ ପ୍ରତିଶୃତି । ଅଧିକ ପଢନ୍ତୁ

India expresses grief over tragic earthquake in Afghanistan at UNSC
ଆଫଗାନିସ୍ତାନରେ ହୋଇଥିବା ଭୂକମ୍ପକୁ ନେଇ ଭାରତର ଦୁଃଖ ପ୍ରକାଶ

କାବୁଲ: ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ (ୟୁଏନଏସସି) ଆଫଗାନିସ୍ତାନ ଭୂକମ୍ପ ପୀଡିତଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛି ଭାରତ । ଏଥିସହ ଆବଶ୍ୟକତା ସମୟରେ ସହାୟତା ଯୋଗାଇଦେବାକୁ ପ୍ରତିଶୃତି ଦେଇଛି । ରାଷ୍ଟ୍ରଦୂତ ତିରୁମୁର୍ତ୍ତୀ କହିବା ଅନୁସାରେ ରିଜୋଲ୍ୟୁସନର କାର୍ଯ୍ୟ ଉପରେ ଜରୁରୀକାଳୀନ ରିଲିଫ ସଂଯୋଜକଙ୍କ ଦ୍ବାରା ହୋଇଥିବା ବୈଠକକୁ ଅଧିକ ଗୁରୁତ୍ବ ଦିଆଯାଇଛି । ତେବେ ସହଯୋଗୀମାନଙ୍କ ଦ୍ବାରା ଏହା ସମ୍ଫୁର୍ଣ୍ଣ ଭାବରେ ଉପଯୋଗ ହେବାସହ ଏହି ସହାୟତା ପ୍ରଥମେ ସବୁଠାରୁ ଅସୁରକ୍ଷିତ ଲୋକଙ୍କ ନିକଟରେ ପହଞ୍ଚିବା ଉଚିତ ବୋଲି ରାଷ୍ଟ୍ରଦୂତ କହିଛନ୍ତି ।

ଆଫଗାନିସ୍ତାନରେ ପ୍ରଭାବିତ ଲୋକମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତ 30,000MT ଗହମ, 13 ଟନ୍ ଔଷଧ, 500,000 ଡୋଜ COVID-19 ଟିକା ଏବଂ ଶୀତକାଳୀନ ପୋଷାକ ସହାୟତା ପଠାଇଛି । ଏହି ସହାୟତା ସାମଗ୍ରୀକୁ ଇନ୍ଦିରା ଗାନ୍ଧୀ ଶିଶୁ ହସ୍ପିଟାଲ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) ଏବଂ ମିଳିତ ଜାତିସଂଘର ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ (UNWFP) ଭଳି ଜାତିସଂଘର ସ୍ବତନ୍ତ୍ର ଏଜେନ୍ସିକୁ ହସ୍ତାନ୍ତର କରାଯାଇଛି ।

ଭାରତର ଗହମ ସହାୟତାର ନିରପେକ୍ଷ ଏବଂ ଯଥାର୍ଥ ବଣ୍ଟନକୁ ସୁନିଶ୍ଚିତ କରିବା ପାଇଁ ଭାରତ ସରକାର ଆଫଗାନିସ୍ତାନ ମଧ୍ୟରେ 50,000 MT ଗହମ ବଣ୍ଟନ ପାଇଁ UNWFP ସହିତ ଏକ ଚୁକ୍ତିନାମା ସ୍ବାକ୍ଷର ହୋଇଛି । ଭାରତର ଚିକିତ୍ସା ଏବଂ ଖାଦ୍ୟଶସ୍ୟ ସହାୟତାର ଉପଯୋଗକୁ ତଦାରଖ ଏବଂ ଆଫଗାନିସ୍ତାନର ପ୍ରଭାବିତଙ୍କର ଆବଶ୍ୟକତାକୁ ଅଧିକ ଆକଳନ କରିବା ପାଇଁ ଏକ ଭାରତୀୟ ଦଳ ନିକଟରେ କାବୁଲ ପରିଦର୍ଶନ କରିବା ସହ ଏଥିରେ ଜଡିତ ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧୀଙ୍କ ସହ ଆଲୋଚନା କରିଥିଲେ । ଏଥିସହ ଭାରତୀୟ କାର୍ଯ୍ୟକ୍ରମ ଏବଂ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ସ୍ଥାନ ମଧ୍ୟ ପରିଦର୍ଶନ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.