ETV Bharat / international

ଲୋକଙ୍କ ବିଶ୍ବାସଯୋଗ୍ୟ ହେବା ପାଇଁ Twitter ନିରପେକ୍ଷ ହେବା ଜରୁରୀ: ଏଲନ ମସ୍କ - ଟ୍ବିଟର ଲୋକଙ୍କ ବିଶ୍ବାସର ପାତ୍ର

ଟ୍ବିଟର ଅଧିଗ୍ରହଣ ପରେ ଟେଲସା ସିଇଓ ଏଲନ ମସ୍କଙ୍କ ପ୍ରତିକ୍ରିୟା । କହିଲେ ଲୋକଙ୍କ ବିଶ୍ବାସଯୋଗ୍ୟ ହେବାକୁ ହେଲେ ଟ୍ବିଟର ରାଜନୈତିକ ଦୃଷ୍ଟିରୁ ନିରପେକ୍ଷ ରହିବା ଜରୁରୀ । ଅଧିକ ପଢନ୍ତୁ

ଲୋକଙ୍କ ବିଶ୍ବାସଯୋଗ୍ୟ ହେବା ପାଇଁ ଟ୍ବିଟର ନିରପେକ୍ଷ ହେବା ଜରୁରୀ: ଏଲନ ମସ୍କ

author img

By

Published : Apr 28, 2022, 9:18 AM IST

ୱାସିଂଟନ: ବର୍ତ୍ତମାନ ଟ୍ବିଟରର ନୂଆ ମାଲିକ ହେଉଛନ୍ତି ଟେଲସା ସିଇଓ ଏଲନ ମସ୍କ(Elon Musk) । ଦୀର୍ଘ ଦିନର ପ୍ରଚେଷ୍ଟା ପରେ ମସ୍କ ଏହି ମାଇକ୍ରୋବ୍ଲଗିଂ ସାଇଟକୁ କିଣିଛନ୍ତି । ଟ୍ବିଟର କିଣିବା ପରେ ଏଲନ ମସ୍କ କହିଛନ୍ତି, ଟ୍ବିଟର ଜନସାଧାରଣଙ୍କ ବିଶ୍ବାସଯୋଗ୍ୟ ହେବା ପାଇଁ ହେଲେ ରାଜନୈତିକ ଦୃଷ୍ଟିରୁ ଏହା ନିରପେକ୍ଷ ହେବା ଆବଶ୍ୟକ । ଯାହାର ଅର୍ଥ, ଯେକୌଣସି ପ୍ରସଙ୍ଗରେ ଏହା ଉଭୟ ପକ୍ଷକୁ ସମାନ ଭାବେ ବିଚାର କରୁଥିବ । ଟ୍ବିଟର ଡିଏମ(Twitter DMs)ରେ ସିଗନାଲ ଭଳି ଏଣ୍ଡ ଟୁ ଏଣ୍ଡ ଇନକ୍ରିପସନ ରହିବା ଉପରେ ମଧ୍ୟ ମସ୍କ ଗୁରୁତ୍ବ ଦେଇଛନ୍ତି । ଯଦ୍ବାରା କେହି ବି ଆପଣଙ୍କ ମେସଜ ହ୍ୟାକ୍ କରିପାରିବେ ନାହିଁ ।

  • For Twitter to deserve public trust, it must be politically neutral, which effectively means upsetting the far right and the far left equally

    — Elon Musk (@elonmusk) April 27, 2022 " class="align-text-top noRightClick twitterSection" data=" ">

ଉଲ୍ଲେଖଯୋଗ୍ୟ, ସୋମବାର ଟେଲସା ସିଇଓ ତଥା ବିଶ୍ବର ସବୁଠି ଧନୀ ଏଲନ ମସ୍କ ଟ୍ବିଟର ଅଧିଗ୍ରହଣ କରିଥିବା ସେ ସୁନିଶ୍ଚିତ କରିଛନ୍ତି । ମସ୍କ ୪୪ ବିଲିୟନ ଡଲାର ବିନିମୟରେ ଏହାକୁ କିଣିଛନ୍ତି । ଡିଲ୍ ଅନୁଯାୟୀ, ସେ ଟ୍ବିଟରର ସେୟାର ପିଛା ସେୟାରହୋଲ୍ଡରଙ୍କୁ ୫୪.୦୨ ଡଲାର ଦେବେ । ମସ୍କ ହେଉଛନ୍ତି ଟ୍ବିଟରର ଦ୍ବିତୀୟ ବଡ ସେୟାରହୋଲ୍ଡର । ତାଙ୍କ ପାଖରେ କମ୍ପାନୀର ୯.୨ ପ୍ରତିଶତ ଅଂଶଧନ ରହିଛି । କହିରଖୁଛୁ କି, ଟ୍ବିଟରର ପରିଚାଳନାକୁ ମସ୍କ ପସନ୍ଦ କରୁନଥିଲେ । ସେ ଏହାକୁ ମୁକ୍ତ ଏବଂ ଅବାଧ ଭାବନା ପରିପ୍ରକାଶ କରିବାର ଏକ ପ୍ଲାଟଫର୍ମ ଭାବେ ପରିଣତ କରିବାକୁ ଚାହୁଁଥିଲେ । ଏହା ସଙ୍ଗେ ସଙ୍ଗେ ଟ୍ବିଟରରେ ଏଡିଟ ସୁବିଧା ସ୍ଥାନିତ କରିବା ପାଇଁ ମସ୍କ ଆଗ୍ରହୀ ଥିଲେ ।

ଅନ୍ୟପଟେ ଟ୍ବିଟର ଅଧିଗ୍ରହଣ ପରେ ଏହାର ସିଇଓ ପରାଗ ଅଗ୍ରୱାଲ କହିଛନ୍ତି, ଟ୍ବିଟର ସାରା ବିଶ୍ବରେ ପ୍ରାସଙ୍ଗିକ ଏବଂ ପ୍ରଭାବଶାଳୀ । ଟ୍ବିଟରକୁ ଅଧିକ ଉନ୍ନତ କରିବା ତଥା ମଜବୁତ ସେବା ପ୍ରଦାନ ପାଇଁ ଆବଶ୍ୟକୀୟ ସଂଶୋଧନ କରିବା ନିମନ୍ତେ ମୁଁ ଏହି ନିଯୁକ୍ତି ଗ୍ରହଣ କରିଥିଲି । କୋଳାହାଳ ସତ୍ତ୍ବେ ଧ୍ୟାନ ଏବଂ ନିଷ୍ଠାର ସହ କାମ କରୁଥିବା କର୍ମଚାରୀଙ୍କ ପାଇଁ ମୁଁ ଗର୍ବିତ ବୋଲି ପରାଗ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.