ETV Bharat / international

ପ୍ରଥମ ଥର ପାଇଁ ମହିଳା ମହାକାଶଚାରୀଙ୍କୁ ମହାକାଶ ପଠାଉଛି ସାଉଦି ଆରବ

author img

By

Published : Feb 15, 2023, 7:38 AM IST

ପରିବର୍ତ୍ତନ ଅଭିମୁଖେ ସାଉଦ ଆରବର। ପ୍ରଥମ ଥର ପାଇଁ ମହିଳା ମହାକାଶଚାରୀଙ୍କୁ ମହାକାଶ ପଠାଇବାକୁ ନିଷ୍ପତ୍ତି ନେଇଛି ସାଉଦି ଆରବ। ଅଧିକ ପଢ଼ନ୍ତୁ

ରଢ଼ିବାଦୀ ସାଉଦ ଆରବର ବଦଳୁଛି ଆଭିମୁଖ୍ୟ
ରଢ଼ିବାଦୀ ସାଉଦ ଆରବର ବଦଳୁଛି ଆଭିମୁଖ୍ୟ

ରିୟାଦ: ଋଢ଼ିବାଦୀ ସାଉଦ ଆରବର ବଦଳୁଛି ଆଭିମୁଖ୍ୟ । ମହିଳାଙ୍କ ଉପରୁ ଧୀରେଧୀରେ ହଟୁଛି କଟକଣା । ରକ୍ଷଣଶୀଳ ମୁସ୍‌ଲିମ୍‌ ଦେଶମାନଙ୍କ ମଧ୍ୟରୁ ସାଉଦି ଅନ୍ୟତମ । ଦେଶରେ ମହିଳାଙ୍କ ପାଇଁ ଅନେକ କଟକଣା ରହିଛି । ତେବେ ଗତ କିଛି ଦିନ ମଧ୍ୟରେ ସାଉଦିରେ ମହିଳାଙ୍କୁ ଅତ୍ମନର୍ଭର କରିବା ପାଇଁ ବିଭିନ୍ନ କାର୍ଯ୍ୟ କରୁଥିବା ହେଖିବାକୁ ମିଳିଛି । ସାଉଦି ଆରବ ପ୍ରଥମ ଥର ପାଇଁ ଜଣେ ମହିଳା ମହାକାଶଚାରୀଙ୍କୁ ମହାକାଶ ପଠାଇବାକୁ ନିଷ୍ପତ୍ତି ନେଇଛି । ରାୟାନା ବର୍ଣ୍ଣୱି ପ୍ରଥମ ମହିଳା ମହାକାଶଚାରୀ ଭାବେ ଚଳିତ ବର୍ଷ ଶେଷରେ ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେସନକୁ ମହକାଶ ଯାତ୍ରା କରିବେ । ସାଉଦି ଆରବ ମହାକାଶଚାରୀ ଅଲିଅଲ୍‌ କର୍ନି ମଧ୍ୟ ରାୟାନା ବର୍ଣ୍ଣୱିଙ୍କ ସହ ମହାକାଶକୁ ଯିବେ ।

ଉଭୟ ସାଉଦି ଆରବ ମହାକାଶଚାରୀମାନେ ଚଳିତ ବର୍ଷ ଶେଷରେ ମହାକାଶ ଯାତ୍ରା କରିବେ । ସେମାନେ ଏଏକ୍ସ-୨ ସ୍ପେସ୍‌ ମିଶନର କ୍ରୁ'ରେ ସାମିଲ ଅଛନ୍ତି । ତେବେ ଏଏକ୍ସ-୨ ସ୍ପେସ ମିଶନର ଲଞ୍ଚିଂ ଆମେରିକାରରେ ହେବ । ଏହାପୂର୍ବରୁ 2019ରେ ୟୁଏଇର ମହାକାଶଚାରୀ ହାଜା ଅଲ ମନସୁରୀ ମଧ୍ୟ ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେସନରେ ଆଠ ଦିନ ବିତାଇଛନ୍ତି । ଏହାପୂର୍ବରୁ 1985 ମସିହାରେ ସାଉଦି କ୍ରାଉନ୍ ପ୍ରିନ୍ସ ସୁଲତାନ୍ ବିନ୍ ସଲମାନ ବିନ୍ ଅବଦୁଲ୍ ଅଜିଜ୍ ମଧ୍ୟ ଆମେରିକାର ମହାକାଶ ମିଶନ ସହିତ ମହାକାଶକୁ ଯାଇଥିଲେ । ଏହିପରି ସେ ମହାକାଶକୁ ଯାଇଥିବା ପ୍ରଥମ ଆରବ ମୁସଲମାନ ହୋଇଥିଲେ।

ତେବେ ସାଉଦି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କ ନେତୃତ୍ବରେ ସାଉଦି ଆରବରେ ମହିଳାମାନଙ୍କୁ ପୁରୁଷଙ୍କ ବିନା ବିଦେଶ ଯାତ୍ରା କରିବାକୁ ଅନୁମତି ଦିଆଯାଇଛି । ଏଥିସହ ସାଉଦି ଆରବରେ କାର୍ଯ୍ୟରତ ମହିଳାଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି । 2016ରେ, ସାଉଦି ଆରବରେ କାର୍ଯ୍ୟରତ ମହିଳାଙ୍କ ସଂଖ୍ୟା 17 ପ୍ରତିଶତ ଥିଲା, ଯାହା ବର୍ତ୍ତମାନ 37 ପ୍ରତିଶତକୁ ବୃଦ୍ଧି ପାଇଛି । ତେବେ ବିଶ୍ବରେ ଇଲୋକ୍ଟ୍ରୋନିକ ଗାଡ଼ିର ବ୍ୟବହାର ଦ୍ବାରା ଅର୍ନ୍ତଜାତୀୟ ବଜାରରେ ତେଲର ଚାହିଦା କମିଯିବ । ଆଗାମୀ 15-20 ବର୍ଷ ମଧ୍ୟରେ ତେଲର ଚାହିଦା ହ୍ରାସ ପାଇବ । ସାଉଦି ଆରବ ସରକାର ଏହାକୁ ବଝିବା ସହ କେବଳ ତେଲ ଉପରେ ଏହାର ଅର୍ଥନୀତିର ନିର୍ଭରଶୀଳତା ହ୍ରାସ କରିଛି । ସାଉଦି ଆରବ ଏବେ ପର୍ଯ୍ୟଟନ ଇତ୍ୟାଦି ଉପରେ ନିର୍ଭର କରିବାକୁ ଯୋଜନା କରୁଛି । ଏଭଳି ପରିସ୍ଥିତିରେ ସାଉଦି ଆରବରେ ଘଟୁଥିବା ପରିବର୍ତ୍ତନଗୁଡିକ ମଧ୍ୟ ଏହି ଦୃଷ୍ଟିକୋଣରୁ ଦେଖୁଛନ୍ତି ଅନୁସନ୍ଧାନକାରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.