ETV Bharat / international

ରାଲିରେ ଗୁଳିମାଡ, ପୂର୍ବତନ ପାକିସ୍ତାନ ପ୍ରାଧାନମନ୍ତ୍ରୀ ଇମ୍ରାନ ଖାନ ଆହତ

author img

By

Published : Nov 3, 2022, 5:16 PM IST

Updated : Nov 3, 2022, 8:18 PM IST

ପୂର୍ବତନ ପାକିସ୍ତାନ ପ୍ରାଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗୁଳିମାଡ । ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି । ପାକିସ୍ତାନର ଓ୍ବାଜିରାବାଦରେ ରାଲି ବେଳେ ଗୁଳିମାଡ । ଅଭିଯୁକ୍ତ ଗିରଫ ନେଇ ସୂଚନା (firing near rally of former Pakistan PM Imran khan)। ଅଧିକ ପଢନ୍ତୁ

ପୂର୍ବତନ ପାକିସ୍ତାନ ପ୍ରାଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ରାଲିରେ ଗୁଳିମାଡ

ଇସଲାମାବାଦ: ପୂର୍ବତନ ପାକିସ୍ତାନ ପ୍ରାଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗୁଳିମାଡ । ଇମ୍ରାନଙ୍କ ଗୋଡରେ ଗୁଳି ବାଜିଛି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଆଜି ଅପରାହ୍ନରେ ପାକିସ୍ତାନର ଓ୍ବାଜିରାବାଦରେ ଇମ୍ରାନଙ୍କ ଦଳ ପିଟିଆଇ (Tehreek-e-Insaf (PTI) ପକ୍ଷରୁ ଏହି ରାଲି ଆୟୋଜନ କରାଯାଇଥିଲା । ଏଥିରେ ଇମ୍ରାନ ଖାନ ଏକ କଣ୍ଟେନରରେ ରାଲିର ନେତୃତ୍ବ ନେଉଥିବା ବେଳେ ତାଙ୍କୁ ଗୁଳିମାଡ ହୋଇଛି (firing near rally of former Pakistan PM Imran khan)।

ପୂର୍ବତନ ପାକିସ୍ତାନ ପ୍ରାଧାନମନ୍ତ୍ରୀ ଇମ୍ରାନ ଖାନ ଆହତ

ମିଳିଥିବା ସୂଚନା ଅନୁସାରେ, ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇ ପକ୍ଷରୁ ସରକାର ବିରୋଧରେ ରାଲି ଆୟୋଜନ କାରଯାଇଥିଲା । ଏଥିରେ ପାର୍ଟି ଅଧ୍ୟକ୍ଷ ଇମ୍ରାନ ଖାନଙ୍କ ସମେତ ଅନ୍ୟ ବରିଷ୍ଠ କାର୍ଯ୍ୟକର୍ତ୍ତା ଓ ହଜାର ହଜାର କର୍ମୀ ସାମିଲ ହୋଇଥିଲେ । ଓ୍ବାଜିରାବାଦ ସହରର ଜାଖର ଅଲ୍ଲୀ ଛକ ନିକଟରେ ରାଲି ପହଞ୍ଚିଥିଲା । ଇମ୍ରାନ ଓ ଅନ୍ୟ କିଛି ବରିଷ୍ଠ ନେତା ଏକ କଣ୍ଟେନରରେ ରାଲିର ନେତୃତ୍ବ ନେଉଥିବା ବେଳେ ହଠାତ ଗୁଳିମାଡ ହୋଇଥିଲା । ଏଥିରେ ଇମ୍ରାନଙ୍କ ଗୋଟିଏ ଗୋଡରେ ଗୁଳି ବାଜିଥିବା ସୂଚନା ମିଳିଛି । ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

  • #UPDATE | Imran Khan has sustained injuries on his leg; man who opened fire has been arrested: Pakistan's Geo English

    — ANI (@ANI) November 3, 2022 " class="align-text-top noRightClick twitterSection" data=" ">
  • A firing was reported near the container of former PM and Pakistan Tehreek-e-Insaf (PTI) chairman Imran Khan’s container near Zafar Ali Khan chowk in Wazirabad, Pakistan media reports. pic.twitter.com/mv5WvQIm7W

ଅନ୍ୟପଟେ ଗୁଳି ଚଳାଇଥିବା ଯୁବକକୁ ପୋଲିସ ଗିରଫ କରିଥିବା ନେଇ ମଧ୍ୟ ପାକିସ୍ତାନୀ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି । ପୋଲିସ ସମ୍ପୃକ୍ତ ଅଭିଯୁକ୍ତର ପରିଚୟ ସ୍ପଷ୍ଟ କରିନଥିବା ବେଳେ ପଚରା ଉଚରା ଜାରି ରଖିଛି । ଯୁବକଜଣଙ୍କ ହାତରେ ଏକ ପିସ୍ତଲ ଧରି ଗୁଳି ଚଳାଉଥିବାର ଫୋଟୋ ଓ ଭିଡିଓ ମଧ୍ୟ କ୍ୟାମେରାରେ କଏଦ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 3, 2022, 8:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.