ETV Bharat / international

ଆମେରିକାରେ ଶୁଭିଲା ରାମନାମ; ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ନେଇ ହ୍ୟୁଷ୍ଟନରେ କାର୍ ରାଲି

author img

By ETV Bharat Odisha Team

Published : Jan 10, 2024, 8:46 AM IST

Hindu Americans car rally in Houston: ହିନ୍ଦୁ ଆମେରିକୀୟ ସମୁଦାୟର ସଦସ୍ୟମାନେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ନେଇ ହ୍ୟୁଷ୍ଟନରେ ଏକ ବିଶାଳ କାର ରାଲି କରିଛନ୍ତି । ଅଧିକ ପଢ଼ନ୍ତୁ

ହିନ୍ଦୁ ଆମେରିକୀୟଙ୍କ ମଧ୍ୟରେ ଉତ୍ସାହ
ହିନ୍ଦୁ ଆମେରିକୀୟଙ୍କ ମଧ୍ୟରେ ଉତ୍ସାହ

ୱାଶିଂଟନ: ଜାନୁଆରୀ 22ରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ମହାଆଡମ୍ବରରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଭବ୍ୟ ସମାରୋହ ପାଇଁ ଉତ୍ସାହିତ ସମଗ୍ର ଭାରତବାସୀ । ବଡ଼ ବଡ଼ ସେଲିବ୍ରିଟିମାନଙ୍କ ଠାରୁ ନେଇ ରାଜନେତା ଓ ସାଧୁସନ୍ଥମାନେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ଉତ୍ସବରେ ସାମିଲ ହେବେ । ଏହି ଭବ୍ୟ ସମାରୋହକୁ ନେଇ ହିନ୍ଦୁ ଆମେରିକୀୟ ସମୁଦାୟ ମଧ୍ୟ ଖୁବ୍ ଉତ୍ସାହିତ ଅଛନ୍ତି । ଆମେରିକାରେ ବସବାସ କରୁଥିବା ହିନ୍ଦୁ ଆମେରିକୀୟମାନେ ହ୍ୟୁଷ୍ଟନ ସହରରେ ଏକ ବିଶାଳ କାର୍ ରାଲି କରିଛନ୍ତି । ସମସ୍ତେ ଭଜନ ଗାଇବା ସହ 'ଜୟ ଶ୍ରୀ ରାମ' ନାରା ଦେଇ ରାଲି କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ହିନ୍ଦୁ-ଆମେରିକୀୟ ସମୁଦାୟର ସଦସ୍ୟମାନେ କାର୍ ରାଲିରେ ତାଙ୍କ ବାଟରେ ଆସୁଥିବା 11ଟି ମନ୍ଦିରର ପରିକ୍ରମା କରିଛନ୍ତି । ରାମ ମନ୍ଦିରର ପ୍ରତିଛବି ସହିତ 500ରୁ ଅଧିକ ଲୋକ ଭାରତ ଏବଂ ଆମେରିକାର ପତାକା ଓ ଗୈରିକ ରଙ୍ଗର ପତାକା ଧରି 216ଟି କାରରେ ପ୍ରାୟ ପାଞ୍ଚ କିଲୋମିଟର ରାଲି କରିଥିଲେ । ଏହି ସମୟରେ 8 ଜଣ ପୋଲିସ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ । ହ୍ୟୁଷ୍ଟନ ସାମାଜିକ କର୍ମୀ ଜୁଗାଲ୍ ମଲାନି ଶ୍ରୀମୀନାକ୍ଷୀ ମନ୍ଦିରରୁ ଏହି ରାଲିକୁ ଆରମ୍ଭ କରିଥିଲେ ଏବଂ ଅପରାହ୍ନରେ ରିଚମଣ୍ଡର ଶ୍ରୀଶରଦ ଅମ୍ବା ମନ୍ଦିରରେ ପହଞ୍ଚିବା ପରେ ଏହା ଶେଷ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଦିଲ୍ଲୀ-ଅଯୋଧ୍ୟା ମଧ୍ୟରେ ଉଡ଼ିଲା ଇଣ୍ଡିଗୋ ବିମାନ

ଏହି ରାଲି ହ୍ୟୁଷ୍ଟନ୍‌ର ବ୍ୟସ୍ତବହୁଳ ରାସ୍ତାରେ ପ୍ରାୟ 160 କିଲୋମିଟର ଦୂରତା ଅତିକ୍ରମ କରିଥିଲା ​​ଏବଂ ଛଅ ଘଣ୍ଟିଆ ରାଲିରେ ପ୍ରାୟ 11ଟି ମନ୍ଦିରରେ ଅଟକି ଥିଲା । ପ୍ରାୟ ଦୁଇ ହଜାର ଭକ୍ତ ମନ୍ଦିରରେ ଏକାଠି ହୋଇଥିଲେ, ଯେଉଁଥିରେ ଉଭୟ ଯୁବକ ଓ ବୃଦ୍ଧ ମଧ୍ୟ ସାମିଲ ହୋଇଥିଲେ । ଏହି ସମୟରେ ଅନେକ ଭକ୍ତଙ୍କ ଆଖି ଆର୍ଦ୍ର ଦେଖାଯାଉଥିଲା । ଏହି ମନ୍ଦିରରେ ଭଜନ ସହିତ ଶୋଭାଯାତ୍ରାକୁ ସ୍ୱାଗତ କରାଯାଇଥିଲା । ଭିଏଚପିଏ କହିଛି, ବିଭିନ୍ନ ମନ୍ଦିରରେ ଏକାଠି ହୋଇଥିବା 2500ରୁ ଅଧିକ ଭକ୍ତଙ୍କ ଦ୍ୱାରା କାର ରାଲିରେ ଅଂଶ ଗ୍ରହଣକାରୀଙ୍କ ମଧ୍ୟରେ ଥିବା ଭକ୍ତି ଓ ପ୍ରେମ ଝଲସୁଥିଲା ।

ତେବେ ଆମେରିକାର ବିଶ୍ୱ ହିନ୍ଦୁ ପରିଷଦ (VHPA) ମଧ୍ୟ ଜାନୁଆରୀ 22ରେ ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ । ଏନେଇ ଅଯୋଧ୍ୟା ମନ୍ଦିର ଟ୍ରଷ୍ଟ ପକ୍ଷରୁ ତାଙ୍କୁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.