ନୂଆଦିଲ୍ଲୀ: ବିଶ୍ବ ଦରବାରରେ ନାଁ କରିଛି ଲୋକପ୍ରିୟ ସଙ୍ଗୀତ 'ନାଟୁ ନାଟୁ' । ଏହି ଗୀତ ବାଜିବା ମାତ୍ର ଗୋଡ ଆପେ ଆପେ ଉଠିଯାଉଛି । ଯେଉଁଠି ଦେଖିବ ଏହି ଗୀତରେ ସମସ୍ତେ ନାଚୁଛନ୍ତି । ଓସ୍କାର ପୁରସ୍କାର ହାତେଇବା ପରେ ଏହି ଗୀତକୁ ଆହୁରି ଭଲ ପାଇବା ମିଳିଛି । ବିବାହ ଉତ୍ସବଠୁ ନେଇ ସବୁଠି ନାଟୁ ନାଟୁ ଗୀତରେ ଝୁମୁଛନ୍ତି ପ୍ରଶଂସକ । ପୁରୁଣା ନୂଆଦିଲ୍ଲୀରେ ପ୍ରସିଦ୍ଧ ନାଟୁ ନାଟୁ ଗୀତରେ ନାଚିଛନ୍ତି ଜର୍ମାନୀ ଆମ୍ବାସଡର ଯାହାକୁ ସମସ୍ତେ ପ୍ରଶଂସା କରିଛନ୍ତି । ଟିମ ସହ ନାଟୁ ନାଟୁ ଗୀତରେ ନାଚର ଭିଡିଓକୁ ଟ୍ବିଟରରେ ସେୟାର କରିଛନ୍ତି ଜର୍ମାନୀ ଆମ୍ବାସଡର ଫିଲିପ ଆକେରମାନ ।
-
Germans can't dance? Me & my Indo-German team celebrated #NaatuNaatu’s victory at #Oscar95 in Old Delhi. Ok, far from perfect. But fun!
— Dr Philipp Ackermann (@AmbAckermann) March 18, 2023 " class="align-text-top noRightClick twitterSection" data="
Thanks @rokEmbIndia for inspiring us. Congratulations & welcome back @alwaysRamCharan & @RRRMovie team! #embassychallange is open. Who's next? pic.twitter.com/uthQq9Ez3V
">Germans can't dance? Me & my Indo-German team celebrated #NaatuNaatu’s victory at #Oscar95 in Old Delhi. Ok, far from perfect. But fun!
— Dr Philipp Ackermann (@AmbAckermann) March 18, 2023
Thanks @rokEmbIndia for inspiring us. Congratulations & welcome back @alwaysRamCharan & @RRRMovie team! #embassychallange is open. Who's next? pic.twitter.com/uthQq9Ez3VGermans can't dance? Me & my Indo-German team celebrated #NaatuNaatu’s victory at #Oscar95 in Old Delhi. Ok, far from perfect. But fun!
— Dr Philipp Ackermann (@AmbAckermann) March 18, 2023
Thanks @rokEmbIndia for inspiring us. Congratulations & welcome back @alwaysRamCharan & @RRRMovie team! #embassychallange is open. Who's next? pic.twitter.com/uthQq9Ez3V
ଶନିବାର ଭିଡିଓଟି ଟ୍ବିଟରରେ ପୋଷ୍ଟ କରିଛନ୍ତି ଫିଲିପ ଆକେରମାନ । ସେ ଲେଖିଛନ୍ତି, ''ଜର୍ମାନୀବାସୀ କେବେ ନାଚନ୍ତି ନାହିଁ । ମୁଁ ଏବଂ ମୋ ଇଣ୍ଡୋ ଜର୍ମାନୀ ଟିମ ଓସ୍କାରରେ ନାଟୁ ନାଟୁର ସଫଳତାକୁ ପାଳନ କରିଛୁ ।'' ଅନ୍ୟମାନଙ୍କୁ ଏହି ସଫଳତାର ଉତ୍ସବ ପାଳନ କରିବାକୁ ପ୍ରେରଣା ଦେଇଛନ୍ତି । ଜର୍ମାନୀ ଆମ୍ବାସଡର ଫିଲିପ ଆକେରମାନ ପାରମ୍ପରିକ ନୀଳ ରଙ୍ଗର କୁର୍ତ୍ତା ପିନ୍ଧିବା ସହ ସହ ହାତରେ ଏକ ଦାଣ୍ଡିଆ ଧରିଥିବା ଭିଡିଓରେ ଦେଖିବାକୁ ମିଳିଛି । ଦାଣ୍ଡିଆରେ ମଧ୍ୟ ନାଟୁ ନାଟୁ ଲେଖା ରହିଛି । ଲାଲକିଲ୍ଲାରେ ଫିଲିପ ଆକେରମାନ ତାଙ୍କ ଟିମ ସହ ନାଟୁ ନାଟୁ ଗୀତରେ ଧୁମ ନାଚିଛନ୍ତି । କିଛି ଲୋକ ଏକାଠୀ ହୋଇ ଏହାକୁ ଦେଖିଥିବା ଦେଖିବାକୁ ମିଳିଛି ।
ଏହା ବି ପଢନ୍ତୁ....Watch: ଓସ୍କାର ଜିତି ହୋମଟାଉନ ଫେରିଲେ RRR ଷ୍ଟାର ରାମ ଚରଣ, ଫ୍ୟାନ୍ସ ମହଲରେ ଉତ୍ସାହ
ଏହା ବି ପଢନ୍ତୁ....Alanna Panday Wedding: 'ନାଟୁ-ନାଟୁ' ଗୀତରେ ନାଚିଲେ ବିଦେଶୀ ବରଯାତ୍ରୀ, ଭିଡିଓ ଭାଇରାଲ
4ମିନିଟ 35 ସେକେଣ୍ଡ ଟ୍ରାକ ସମସ୍ତଙ୍କ ମନକୁ ଛୁଇଁଛି । ପ୍ରତିଟି ଭାରତୀୟଙ୍କ ପାଇଁ ଗର୍ବ । ଏହି ଗୀତରେ କୋରଓଗ୍ରାଫି କରିଛନ୍ତି ପ୍ରେମ ରାକସିଥ । ଗୀତଟିକୁ ଏମଏମ କିରାଭାନୀ କମ୍ପୋଜ କରିଥିବା ବେଳେ ରାହୁଲ ସିପ୍ଲିଗୁଞ୍ଜ ଓ କାଲା ଭୈରଭ ଗାଇଛନ୍ତି । ଏସଏସ ରାଜାମୌଲିଙ୍କ ବ୍ଲକବ୍ଳଷ୍ଟର ତେଲୁଗୁ ଫିଲ୍ମ RRR (Rise Roar Revolt) ବକ୍ସ ଅଫିସରେ ରେକର୍ଡ କରିଛି । ଫିଲ୍ମରେ ରାମ ଚରଣ ଓ ଜୁନିୟର ଏନଟିଆଙ୍କ ଉପରେ ଗୀତଟି କୋରିଓଗ୍ରାଫ ହୋଇଛି । ନିକଟରେ ସମ୍ମାନଜନକ ପୁରସ୍କାର ସମାରୋହ 95ତମ ଓସ୍କାରରେ ଶ୍ରେଷ୍ଠ ଅରିଜିନାଲ ସଙ୍ଗ ପାଇଁ ପୁରସ୍କାର ହାତେଇଥିଲା ଏହି ସଙ୍ଗୀତ । ପୂର୍ବରୁ ଗୋଲ଼୍ଡେନ ଗ୍ଲୋବ ପୁରସ୍କାର ମଧ୍ୟ ଜିତିଥିଲା । ଆରଆରଆର ହେଉଛି ପ୍ରଥମ ଫିଚର ଫିଲ୍ମ ଯାହା ନାଟୁ ନାଟୁ ଗୀତ ଜରିଆରେ ଶ୍ରେଷ୍ଠ ସଙ୍ଗୀତ ପାଇଁ ଓସ୍କାର ପୁରସ୍କାର ଜିତିଛି ।