ଇସଲାମବାଗ: ପାକିସ୍ତାନ କରାଚିରେ ଭୟଙ୍କର ବିସ୍ଫୋରୋଣ । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଆହତ ହୋଇଥିବା ସୂଚନା । ପାକିସ୍ତାନର ଅନ୍ୟତମ ପ୍ରମୁଖ ସହର କରାଚିର ବମ୍ବେ ବଜାରରେ ଏହି ବିସ୍ଫୋରଣ ଘଟିଥିବା ସ୍ଥାନୀୟ ରିପୋର୍ଟରୁ ଜଣାପଡିଛି । ଏହା କରାଚିରେ ଗୋଟିଏ ମାସ ମଧ୍ୟରେ ତୃତୀୟ ବିସ୍ଫୋରଣ । ଏନେଇ ଖବର ପାଇ ଘଟଣା ସ୍ଥଳରେ ପୋଲିସ ଓ ଉଦ୍ଧାକରକାରୀ ଦଳ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଛନ୍ତି ଓ ବିସ୍ଫୋରଣର କାରଣ ନେଇ ତଦନ୍ତ ଆରମ୍ଭ କରିଛନ୍ତି ।
-
This brought tears to my eyes...Little kid saying, Mamaa Uthho, jaldi utho....And she will now never wake up #karachiblast pic.twitter.com/7yPVGKt3pL
— Maiza Hameed Gujjar (@MaizaHameedMNA) May 16, 2022 " class="align-text-top noRightClick twitterSection" data="
">This brought tears to my eyes...Little kid saying, Mamaa Uthho, jaldi utho....And she will now never wake up #karachiblast pic.twitter.com/7yPVGKt3pL
— Maiza Hameed Gujjar (@MaizaHameedMNA) May 16, 2022This brought tears to my eyes...Little kid saying, Mamaa Uthho, jaldi utho....And she will now never wake up #karachiblast pic.twitter.com/7yPVGKt3pL
— Maiza Hameed Gujjar (@MaizaHameedMNA) May 16, 2022
ବିସ୍ଫୋରଣ ଘଟିଥିବା ବମ୍ବେ ବଜାରର ସ୍ଥାନଟି ଜନବହୁଳ ହୋଇଥିବାରୁ ଏହାକୁ ଟାର୍ଗେଟ କରାଯାଇଛି । ଏଠାରେ ବ୍ୟବସାୟୀ ମାନେ ପ୍ଲାଷ୍ଟିକ ସାମଗ୍ରୀ, ବସ୍ତ୍ର ଏବଂ ହାର୍ଡୱେୟାର ସାମଗ୍ରୀ କାରବାର କରନ୍ତି । ତେବେ ବିସ୍ଫୋରଣର ପ୍ରକୃତ କାରଣ ଜଣାପଡିନଥିବା ବେଳେ କୌଣସି ବିସ୍ଫୋରକ ସାମଗ୍ରୀ ଏହାର କାରଣ ହୋଇଥିବା ସ୍ଥାନୀୟ ଲୋକେ ମତ ରଖିଛନ୍ତି ।
ବିସ୍ଫୋରଣରେ ମୃତକ ଜଣଙ୍କ ଜଣେ ମହିଳା ହୋଇଥିବା ହସ୍ପିଟାଲ ତରଫରୁ ସୂଚନା ମିଳିଛି । ମୃତ ମହିଳା ଜଣଙ୍କୁ ତାଙ୍କର ପୁଅ 'ମାଆ ଉଠିଯାଅ' ବୋଲି ଡାକୁଛନ୍ତି, ମାତ୍ର ମାଆ ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି । ଏହି ସମୟର ଭିଡିଓ ସବୁଠୁ ହୃଦୟ ବିଦାରକ ରହିଛି । ପରେ ଆହତ କୁନି ପୁଅଟି ହସ୍ପିଟାଲରେ ମାଆର ମୋବାଇଲ ଦୁପଟା ଓ ପର୍ସ ସବୁକିଛି ହାତରେ ଧରିଛି ମାତ୍ର ମାଆକୁ ହରାଇଛି ।