ETV Bharat / international

Havana Explosion: ମୃତ୍ୟୁ ସଂଖ୍ୟା 22କୁ ବୃଦ୍ଧି, ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି - powerful explosion in cuba

କ୍ବିବାର ରାଜଧାନୀ ହାଭାନାରେ ଭୟଙ୍କର ବିସ୍ଫୋରଣ । ଏଥିରେ 22 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 70ରୁ ଅଧିକ ଆହତ । ଅଧିକ ପଢନ୍ତୁ

ପଞ୍ଚତାରାକା ହୋଟେଲରେ ଭୟଙ୍କର ବିସ୍ଫୋରଣ, 22 ମୃତ

author img

By

Published : May 7, 2022, 2:09 PM IST

ହାଭାନା: କ୍ବିବାର ରାଜଧାନୀ ହାଭାନାରେ ଭୟଙ୍କର ବିସ୍ଫୋରଣ । ହାଭାନାର ଏକ ପଞ୍ଚତାରକା ହୋଟେଲରେ ଏହି ବିସ୍ଫୋରଣ ହୋଇଛି(Powerful Explosion at a Five-star Hotel) । ଏଥିରେ ମୋଟ 22 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 70ରୁ ଅଧିକ ଲୋକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ ରହିଛନ୍ତି । ତେବେ ଗ୍ୟାସ ଲିକ୍ ଯୋଗୁଁ ଏହି ଅଘଟଣ ଘଟିଥିବାର ସନ୍ଦେହ କରାଯାଉଛି ।

ସୂଚନା ଅନୁଯାୟୀ, ଶୁକ୍ରବାର ହାଭାନା ସହର ସ୍ଥିତ ବିଳାସପୂର୍ଣ୍ଣ ସାରାଟୋଗା ହୋଟେଲ(Saratoga Hotel)ରେ ବିସ୍ଫୋରଣ ହୋଇଥିଲା । ଏଥିରେ ପ୍ରଥମେ 8 ଜଣଙ୍କ ମୃତ୍ୟୁ ଘଟିଥିବାର ଖବର ଆସିଥିଲା । ପରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ 22ରେ ପହଞ୍ଚିଛି । ଏହି ହୋଟେଲରେ 96ଟି ରୁମ, ଦୁଇଟି ବାର, ଦୁଇଟି ରେସ୍ତୋରାଁ, ଗୋଟିଏ ସ୍ପା ଏବଂ ଜିମ୍ ରହିଛି । ବିସ୍ଫୋରଣ ପରେ ହୋଟେଲର ଗୋଟିଏ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାର ସୂଚନା ମିଳିଛି । କ୍ବିବା ରାଷ୍ଟ୍ରପତି ମିଗେଲ ଡିୟାଜ କନେଲ (miguel díaz-canel) ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଏବଂ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ରାଷ୍ଟ୍ରପତିଙ୍କ କହିଛନ୍ତି ଯେ,‘ଏହା କୌଣସି ଆକ୍ରମଣ କିମ୍ବା ବୋମାମାଡ ନଥିଲା । ଏହି ବିସ୍ଫୋରଣ କେବଳ ମାତ୍ର ଏକ ଦୁର୍ଘଟଣା ଥିଲା’ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.