ETV Bharat / international

ମାନହାନି ମାମଲାରେ ମୋତେ ସବୁଠୁ ବଡ ସଜ୍ଜା ମିଳିଛି: ରାହୁଲ

author img

By

Published : Jun 2, 2023, 9:23 AM IST

ଆମେରିକାରେ ରାହୁଲ ଗାନ୍ଧୀଙ୍କ ବୟାନ । କହିଲେ ମାନହାନି ମାମଲାରେ ମୋତେ ସବୁଠୁ ବଡ ଦଣ୍ଡ ମିଳିଛି । ଅଧିକ ପଢନ୍ତୁ

ରାହୁଲ ଗାନ୍ଧୀଙ୍କ ଆମେରିକା ଗସ୍ତ
ରାହୁଲ ଗାନ୍ଧୀଙ୍କ ଆମେରିକା ଗସ୍ତ

ୱାଶିଂଟନ: ଆମେରିକା ଗସ୍ତରେ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲଗାତାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରୁଛନ୍ତି । ବିଦେଶରେ ନିଜର ଲୋକସଭା ସଦସ୍ୟତା ରବ୍ଦ ପ୍ରସଙ୍ଗ ଉଠାଇ ରାହୁଲ ପୁଣିଥରେ ବିଜେପି ସରକାର ଉପରେ ବର୍ଷିଛନ୍ତି । କଂଗ୍ରେସ ନେତା ୱାଶିଂଟନ ସ୍ଥିତ ନ୍ୟାସନାଲ ପ୍ରେସ କ୍ଲବ ଠାରେ ସାମ୍ବାଦିକମାନଙ୍କୁ କହିଛନ୍ତି, ସେ ହେଉଛନ୍ତି ଦେଶର ପ୍ରଥମ ବ୍ୟକ୍ତି ଯାହାକୁ ମାନହାନି ମାମଲାରେ ସବୁଠୁ ବଡ ସଜ୍ଜା ମିଳିଛି । ସଂସଦରେ ଆଦାନୀ-ହିଣ୍ଡନବର୍ଗ ପ୍ରସଙ୍ଗରେ ସେ ଲୋକସଭାରେ ମନ୍ତବ୍ୟ ଦେବା ପରେ ତାଙ୍କୁ ଏଭଳି ଦଣ୍ଡ ମିଳିଛି ।

ରାହୁଲ ଗାନ୍ଧୀ କହିଛନ୍ତି ଯେ, ମୁଁ ଏକ ପ୍ରଶ୍ନ ପଚାରିଥିଲି । ଯାହାର ଫଳସୂରୁପ, ୧୯୪୭ ମସିହା ପରଠୁ ଇତିହାସରେ ମୁଁ ପ୍ରଥମ ବ୍ୟକ୍ତି ଯିଏକି ଏକ ମାନହାନି ମାମଲାରେ ଲୋକସଭା ସଦସ୍ୟତା ପଦରୁ ଅଯୋଗ୍ୟ ଘୋଷିତ ହୋଇଛି । ପ୍ରଥମ ଅପରାଧରେ ଆଜି ଯାଏଁ କାହାକୁ ଏତେ ବଡ ଦଣ୍ଡ ମିଳିନାହିଁ । ହେଲେ ସଂସଦରେ ଆଦାନୀ ଗ୍ରୁପ ଜାଲିଆତି ପ୍ରସଙ୍ଗରେ କହିବା ପରେ ମୋତେ ଅଯୋଗ୍ୟ ଘୋଷଣା କରାଯାଇଛି । ବର୍ତ୍ତମାନ ଭାରତରେ କ'ଣ ସବୁ ଘଟୁଛି ତାହା ଏଥିରୁ ଜାଣିପାରୁଥିବେ ବୋଲି କହିଛନ୍ତି ରାହୁଲ । ନ୍ୟାସନାଲ ପ୍ରେସ କ୍ଲବରେ ଉଦବୋଧନ ବେଳେ ରାହୁଲ ଭାରତରେ ବିରୋଧି ଏକତା ସମ୍ପର୍କରେ ମଧ୍ୟ କହିଛନ୍ତି । କଂଗ୍ରେସ ସବୁ ବିରୋଧି ଦଳଗୁଡିକ ସହ ଯୋଗାଯୋଗରେ ଅଛି । ବିରୋଧି ନେତାମାନଙ୍କ ସାଙ୍ଗରେ ନିୟମିତ ଆଲୋଚନା କରାଯାଉଛି । ବିରୋଧି ଏକାଠି ହେଉଛନ୍ତି ଏବଂ ପୂର୍ବାପେକ୍ଷା ଅଧିକରୁ ଅଧିକ ଶକ୍ତିଶାଳୀ ହେଉଛନ୍ତି ।

ଏହାମଧ୍ୟ ପଢନ୍ତୁ: Rahul Gandhi US Tour: ଆମେରିକାରୁ ରାହୁଲଙ୍କ ଟାର୍ଗେଟ, କହିଲେ ମୋଦିଙ୍କୁ ଲାଗେ ସେ ସବୁ ଜାଣନ୍ତି

ପ୍ରକାଶଥାଉ କି, ପୂର୍ବତନ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବର୍ତ୍ତମାନ ଆମେରିକାରେ ଅଛନ୍ତି । ସେ ଏଠାରେ ତିନୋଟି ସହର ସାନ ଫ୍ରାନ୍ସିସକୋ, ୱାଶିଂଟନ ଡିସି ଓ ନ୍ୟୁୟର୍କ ଗସ୍ତ କରିବେ । ନିଜ ଗସ୍ତ କାଳରେ ରାହୁଲ ପ୍ରବାସୀ ଭାରତୀୟ, ଛାତ୍ରଛାତ୍ରୀ, ଶିକ୍ଷାବିତ୍, ଉଦ୍ୟୋଗୀ ଓ ରାଜନେତା ମାନଙ୍କୁ ଭେଟୁଛନ୍ତି । ଆସନ୍ତା ୪ରେ ସେ ନ୍ୟୁୟର୍କ ଠାରେ ଏକ ସଭା କରି ନିଜର ଗସ୍ତ ଶେଷ କରିବେ । ତେବେ ଦିନକ ତଳେ ସାନ ଫ୍ରାନ୍ସିସକୋ ଠାରେ ରାହୁଲ ପ୍ରବାସୀ ଭାରତୀୟଙ୍କ ସମ୍ବୋଧିତ କରି ମୋଦିଙ୍କୁ ନିଶାନା କରିଥିଲେ । ମୋଦି ଭାବନ୍ତି ତାଙ୍କୁ ସବୁ ଜଣା, ସେ ଭଗବାନଙ୍କୁ ବି ବ୍ରହ୍ମାଣ୍ଡ କିପରି ଚଳାଇବେ ଶିଖାଇ ଦେଇପାରିବେ । କେନ୍ଦ୍ରୀୟ ଏଜେନ୍ସି ଗୁଡିକୁ ବିଜେପି ସରକାରଙ୍କ କବଜାରେ ଅଛନ୍ତି । ବିରୋଧି ସ୍ବର ଉତ୍ତୋଳନ କଲେ ତାଙ୍କ ବିରୋଧରେ ଏଜେନ୍ସି ଗୁଡିକର ଅପବ୍ୟବହାର କରାଯାଉଛି ବୋଲି କହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.