ETV Bharat / international

ଚାକିରି ପାଇଁ ନେଉଥିଲେ ସାକ୍ଷାତକାର, ଏପଟେ ଚାଲିଗଲା ନିଜ ଚାକିରି - ଚାକିରି ହରାଇଲେ ଗୁଗୁଲ କର୍ମଚାରୀ

ଗୁରୁଲରେ ଚାକିରି ପାଇଁ ପରୀକ୍ଷାର୍ଥୀଙ୍କ ସାକ୍ଷାତକାର ନେଉଥିଲେ ଏଚଆର । ଅଚାନକ କଟିଗଲା କଲ । ଏହାପରେ ଚାକିରି ହରାଇଥିଲେ କର୍ମଚାରୀ । ଅଧିକ ପଢନ୍ତୁ

google hr loses job while interviewing candidate
ନେଉଥିଲେ ଇଣ୍ଚଭ୍ୟୁ ଚାଲିଗଲା ଚାକିରି
author img

By

Published : Jan 29, 2023, 5:38 PM IST

ନୂଆଦିଲ୍ଲୀ: ଯଦି ଆପଣ ଗୁଗୁଲ ଭଳି ବଡ କମ୍ପାନୀରେ ଚାକିରି ପାଇଁ ଇଣ୍ଟରଭ୍ୟୁ ଦେଉଛନ୍ତି ଆଉ ଆପଣଙ୍କ କଲ ଅଚାନକ କଟି ଯାଉଛି ତେବେ ଆପଣ ଚିନ୍ତାରେ ପଡିବା ସ୍ବାଭାବିକ । ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଆପଣ ତ ଚିନ୍ତାରେ ପଡିବେ ତା ସହ ଆପଣଙ୍କ ସାକ୍ଷାତକାର ନେଉଥିବା ବ୍ୟକ୍ତି ଜଣଙ୍କ ଚାକିରି ହରାଇଥାଇପାରନ୍ତି । ହଁ ସେମିତି କିଛି ହୋଇଛି । ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି । କଣ ଏହି ରୋଚକ ମାମଲା ଜାଣିବା ପାଇଁ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

ଗଗୁଲ କମ୍ପାନୀ ତାର 12, 000 କର୍ମଚାରୀଙ୍କୁ ଛଟେଇ କରିବା ଆରମ୍ଭ କରି ଦେଇଛି । କମ୍ପାନୀ ତାର ଏହି ଛଟେଇ ବିଭିନ୍ନ ବିଭାଗରେ କରୁଛି । ପ୍ରଭାବିତ ହୋଇଥିବା କିଛି କର୍ମଚାରୀ ଏହା କଥାର ଖୁଲାସା କରିଛନ୍ତି । ମିଡିଆ ରିପୋର୍ଟ ଅନୁସାରେ ଜଣେ କର୍ମଚାରୀ କହିଛନ୍ତି ତାଙ୍କୁ ଚାକିରିରୁ ବାହାର କରି ଦିଆଯାଇଛି। ଡାନ ଲାନିଗାନ ରିୟାନ ନାମକ ଜଣେ ଅଧିକାରୀ ଚାକିରି ଦେବା ପାଇଁ ଅନ୍ୟମାନଙ୍କର ସାକ୍ଷାତକାର ନେଉଥିଲେ । ସେହି ସମୟରେ ଗୁଗୁଲ ତାଙ୍କୁ ଛଟେଇ କରିଛି । ଅନଲାଇନରେ ସେ ପରୀକ୍ଷାର୍ଥୀଙ୍କ ସାକ୍ଷାତକାର ନେବା ସମୟରେ ହଠାତ ତାଙ୍କ କଲ କନେକ୍ସନ ବିଚ୍ଛିନ୍ନ ହୋଇଥିଲା । ଏହାପରେ ତାଙ୍କୁ ଚାକିରିରୁ ଛଟେଇ କରାଯାଇଛି ।

ଗୋପନୀୟ ରହିଛି ଛଟେଇ କାରଣ : ଗୁଗୁଲ ତାର କର୍ମଚାରୀଙ୍କୁ ଛଟେଇ କରିବା ନେଇ ଯଥେଷ୍ଟ ସତର୍କ ରହୁଛି । କମ୍ପାନୀ ତାର ଛଟେଇ କାରଣ ନେଇ କର୍ମଚାରୀଙ୍କୁ କୌଣସି ସୂଚନା ପ୍ରଦାନ କରିନାହିଁ । ଚାକିର ଦେବାକୁ ସାକ୍ଷାତକାର ନେଉଥିବା ସମୟରେ ଅଚାନକ ଜଣେ କର୍ମଚାରୀଙ୍କୁ ଯୋଗଯୋଗରୁ ବିଚ୍ଛିନ୍ନ କରାଯାଇଥିଲା । ତାଙ୍କୁ ପରେ ଜଣାପଡିଥିବା କି ସେ ଗୁଗୁଲ ଛଟେଇର ଶିକାର ହୋଇଛନ୍ତି । ଗୁଗୁଲ ତାର ଏହି ଛଟେଇ ନେଇ କୌଣସି କର୍ମଚାରୀଙ୍କୁ ସୂଚନା ଦେଇନାହିଁ ।

କଣ ପୂରା ମାମଲା: ଡାନ ଲାନିଗାନ ରିୟାନ ନାମକ ଜଣେ ଅଧିକାରୀ ଚାକିରି ଦେବା ପାଇଁ ଅନ୍ୟମାନଙ୍କର ସାକ୍ଷାତକାର ନେଉଥିଲେ । ସେ ଏଚଆର ଭାବେ କାର୍ଯ୍ୟ କରନ୍ତି ।ଡାନ ଲାନିଗାନ ରିୟାନ କହିଛନ୍ତି, ସେ ଜଣେ ପରୀକ୍ଷାର୍ଥୀଙ୍କ ସାକ୍ଷାତକାର ନେଉଥିଲେ । ସେହି ସମୟରେ ଅଚାନକ ତାଙ୍କ କଲ କଟି ଯାଇଥିଲା । ସେ ଭାବି ଥିଲେ କିଛି ଯାନ୍ତ୍ରୀକ ତ୍ରୁଟି ଥିବା ମାତ୍ର ସେ ପରେ ଛଟେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ ।

କମ୍ପାନୀ ଇଣ୍ଟରନାଲ ୱେବସାଇଟକୁ ଆକସେସ କରିବା ପାଇଁ ଉଦ୍ୟମ କରିଥିଲେ ହେଲେ ବିଫଳ ହୋଇଥିଲେ । କମ୍ପାନୀ ୱେବସାଇଟ ସହିତ ତାଙ୍କ ଆକସେସ ବିଚ୍ଛିନ୍ନ ହେବା ପରେ ତାଙ୍କ ଇ-ମେଲ ମଧ୍ୟ ବନ୍ଦ କରି ଦିଆଯାଇଥିଲା । କମ୍ପନୀ ତାଙ୍କୁ ସବୁଥିରୁ ବ୍ଲକ କରିବାର 15 ରୁ 20 ମିନିଟ ପରେ ସେ ଜାଣିବାକୁ ପାଇଲେ ଯେ ଗୁଗୁଲ 12 ହତାର କର୍ମଚାରୀଙ୍କୁ ଛଟେଇ ଘୋଷଣା କରିଛି । ଏହା ପରେ ସେ କହିଛନ୍ତି କେବେ ଭାବି ନଥିଲି ଚାକିରିରେ ଏଭଳି ଯବନିକା ପଡିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.