ଜାକାର୍ତ୍ତା: ଶକ୍ତିଶାଳୀ ଭୂକମ୍ପରେ ଥରିଲା ଇଣ୍ଡୋନେସିଆ । ବିଳମ୍ବିତ ରାତିରେ ଥରିଉଠିଲା ମାଟି । ଇଣ୍ଡୋନେସିଆର ଟୋବେଲୋରେ ବଡଧରଣର ଏହି ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬.୩ ରେକର୍ଡ କରାଯାଇଛି । ଏନେଇ ୟୁଏସ୍ ଜିଓଲୋଜିକାଲ ସର୍ଭେ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
-
Notable quake, preliminary info: M 6.3 - 177 km N of Tobelo, Indonesia https://t.co/Xk9L7Y3QAV
— USGS Earthquakes (@USGS_Quakes) February 23, 2023 " class="align-text-top noRightClick twitterSection" data="
">Notable quake, preliminary info: M 6.3 - 177 km N of Tobelo, Indonesia https://t.co/Xk9L7Y3QAV
— USGS Earthquakes (@USGS_Quakes) February 23, 2023Notable quake, preliminary info: M 6.3 - 177 km N of Tobelo, Indonesia https://t.co/Xk9L7Y3QAV
— USGS Earthquakes (@USGS_Quakes) February 23, 2023
ଗୁରୁବାର ବିଳମ୍ବିତ ରାତିରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି । ୟୁଏସ୍ ଜିଓଲୋଜିକାଲ ସର୍ଭେ ପକ୍ଷରୁ ବିଳମ୍ବିତ ରାତି ପ୍ରାୟ ୨ଟାରେ ସୂଚନା ଦିଆଯାଇଛି । ଟୋବେଲୋର ଉତ୍ତରରୁ ୧୭୭ କିମି ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ଏହାର ଗଭୀରତା ୧୦୦ କିମି ରେକର୍ଡ କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନଥିବା ବେଳେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।
ପୂର୍ବରୁ ଜାନୁଆରୀ ୯ରେ ହୋଇଥିବା ବଡଧରଣର ଭୂକମ୍ପ: ଗତ ଜାନୁଆରୀ ୯ ତାରିଖ ବିଳମ୍ବିତ ରାତିରେ ଇଣ୍ଡୋନେସିଆର ତାନିମ୍ବାର ଅଞ୍ଚଳରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ରିକ୍ଟର ସ୍କେଲରେ 7.7 ମ୍ୟାଗ୍ନିଚ୍ୟୁଡ ରହିଥିବା ରେକର୍ଡ କରାଯାଇଥିଲା । ଶକ୍ତିଶାଳୀ ଭୂକମ୍ପ ହେବା ଫଳରେ ତାନିମ୍ବାର ଅଞ୍ଚଳରେ ସୁନାମି ନେଇ ଆଲର୍ଟ ଜାରି କରାଯାଇଥିଲା । ଭୂକମ୍ପ ତୀବ୍ରତା ଏତେ ଅଧିକ ଥିଲା ଯେ, ଅଷ୍ଟ୍ରେଲିଆର ତିମୋକ ଲେଷ୍ଟେ ଏବଂ ଇଣ୍ଡୋନେସିଆର ପ୍ରାୟ 14 ନିୟୁତ ଲୋକେ ମଧ୍ୟ ଏହାର କମ୍ପନ ଅନୁଭବ କରିପାରିଥିଲେ ।
ଏହା ମଧ୍ୟ ପଢନ୍ତୁ: ଚିନ୍ତାଜନକ ଜାତିସଙ୍ଘ ରିପୋର୍ଟ, ବିଶ୍ବରେ ପ୍ରତି 2 ମିନିଟରେ ଆଖି ବୁଜୁଛନ୍ତି ଜଣେ ଗର୍ଭବତୀ
ପୂର୍ବରୁ ଇଣ୍ଡୋନେସିଆରେ ତାଣ୍ଡବ ରଚିଥିଲା ଭୂକମ୍ପ: ନଭେମ୍ବର ୨୧ ତାରିଖରେ ଇଣ୍ଡୋନେସିଆର ଜାଭା ପ୍ରଦେଶରେ ଭୂକମ୍ପ ହୋଇଥିଲା । ତୀବ୍ରତା ୫.୬ ରେକର୍ଡ କରାଯାଇଥିଲା । ଜାକାର୍ତ୍ତାର ଦକ୍ଷିଣପୂର୍ବ ଦିଗରେ 75 କିମି ଦୂର ସିଆଞ୍ଜୁରେ ଏହି ବଡ଼ ଧରଣର ଭୂକମ୍ପ ସୃଷ୍ଟି ହୋଇଥିଲା । ଯାହାର ଗଭୀରତା 10 କିମି ରହିଥିଲା । ତେବେ ଏହି ଭୂକମ୍ପରେ ୨୬୮ ଲୋକ ପ୍ରାଣ ହରାଇଥିବା ବେଳେ ୧୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ଏହାସହ ୧୫୦ରୁ ଅଧିକ ଲୋକ ନିଖୋଜ ହୋଇଥିବା ବେଳେ ୧୦୦ରୁ ଅଧିକ ଶିଶୁଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା ।
ତୁର୍କୀରେ ଭୂକମ୍ପର ଧ୍ବସଂଲୀଳା: ଫେବୃଆରୀ ୬ ତାରିଖରେ ତୁର୍କୀ ଏବଂ ସିରିଆରେ ଭୟଙ୍କର ଭୂକମ୍ପ ହୋଇଥିଲା । ୬.୪ ଏବଂ ୫.୮ ତୀବ୍ରତା ରେକର୍ଡ କରାଯାଇଥିଲା । ତେବେ ଏହି ଭୂକମ୍ପରେ ଧ୍ବସଂ ହୋଇଯାଇଥିଲା ତୁର୍କୀ । ବର୍ତ୍ତମାନ ସୁଦ୍ଧା ୪୬ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ କୁହାଯାଇଛି । ତୁର୍କୀରେ ହିଁ ୪୩ହଜାର ଲୋକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏହି ବିନାଶକାରୀ ଭୂକମ୍ପ ତୁର୍କୀର ଅନେକ ସହରକୁ ଧ୍ବସଂ କରିଦେଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ