ETV Bharat / international

Earthquake hits Indonesia: ଭୟଙ୍କର ଭୂକମ୍ପରେ ଥରିଲା ଇଣ୍ଡୋନେସିଆ, ସୁନାମି ଆର୍ଲଟ ଜାରି

author img

By

Published : Jan 10, 2023, 8:52 AM IST

ଶକ୍ତିଶାଳୀ ଭୂକମ୍ପରେ ଥରିଲା ଇଣ୍ଡୋନେସିଆର ତାନିମ୍ବାର ଅଞ୍ଚଳ । ରିକ୍ଟର ସ୍କେଲରେ ତୀବ୍ରତା 7.7 । ଭୟଙ୍କର ଭୂକମ୍ପ ପରେ ସୁନାମି ଆଲର୍ଟ ଜାରି । ଅଧିକ ପଢ଼ନ୍ତୁ

Earthquake
Earthquake

ଜାକର୍ତ୍ତା: ଇଣ୍ଡୋନେସିଆରେ ଭୂକମ୍ପ ଝଟକା(Earthquake hits Indonesia) । ମଙ୍ଗଳବାର ବିଳମ୍ବିତ ରାତିରେ ଇଣ୍ଡୋନେସିଆର ତାନିମ୍ବାର ଅଞ୍ଚଳରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ରିକ୍ଟର ସ୍କେଲରେ 7.7 ମ୍ୟାଗ୍ନିଚ୍ୟୁଡ ରହିଥିବା ରେକର୍ଡ କରାଯାଇଛି । ଏନେଇ ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଭୂକମ୍ପ ହେବା ଫଳରେ ତାନିମ୍ବାର ଅଞ୍ଚଳରେ ସୁନାମି ନେଇ ସତର୍କ ଜାରି କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ଭାରତୀୟ ବଂଶୋଦ୍ଭବ ମନପ୍ରିତ ମୋନିକା ସିଂ ହେଲେ ଆମେରିକାର ପ୍ରଥମ ମହିଳା ଶିଖ୍‌ ଜଜ୍

ମଙ୍ଗଳବାର ସ୍ଥାନୀୟ ସମୟ ରାତି 2.47ରେ ତାନିମ୍ବାରରେ ଭୂକମ୍ପ ହୋଇଥିଲା । ଯାହାର ଗଭୀରତା 105 କିଲୋମିଟର ରହିଥିବା ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର ସୂଚନା ଦେଇଛି । ଇଣ୍ଡୋନେସିଆର ଟୁଆଲ ଅଞ୍ଚଳର ଦକ୍ଷିଣ-ପଶ୍ଚିମ ଦିଗରେ 342 କିଲୋମିଟର ଦୂରରେ ଭୂକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପ ତୀବ୍ରତା ଏତେ ଅଧିକ ଥିଲା ଯେ, ଅଷ୍ଟ୍ରେଲିଆର ତିମୋକ ଲେଷ୍ଟେ ଏବଂ ଇଣ୍ଡୋନିସିଆର ପ୍ରାୟ 14 ନିୟୁତ ଲୋକ ଏହାର କମ୍ପନ ଅନୁଭବ କରିପାରିଥିଲେ । ପରବର୍ତ୍ତୀ ସମୟରେ ପୁଣି ଭୂକମ୍ପ ଘଟିବା ନେଇ ୟୁରୋପୀୟ ଭୂକମ୍ପ କେନ୍ଦ୍ର ସଚେତନ କରିଛି ଏବଂ କ୍ଷତିଗ୍ରସ୍ତ ଅଞ୍ଚଳଠାରୁ ଦୂର ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦେଇଛି । ଭୂକମ୍ପ ପରେ ସୁନାମି ହେବାର ଆଶଙ୍କା ମଧ୍ୟ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ: ଶ୍ରୀଲଙ୍କା ପରେ ବ୍ରାଜିଲରେ ଗୃହଯୁଦ୍ଧ ସ୍ଥିତି ! ରାଷ୍ଟ୍ରପତି ଭବନରେ ପଶି କଲେ ଭଙ୍ଗାରୁଜା, ଚିନ୍ତା ବ୍ୟକ୍ତକଲେ ପ୍ରଧାନମନ୍ତ୍ରୀ ମୋଦି

ଏହା ପୂର୍ବରୁ ନଭେମ୍ବରରେ ଇଣ୍ଡୋନେସିଆର ଜାଭା ପ୍ରଦେଶରେ 5.6 ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଘଟିଥିଲା । ଯେଉଁଥିରେ ଅତି କମରେ 318 ଜଣଙ୍କ ମୃତ୍ୟୁ ଘଟିଥିଲା । ଏଥିରେ ସତାଧିକ ଲୋକ ଆହତ ହୋଇଥିଲେ । ଭୂକମ୍ପରେ ଶହ ଶହ ଘର ନଷ୍ଟ ହୋଇଥିଲା ବେଳେ ଅନେକ ଲୋକ ଭଗ୍ନସ୍ତୁପ ତଳେ ଚାପି ହୋଇରହିଥିଲେ । ଜାକାର୍ତ୍ତାର ଦକ୍ଷିଣପୂର୍ବ ଦିଗରେ 75 କିମି ଦୂର ସିଆଞ୍ଜୁରେ ଏହି ବଡ଼ ଧରଣର ଭୂକମ୍ପ ସୃଷ୍ଟି ହୋଇଥିଲା । ଯାହାର ଗଭୀରତା 10 କିମି ରହିଥିଲା । ଭୂକମ୍ପରେ ସିଆଞ୍ଜୁରେ ଥିବା ସ୍କୁଲ, ହସ୍ପିଟାଲ ସମେତ ଶାତାଧିକ ବିଲ୍ଡିଂ ଭୁଶୁଡ଼ି ଯାଇଥିଲା । ବିଭିନ୍ନ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ସେହିପରି ଫେବୃଆରୀରେ ଇଣ୍ଡୋନେସିଆର ପଶ୍ଚିମ ସୁମାତ୍ରାରେ ୬.୨ ତୀବ୍ରତାର ବଡ ଧରଣର ଭୂକମ୍ପ ସଂଗଠିତ ହୋଇଥିଲା । ଏଥିରେ ଅତିକମରେ ୨୫ ଜଣଙ୍କ ପ୍ରାଣ ଯାଇଥିବା ବେଳେ ୪୬୦ରୁ ଅଧିକ ଲୋକେ ଆହତ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.