ଚଣ୍ଡିଗଡ: ହରିୟାଣାରେ ସାମ୍ପ୍ରଦାୟିକ ହିଂସା ଦିନକୁ ଦିନ ଉଗ୍ର ରୂପ ନେଉଛି । ନୁହରୁ ଆରମ୍ଭ ହିଂସା ଗୁରୁଗ୍ରାମ, ଉତ୍ତରପ୍ରଦେଶ, ରାଜସ୍ଥାନ ଓ ଦିଲ୍ଲୀ ପର୍ଯ୍ୟନ୍ତ ବ୍ୟାପିଲାଣି । ଯାହାକୁ ନେଇ ଏବେ ବିଦେଶୀ ରାଷ୍ଟ୍ର ମଧ୍ୟ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଆମେରିକା ବୈଦେଶିକ ବିଭାଗ ହରିୟାଣା ହିଂସା ସଂକ୍ରାନ୍ତରେ ବୟାନ ଜାରି କରି ଶାନ୍ତି ବଜାୟ ରଖିବାକୁ ଦୁଇ ପକ୍ଷକୁ ଅପିଲ୍ କରିଛି । ଏଥିସହ ହିଂସାତ୍ମକ କାର୍ଯ୍ୟରୁ ଦୂରେଇ ରହିବାକୁ ପାର୍ଟି ଗୁଡିକୁ ନିବେଦନ କରିଛି । ହରିୟାଣା ହିଂସାରେ କୌଣସି ଆମେରିକୀୟ ପ୍ରଭାବିତ ହୋଇଛନ୍ତି କି ବୋଲି ବୁଧବାର ଗଣମାଧ୍ୟମ ପ୍ରଶ୍ନରେ ବୈଦେଶିକ ବିଭାଗର ମୁଖପାତ୍ର ମାଥେଉ ମିଲର ଏହା କହିଛନ୍ତି ।
- " class="align-text-top noRightClick twitterSection" data="">
ଗଣମାଧ୍ୟମ ସହ ସାକ୍ଷାତକାର ବେଳେ ହିନ୍ଦୁ ଓ ମୁସଲିମ ମଧ୍ୟରେ ଏହି ସାମ୍ପ୍ରଦାୟିକ ସଂଘର୍ଷ ସମ୍ପର୍କରେ ଆମେରିକା ଅଧିକାରୀ ତାଙ୍କର ମତାମତ ରଖିଛନ୍ତି, ''ସବୁଥର ଭଳି ଆମେରିକା ଲୋକଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ଆହ୍ବାନ କରିବା ସଙ୍ଗେ ସଙ୍ଗେ ହିଂସାରୁ ଦୂରେଇ ରହିବାକୁ ପାର୍ଟି ଗୁଡିକୁ ନିବେଦନ କରିବ । ତେବେ ଏହି ହିଂସାରେ କୌଣସି ଆମେରିକୀୟ ପ୍ରଭାବିତ ହୋଇଥିବାର ଏ ଯାଏ କୌଣସି ସୂଚନା ମିଳିନି ।''
-
Pl ease do not listen to rumours. Please do not give credence to reports on social media.
— Gurugram Police (@gurgaonpolice) August 1, 2023 " class="align-text-top noRightClick twitterSection" data="
We request you to immediately call 112 in case u need any help at all and we assure you - Gurugram Police shall be there for you.
">Pl ease do not listen to rumours. Please do not give credence to reports on social media.
— Gurugram Police (@gurgaonpolice) August 1, 2023
We request you to immediately call 112 in case u need any help at all and we assure you - Gurugram Police shall be there for you.Pl ease do not listen to rumours. Please do not give credence to reports on social media.
— Gurugram Police (@gurgaonpolice) August 1, 2023
We request you to immediately call 112 in case u need any help at all and we assure you - Gurugram Police shall be there for you.
ପ୍ରକାଶଥାଉ କି, ନୁହରେ ହିନ୍ଦୁ ସଂଗଠନର ଶୋଭାଯାତ୍ରା ସମୟରେ ପଥରମାଡ ପରେ ହିଂସା ଆରମ୍ଭ ହୋଇଥିଲା । ନୁହ ପରେ ଏବେ ଗୁରୁଗ୍ରାମରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଦଙ୍ଗାକାରୀମାନେ ବିଭିନ୍ନ ସ୍ଥାନରେ ପୋଡାଜଳା, ଭଙ୍ଗାରୁଜା ଚଲାଇଛନ୍ତି । ଦୋକାନ ବଜାର, ଗାଡିମୋଟରରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଉଛନ୍ତି । ହିଂସାକାଣ୍ଡରେ ରାଜ୍ୟରେ ଏବେ ସୁଦ୍ଧା ୬ ଜଣଙ୍କ ମୃତ୍ୟୁ ଘଟିଲାଣି । ୫୦ ଜଣ ଆହତ ହୋଇଛନ୍ତି । ବୁଧବାର ଦିନ ଗୁରୁଗ୍ରାମରେ ଦୁଇଟି ଅସ୍ଥାୟୀ ଘରକୁ ଜାଳି ଦିଆଯାଇଥିବା ବେଳେ ଏକ ଚା' ଦୋକାନରେ ଭଙ୍ଗାରୁଜା ହୋଇଛି । ଏହାର ଦିନକ ପୂର୍ବରୁ ମଙ୍ଗଳବାର ରାତିରେ ୫ଟି ଗୋଦାମରେ ନିଆଁ ଲଗାଇ ଦେଇଥିଲେ ଉପଦ୍ରବୀ । ରାଜ୍ୟରେ ହିଂସା ନିୟନ୍ତ୍ରଣ ପାଇଁ ହରିୟାଣା ସରକାର କେନ୍ଦ୍ରୀୟ ବାହିନୀର ଆହୁରି ୪ଟି କମ୍ପାନୀ ମୁତୟନ କରିବାକୁ ଅନୁରୋଧ କରିଛନ୍ତି ।
ସୁପ୍ରିମକୋର୍ଟ ଗତକାଲି ଏହି ହିଂସା ସମ୍ପର୍କିତ ଏକ ଆବେଦନର ଶୁଣାଣି କରି ସମ୍ବେଦନଶୀଳ ଅଞ୍ଚଳରେ ଅତିରିକ୍ତ ଫୋର୍ସ ମୁତୟନ କରିବାକୁ କରିବା ସହ ଘୃଣା ଭାଷଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆନ୍ଦୋଳନ ସମୟରେ ଯେପରି କୌଣସି ସମ୍ପ୍ରଦାୟ ବିରୋଧରେ ଘୃଣା ଭାଷଣ ନଦିଆଯାଏ ତାହା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ଜଷ୍ଟିସ ସଞ୍ଜୀବ ଖନ୍ନା ଓ ଏସଭି ଭାଟ୍ଟିଙ୍କ ଖଣ୍ଡପୀଠ ଦିଲ୍ଲୀ ଓ ଏନସିଆର ଅଞ୍ଚଳରେ ଦୁଇ ହିନ୍ଦୁ ସଂଗଠନର ରାଲି ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ମନା କରିଦେଇଛନ୍ତି ।