ETV Bharat / international

ଫୋବର୍ସ ବିଲେନିୟର ଟପ୍ ୨୦ ଧନୀ ଲିଷ୍ଟରୁ ବାଦ ପଡିଲେ ଗୌତମ ଆଦାନୀ

author img

By

Published : Feb 19, 2023, 7:12 PM IST

ତଳମୁହାଁ ଆଦାନୀ ଗ୍ରୁପର ସେୟାର ଭ୍ୟାଲ୍ୟୁ । ଫୋବର୍ସ ବିଲେନିୟର ଲିଷ୍ଟରେ ଟପ୍ ୨୦ରୁ ବାଦ ପଡିଲେ ଗୌତମ ଆଦାନୀ । ଅଧିକ ପଢ଼ନ୍ତୁ

ତଳମୁହାଁ ଆଦାନୀ ଗ୍ରୁପର ସେୟାର ଭ୍ୟାଲ୍ୟୁ
ତଳମୁହାଁ ଆଦାନୀ ଗ୍ରୁପର ସେୟାର ଭ୍ୟାଲ୍ୟୁ

ନୂଆଦିଲ୍ଲୀ: ବଢୁଛି ଆଦାନୀଙ୍କ ଅଡୁଆ । ଆମେରିକୀୟ ରିସର୍ଚ୍ଚ ଫର୍ମ ହିଣ୍ଡନବର୍ଗ ରିପୋର୍ଟ ଆସିବା ପରେ ଆଦାନୀ ଗ୍ରୁପର ସେୟାର ଭ୍ୟାଲ୍ୟୁ ଦିନକୁ ଦିନ ତଳକୁ ଖସିବାର ଲାଗିଛି । ୧୧୩ ବିଲିୟନ ଡଲାର ନେଟ ୱର୍ଥ ସହ ବିଶ୍ବର ଚତୁର୍ଥ ସ୍ଥାନରେ ଥିବା ଶିଳ୍ପପତି ଗୈତମ ଆଦାନୀ ଏବେ ବିଶ୍ବର ଟପ୍ ୨୦ ଧନୀ ଲିଷ୍ଟରୁ ମଧ୍ୟ ବାଦ ପଡିଛନ୍ତି ।

ତଳମୁହାଁ ଆଦାନୀ ଗ୍ରୁପର ସେୟାର ଭ୍ୟାଲ୍ୟୁ
ତଳମୁହାଁ ଆଦାନୀ ଗ୍ରୁପର ସେୟାର ଭ୍ୟାଲ୍ୟୁ

ହିଣ୍ଡନବର୍ଗ ରିପୋର୍ଟ ଆସିବା ପରେ ଆଦାନୀ ଗ୍ରୁପର ସେୟାର ଦିନକୁ ଦିନ ତଳକୁ ଖସିବାରେ ଲାଗିଛି । ଯାହା ଫଳରେ ତାଙ୍କର ନେଟ ୱର୍ଥର ଗ୍ରାଫ ଲଗାତାର ତଳକୁ ଖସୁଛି । ତେବେ ଫୋବର୍ସ ବିଲେନିୟର ଲିଷ୍ଟ ଅନୁଯାୟୀ ବିଶ୍ବର ଟପ୍ ୧୦ ବିଲେନିୟରଙ୍କ ଲିଷ୍ଟରେ ଚତୁର୍ଥ ସ୍ଥାନରେ ଥିବା ଶିଳ୍ପପତି ଗୌତମ ଆଦାନୀ ଏବେ ୨୪ ନମ୍ବରକୁ ଖସିଆସିଛନ୍ତି । ଏହାସହ ତାଙ୍କର ନେଟ ୱର୍ଥ ୧୧୩ ବିଲିୟନ ଡଲାରରୁ ଖସି ୪୯.୭ ବିଲିୟନ ଡଲାରକୁ ହ୍ରାସ ପାଇଛି ।

ଟପ୍ ୨୦ ଧନୀ ଲିଷ୍ଟରୁ ବାଦ ପଡିଲେ ଗୈତମ ଆଦାନୀ
ଟପ୍ ୨୦ ଧନୀ ଲିଷ୍ଟରୁ ବାଦ ପଡିଲେ ଗୈତମ ଆଦାନୀ

ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ: ଏସିଆର ଅନ୍ୟତମ ଧନୀ ବ୍ୟକ୍ତି ଗୌତମ ଆଦାନୀ କିଛି ଦିନ ମଧ୍ୟରେ ବହୁ କ୍ଷତି ସହିଛନ୍ତି । କମ୍ପାନୀଗୁଡିକର ସେୟାରରେ ବିପୁଳ ହ୍ରାସ ହେତୁ ଆଦାନୀ ଗ୍ରୁପ୍ ପ୍ରାୟ ୬୫ ବିଲିୟନ ଡଲାରର କ୍ଷତି ସହିଛି । ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ରିପୋର୍ଟ ଅନୁଯାୟୀ ଗୌତମ ଆଦାନୀ ୪୯.୧ ବିଲିୟନ ଡଲାର ସହ ବିଶ୍ବର ଧନୀ ତାଲିକାରେ ୨୫ ନମ୍ବର ସ୍ଥାନରେ ରହିଛନ୍ତି ।

ତେବେ ଗତ ବର୍ଷ ୧୯ ଫେବୃଆରୀ ୨୦୨୨ରେ ଗୌତମ ଆଦାନୀ ୮୭.୮ ବିଲିୟନ ଡଲାର ନେଟୱର୍ଥ ଥିଲା । ଯାହା ୨୬ ଏପ୍ରେଲ ୨୦୨୨କୁ ୧୨୫ ବିଲିୟନ ଡଲାରକୁ ପହଞ୍ଚିଥିଲା । ଗୌତମ ଆଦାନୀଙ୍କ ଜୀବନରେ ଏମିତି ଏକ ସମୟ ଆସିଥିଲା ଯେଉଁଠି ତାଙ୍କର ନେଟ ୱର୍ଥ ୧୫୦ ବିଲିୟନ ଡଲାରରେ ପହଞ୍ଚିଥିଲା । ୨୦ ସେପ୍ଟେମ୍ବର ୨୦୨୨ରେ ତାଙ୍କ କମ୍ପାନୀ ସଫଳତାର ଶୀର୍ଷରେ ପହଞ୍ଚି ଥିଲା ।

ବିଶ୍ବର ଟପ୍ ୧୦ ବିଲେନିୟରଙ୍କ ଲିଷ୍ଟରେ ଥିବା ଆଦାନୀ ଗ୍ରୁପ୍ ପାଇଁ ୨୦୨୩ ବିପଦ ଆଣି ଆସିଥିଲା । ଜାନୁୟାରୀ ୨୪ରେ, ହିଣ୍ଡନବର୍ଗ ଆଦାନୀ ଗ୍ରୁପ ସମ୍ବନ୍ଧରେ ୩୨,୦୦୦ ଶବ୍ଦର ଏକ ରିପୋର୍ଟ ପ୍ରକାଶ କରିଥିଲେ । ରିପୋର୍ଟ ଆସିବା ପରେ ଦୁନିଆର ସବୁଠାରୁ ଧନୀ ତାଲିକାରେ ଚତୁର୍ଥ ସ୍ଥାନରେ ଥିବା ଗୈତମ ଆଦାନୀ ଟପ୍ ୨୦ ଧନୀ ଲିଷ୍ଟରୁ ମଧ୍ୟ ବାଦ ପଡିଛନ୍ତି ।

ମୁକେଶ ଆମ୍ବାନୀଙ୍କ ନେଟ ୱର୍ଥ: ଫୋବର୍ସ ବିଲେନିୟର ଲିଷ୍ଟ ଅନୁଯାୟୀ ରିଲାଏନ୍ସ ଇଣ୍ଡଷ୍ଟ୍ରର ଓନର ମୁକେଶ ଅମ୍ବାନୀ ବିଶ୍ବର ଟପ୍ ୧୦ ବିଲେନିୟରଙ୍କ ଲିଷ୍ଟରେ ରହିଛନ୍ତି । ୮୬ ବିଲିୟନ ଡଲାର ନେଟ ୱର୍ଥ ସହ ସେ ଦୁନିଆର ସବୁଠାରୁ ଧନୀ ଲିଷ୍ଟରେ ୮ ନମ୍ବରେ ପହଞ୍ଚନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.