ETV Bharat / international

UK Prime Minister Bid: ଓହରିଲେ ସାଜିଦ ଜାଭିଡ, ଦୌଡରେ 8 ସାଂସଦ

author img

By

Published : Jul 13, 2022, 8:01 AM IST

ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡରୁ ଓହରିଲେ ସାଜିଦ ଜାଭିଡଙ୍କ ସମେତ 3 ଆଶାୟୀ । ଏବେ 8 ଜଣଙ୍କୁ ନେଇ ହେବ ପରବର୍ତ୍ତୀ ପ୍ରକ୍ରିୟା । ପୂର୍ବରୁ 11 ସଦସ୍ୟ ଥିଲେ ଇଚ୍ଛୁକ । ଅଧିକ ପଢନ୍ତୁ

UK Prime Minister bid: ଓହରିଲେ ସାଜିଦ ଜାଭିଡ, ଦୌଡରେ 8 ସାଂସଦ

ଲଣ୍ଡନ: ବ୍ରିଟେନ ରାଜନୈତିକ ଅସ୍ଥିରତା ମଧ୍ୟରେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବେ ତାକୁ ନେଇ କିଛି ସ୍ପଷ୍ଟତା ଆସି ପାରିନାହିଁ । ଶାସକ ଦଳ କଞ୍ଜରବେଟିଭ ପାର୍ଟି (Conservative)ରେ ଏକାଧିକ ସଦସ୍ୟ ନିଜଆଡୁ ଏହି ଲବିରେ ରହିଛନ୍ତି । ପୂର୍ବରୁ ପ୍ରାୟ 11 ଜଣ ସାଂସଦ ଦୌଡରେ ଥିଲେ । ଏବେ ପରିବହନ ମନ୍ତ୍ରୀ ଗ୍ରାଣ୍ଟ ସାପ (Grant Shapps), ସ୍ବାସ୍ଥ୍ୟମନ୍ତ୍ରୀ ସାଜିଦ ଜାଭିଡ ଓ ବୈଦେଶିକ ମନ୍ତ୍ରୀ ରେହେମାନ ଚିସ୍ତି (Rehman Chishti) ତାଲିକାରୁ ନାମ ପ୍ରତ୍ୟାହାର କରିନେବା ପରେ ଏହି ସଂଖ୍ୟା 8କୁ ହ୍ରାସ ପାଇଛି ।

ଏହା ମଧ୍ୟ ପଢନ୍ତୁ :-ସପ୍ଟେମ୍ବର 5 ରେ ବ୍ରିଟେନକୁ ମିଳିବେ ନୂଆ ପ୍ରଧାନମନ୍ତ୍ରୀ

ତେବେ ତଥାପି 8 ଆଗ୍ରହୀ ସଦସ୍ୟଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ଚୟନ କରିବା ପାଇଁ ଦଳ ଆଭ୍ୟନ୍ତରୀଣ ତଥା ଦଳୀୟ ନିର୍ବାଚନ ପ୍ରକ୍ରିୟା ଅନୁସରଣ କରିବାକୁ ଯାଉଛି । ଏକାଧିକ ପର୍ଯ୍ୟାୟରେ ଏହି ଆଶାୟୀ ସଦସ୍ୟମାନେ ଅଂଶଗ୍ରହଣ କରିବେ । ଶେଷରେ ଦୁଇ ସଦସ୍ୟଙ୍କ ମଧ୍ୟରେ ଅନ୍ତିମ ଲଢଇ ହେବ । ଏଥିରେ ଦଳର ସମସ୍ତ ସଦସ୍ୟ ଭୋଟ ଦେବେ । ଅଧିକ ସଂଖ୍ୟା ହାତେଇଥିବା ସଦସ୍ୟ ପ୍ରଥମେ ଦଳର ଟୋରୀ ନେତା (Tory leaders) ଓ ପରେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ।

ପ୍ରଧାନମନ୍ତ୍ରୀ ଚୟନ ନେଇ ବ୍ରିଟେନରେ ଶାସନରେ ଥିବା କଞ୍ଜରବେଟିଭ୍‌ ପାର୍ଟିର 1922 ବ୍ୟାକବେଞ୍ଚ କମିଟି (Backbench 1922 Committee ) ଅଧ୍ୟକ୍ଷ ଗ୍ରାହାମ ବ୍ରାଡି ସୂଚନା ଦେଇଥିଲେ । ନାମାଙ୍କନ ଦାଖଲରେ ଜଣେ ପ୍ରାର୍ଥୀଙ୍କ ନିକଟରେ ସର୍ବନିମ୍ନ 20 ଜଣ ସାଂସଦଙ୍କ ସମର୍ଥନ ରହିବା ଆବଶ୍ୟକ । ବୁଧବାର ଟୋରୀ ସାଂସଦ (Tory MPs)ଙ୍କ ମଧ୍ୟରେ ପ୍ରଥମ ରାଉଣ୍ଡ ଭୋଟ୍ ଅନୁଷ୍ଠିତ ହେବ । ସେହିପରି ପ୍ରଥମ ରାଉଣ୍ଡ ପରେ ଦ୍ବିତୀୟ ରାଉଣ୍ଡ ଭୋଟିଂରେ ଅଂଶଗ୍ରହଣ କରିବା ପାଇଁ ଆଶାୟୀ ପ୍ରାର୍ଥୀଙ୍କୁ ସର୍ବନିମ୍ନ 30 ଭୋଟର ଆବଶ୍ୟକତା ରହିବ ।

ପରେ ଏହି ଅନୁପାତରେ ଆଶାୟୀଙ୍କ ସଂଖ୍ୟା 2ରେ ସୀମିତ ରହିବା ସହ ଅନ୍ୟ ପ୍ରତିଦ୍ବନ୍ଦୀମାନେ ବାଦ ପଡିବେ । ଅନ୍ତିମ ଦୁଇ ପ୍ରତିଯୋଗୀଙ୍କୁ ଟୋରୀ ସଦସ୍ୟଙ୍କ ବ୍ୟତୀତ ଦଳର ସମସ୍ତ ସଦସ୍ୟ ଭୋଟ ଦେବେ । ଦଳର ମୋଟ ସଦସ୍ୟଙ୍କ ସଂଖ୍ୟା ପ୍ରାୟ 200,000 ରହିଛି । ଗରିଷ୍ଠତା ହାସଲ କରିଥିବା ପ୍ରାର୍ଥୀ ପ୍ରଥମେ ନୂତନ ଟୋରୀ ନେତା (New Tory leader) ଏବଂ ପରେ ବ୍ରିଟେନ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.