ETV Bharat / international

କରାଚୀ ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ଆତଙ୍କବାଦୀ ଆକ୍ରମଣ, ଗୁଳିକାଣ୍ଡ ଜାରି - ପାକିସ୍ତାନ ଖବର

ପାକିସ୍ତାନ କରାଚୀ ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ଆତଙ୍କବାଦୀ ଗୋଷ୍ଠୀଙ୍କ ଆକ୍ରମଣ । ୩ଜଣ ପୋଲିସ କର୍ମୀଙ୍କ ଆହତ ହୋଇଥିବା ବେଳେ ୨ଜଣ ଆକ୍ରମଣକାରୀଙ୍କ ମୃତ୍ୟୁ ଘଟିଛି । ଏବେ ବି ଗୁଳିକାଣ୍ଡ ଜାରି ରହିଥିବା ପ୍ରାରମ୍ଭିକ ପ୍ରର୍ଯ୍ୟାୟରେ ସୂଚନା ମିଳିଛି । ଅଧିକ ପଢନ୍ତୁ

Gunmen attack
Gunmen attack
author img

By

Published : Feb 17, 2023, 10:12 PM IST

Updated : Feb 17, 2023, 10:35 PM IST

ଇସଲାମାବାଦ: ପାକିସ୍ତାନ କରାଚୀ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ଉପରେ ଆତଙ୍କବାଦୀ ଗୋଷ୍ଠୀଙ୍କ ଆକ୍ରମଣ । ଅଚାନକ ଗୁଳିମାଡ଼ ହୋଇଥିବା ବେଳେ ୩ଜଣ ପୋଲିସ କର୍ମୀ ଆହତ ହୋଇଥିବା ପ୍ରାରମ୍ଭିକ ସୂଚନା ମିଳିଛି । ଏହାପରେ ସୁରକ୍ଷାକର୍ମୀ ଓ ଆକ୍ରମଣକାରୀଙ୍କ ବିରୋଧରେ ଗୁଳିମାଡ଼ ଜାରି ରହିଛି । କ୍ୟାପିଟାଲ ସିଟି ପୋଲିସ ଅଫିସ (CCPO)ରେ ଗୁଳିମାଡ଼ ଓ ବୋମା ବିସ୍ଫୋରଣ ହେଉଥିବା ନେଇ ମଧ୍ୟ ସୂଚନା ମିଳିଛି । ଏହି ଗୁଳିମାଡ଼ ସମୟରେ କରାଚୀ ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ପୋଲିସ-ଚିଫ୍ ଉପସ୍ଥିତ ଥିବା ଜଣାପଡ଼ିଛି ।

ପୋଲିସର ସୂଚନା ଅନୁସାରେ ପ୍ରାୟ ୧୨ଜଣ ଆକ୍ରମଣକାରୀ ପୋଲିସ ୟୁନିଫର୍ମରେ ହଠାତ ପ୍ରବେଶ କରି ଗୁଳିମାଡ଼ କରିଥିଲେ । ଅନ୍ୟପଟେ ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁସାରେ ଏକ ଆତଙ୍କବାଦୀ ଗୋଷ୍ଠୀ ବନ୍ଧୁକ ସହିତ ଗ୍ରିନେଡ ଧରି ପ୍ରଥମେ କରାଚୀ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ମଧ୍ୟକୁ ପ୍ରବେଶ କରିଥିଲେ । ଏହାପରେ ଅଚାନକ ଗୁଳିମାଡ଼ ସହି ଗ୍ରିନେଡ ମାଡ଼ ମଧ୍ୟ କରୁଛନ୍ତି । ପ୍ରାୟ ୮ଜଣ ଆକ୍ରମଣକାରୀ ଅଟୋମେଟିକ ବନ୍ଧୁକ ସହି ହାତରେ ଗ୍ରିନେଡ ଧରିଥିବା ଜଣାପଡ଼ିଛି । ଏହାପରେ ଏହି ସ୍ଥାନକୁ କୌଣସି ଯାନବାହାନର ଚଳାଚଳ ନ କରିବା ଲାଗି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଏହା ବି ପଢନ୍ତୁ- Turkey Earthquake: ଅପରେସନ୍ ଦୋସ୍ତରେ ବଞ୍ଚାଇଲେ ଜୀବନ, ୧୦ଦିନ ପରେ ଫେରିଲା NDRF ଟିମ୍

କରାଚୀ CDR ଅଫିସଠାରୁ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ମାତ୍ର ଗୋଟିଏ କିଲୋମିଟର ଦୂରରେ ରହିଛି । ସେଠାରେ ପ୍ରାୟ ୬୦ଜଣ ପୋଲିସ କର୍ମୀ ରହିଥିବା ଜଣାପଡ଼ିଛି । ଏହି ଗୁଳିକାଣ୍ଡକୁ ନେଇ ପୋଲିସ ଟ୍ରାଫିକକୁ ଅଟକ ରଖିଛି । ଘଟଣାସ୍ଥଳରେ ବିପୁଳ ସଂଖ୍ୟାରେ ସୁରକ୍ଷାକର୍ମୀ, ପାରାମିଲିଟାରୀ ଫୋର୍ସ ପହଞ୍ଚିଛନ୍ତି । ଯେଉଁଠାରେ ଗୁଳିକାଣ୍ଡ ହେଉଛି ତାହା ଏକ ଜନବସତି ଅଞ୍ଚଳ । ସେଠାରେ ସଦର ପୋଲିସ ଷ୍ଟେସନ ରହିଛି । ଏହି ଘଟଣାକୁ ନେଇ ସହରରେ ସୁରକ୍ଷାକର୍ମୀ ହାଇ-ଆଲର୍ଟରେ ରହିଛନ୍ତି । ଅନ୍ୟପଟେ ପାକିସ୍ତାନ ସୁପର ଲିଗ ପାଇଁ ଅନ୍ତର୍ଜାତୀୟ କ୍ରିକେଟର ବିମାନବନ୍ଦରରେ ପହଞ୍ଚୁଛନ୍ତି । ଏଥିଲାଗି ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ସିନ୍ଧ ଉପତ୍ୟକାର ପୋଲିସ ମୁଖ୍ୟ ଗୁଲାମ ନବି ମେମନ କହିଛନ୍ତି, "ଆକ୍ରମଣକାରୀଙ୍କ ମଧ୍ୟରୁ ୨ଜଣଙ୍କ ମୃତ୍ୟୁ ଘଟିଛି । ଆହତ ହୋଇଥିବା ୩ ପୋଲିସ କର୍ମଚାରୀଙ୍କ ମଧ୍ୟରୁ ଜଣେ ରେସ୍କ୍ୟୁ ଭଲ୍ୟୁଣ୍ଟିଅର, ଜଣେ ପୋଲିସ ଅଫିସର ଓ ଜଣେ ପାରାମିଲିଟାରୀ ରେଞ୍ଜର ଅଫିସର ରହିଛନ୍ତି । ଏବେ ବି ଉଭୟ ପକ୍ଷରୁ ଗୁଳି ବିନିମିୟ ଜାରି ରହିଛି ।" ସୂଚନା ଥାଉ କି ଗତ ନଭେମ୍ବରରେ ପାକିସ୍ତାନ ମଧ୍ୟ ଏପରି ଆକ୍ରମଣ ହୋଇଥିଲା ।

Last Updated : Feb 17, 2023, 10:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.