ETV Bharat / international

ପାକିସ୍ତାନରେ ନିର୍ବାଚନ ଲଢିବେ ହିନ୍ଦୁ ମହିଳା ସାବିରା, ଜାଣନ୍ତୁ କିଏ ସେ

author img

By ETV Bharat Odisha Team

Published : Dec 26, 2023, 2:03 PM IST

Hindu Woman To Contest In Pakistan Polls: ପାକିସ୍ତାନରେ ନିର୍ବାଚନ ଲଢିବେ ହିନ୍ଦୁ ମହିଳା ପରକାଶ । ଜାଣନ୍ତୁ ତାଙ୍କ ବିଷୟରେ...

ପାକିସ୍ତାନରେ ନିର୍ବାଚନ ଲଢିବେ ହିନ୍ଦୁ ମହିଳା
ପାକିସ୍ତାନରେ ନିର୍ବାଚନ ଲଢିବେ ହିନ୍ଦୁ ମହିଳା

ନୂଆଦିଲ୍ଲୀ: ଇତିହାସରେ ପ୍ରଥମ । ପାକିସ୍ତାନରେ ସାଧାରଣ ନିର୍ବାଚନ ଲଢିବେ ହିନ୍ଦୁ ମହିଳା । ଆସନ୍ତା ବର୍ଷ ଫେବୃଆରୀ ୮ ତାରିଖରେ ପାକିସ୍ତାନ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ପ୍ରତିଦ୍ବନ୍ଦିତା ପାଇଁ ଜଣେ ହିନ୍ଦୁ ମହିଳା ନିଜର ନାମାଙ୍କନ ଦାଖଲ କରିଛନ୍ତି । ତାଙ୍କର ନାମ ଡଃ ସାବିରା ପରକାଶ । ସାବିରା ଖୈବର ପଖତୁନଖ୍ବା ପ୍ରଦେଶ ବୁନେର ଜିଲ୍ଲାର ହିନ୍ଦୁ ସମ୍ପ୍ରଦାୟର ସଦସ୍ୟ ଅଟନ୍ତି । ସେ ପାକିସ୍ତାନ ପିପୁଲ୍ସ ପାର୍ଟି (PPP) ଟିକେଟରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି ।

ଖୈବର ପଖତୁନଖ୍ବା ପ୍ରଦେଶରେ ସାବିରାଙ୍କ ଘର । ତାଙ୍କର ବାପା ଓମ୍‌ ପ୍ରକାଶ ଜଣେ ଅବସରପ୍ରାପ୍ତ ଡାକ୍ତର ଏବଂ ବିଗତ ୩୫ ବର୍ଷ ହେଲାଣି ପାକିସ୍ତାନ ପିପୁଲ୍ସ ପାର୍ଟିର ସକ୍ରିୟ କାର୍ଯ୍ୟକର୍ତ୍ତା ଭାବେ କାର୍ଯ୍ୟ କରିଆସିଛନ୍ତି । ଏବେ ତାଙ୍କର ଝିଅ ୨୦୨୪ ସାଧାରଣ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାକୁ ଯାଉଛନ୍ତି । ଡଃ ସାବିରା ବୁନେର ଜିଲ୍ଲାର ପିକେ-୨୫ ଆସନରୁ ନାମାଙ୍କନ ଭରିଛନ୍ତି । ଏନେଇ କୁଆମୀ ୱତନ ପାର୍ଟିର ଜଣେ ସ୍ଥାନୀୟ ନେତା ସଲିମ ଖାନ କହିଛନ୍ତି, ବୁନେର ଜିଲ୍ଲାରୁ ନିର୍ବାଚନ ନାମାଙ୍କନ ଦାଖଲ କରିବାରେ ସାବିରା ପରକାଶ ପ୍ରଥମ ମହିଳା ।

ଏହା ମଧ୍ୟ ପଢନ୍ତୁ: ପାକିସ୍ତାନରେ ନିର୍ବାଚନ ଲଢ଼ିବ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ହାଫିଜ ସଇଦ, ଲାହୋରରୁ ଲଢ଼ିବ ପୁଅ

ସାବିରା କହିଛନ୍ତି ଯେ, ତାଙ୍କୁ ସାଧାରଣ ନିର୍ବାଚନରେ ପ୍ରତିଦ୍ବନ୍ଦିତା ପାଇଁ ଅନୁମତି ଦେବାକୁ ପିପିପି ଦଳର ଜଣେ ବରିଷ୍ଠ ନେତା ତାଙ୍କର ବାପାଙ୍କୁ ଅନୁରୋଧ କରିଥିଲେ । ସେ ଗତ ୨୩ ତାରିଖ ଦିନ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ମହିଳା ସଶକ୍ତିକରଣ, ସେମାନଙ୍କ ପାଇଁ ସୁରକ୍ଷିତ ପରିବେଶ ସୁନିଶ୍ଚିତ କରିବା ସହ ଅଧିକାରର ସୁରକ୍ଷା ପାଇଁ ସେ ଲଢ଼େଇ କରିବେ । ୨୦୨୨ରେ ସାବିରା ଅବ୍ବୋତାବାଦ ଇଣ୍ଟରନ୍ୟାସନାଲ ମେଡିକାଲ କଲେଜରୁ ସ୍ନାତକ ହାସଲ କରିଛନ୍ତି । ଏବେ ସେ ବୁନେର ଜିଲ୍ଲାରୁ ପିପିପି ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦିକା ଅଛନ୍ତି । ସ୍ଥାନୀୟ ଅଞ୍ଚଳର ଗରୀବ, ନିଷ୍ପେଷିତ ଲୋକଙ୍କ ପାଇଁ କାମ କରିବାକୁ ନିଜ ବାପାଙ୍କ ଚଲାପଥ ଅନୁସରଣ କରୁଛନ୍ତି ବୋଲି କହିଛନ୍ତି ସାବିରା ।

ପ୍ରକାଶ ଥାଉକି, ପୂର୍ବରୁ କେବେ ବି କୌଣସି ହିନ୍ଦୁ ମହିଳା ପାକିସ୍ତାନରେ ନିର୍ବାଚନ ଲଢ଼ି ନାହାନ୍ତି । ଇତିହାସରେ ପ୍ରଥମ ଥର, ଯେତେବେଳେ ପାକିସ୍ତାନରେ ହିନ୍ଦୁ ସମ୍ପ୍ରଦାୟର ଜଣେ ମହିଳା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । ଆସନ୍ତା ଫେବୃଆରୀ ୮ ତାରିଖରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ଦେଶରେ ଜୋରସୋରରେ ପ୍ରଚାର ଚାଲିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.