ETV Bharat / international

ଶକ୍ତିଶାଳୀ ଭୂକମ୍ପରେ ଥରିଲା ଟେକ୍ସାସ, ତୀବ୍ରତା 5.4 - ଟେକ୍ସାସରେ ଶକ୍ତିଶାଳୀ ଭୂକମ୍ପ ଝଟକା

ଟେକ୍ସାସରେ ଶକ୍ତିଶାଳୀ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ତୀବ୍ରତା 5.4 ଆକଳନ କରାଯାଇଛି । ଅଧିକ ପଢ଼ନ୍ତୁ

earthquake hits in west texas
ଟେକ୍ସାସରେ ଭୂକମ୍ପ ଝଟକା
author img

By

Published : Dec 17, 2022, 11:31 AM IST

ୱାଶିଂଟନ: ଶକ୍ତିଶାଳୀ ଭୂକମ୍ପରେ ଥରିଲା ଟେକ୍ସାସ । ଗତ ଶୁକ୍ରବାର ସନ୍ଧ୍ୟାରେ ଟେକ୍ସାସର ପଶ୍ଚିମାଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 5.4 ରେକର୍ଡ କରାଯାଇଛି । ଏନେଇ ଆମେରିକା ଜିଓଲୋଜିକାଲ ସର୍ଭେ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏନେଇ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ ।

ଗତକାଲି (ଶୁକ୍ରବାର) ସନ୍ଧ୍ୟା 5.35 ମିନିଟରେ (ସ୍ଥାନୀୟ ସମୟ) ଏହି ଭୂକମ୍ପ ଅନୁଭୂତ ହୋଇଛି । ଏହା ମିଡଲାଣ୍ଡର ଉତ୍ତର-ଉତ୍ତରପଶ୍ଚିମ ଦିଗରେ ପ୍ରାୟ 14 ମାଇଲ (22 କିଲୋମିଟର) ଦୂରରେ ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ଗଭୀରତା ପ୍ରାୟ 5.9 ମାଇଲ (9 କିଲୋମିଟର) ରହିଥିଲା । ତେବେ ଟେକ୍ସାସ ଇତିହାସରେ ଏହାକୁ ଚତୁର୍ଥ ଶକ୍ତିଶାଳୀ ଭୂକମ୍ପ ବୋଲି ମିଡଲାଣ୍ଡର ଜାତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଭୂକମ୍ପ ଏତେ ଭୟଙ୍କର ଥିଲା ଯେ, ସେହି ଅଞ୍ଚଳର ପ୍ରାୟ 200 ମାଇଲ ପର୍ଯ୍ୟନ୍ତ ଲୋକେ ଅନୁଭବ କରିଥିଲେ । ତେବେ ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବ ଜଣାପଡ଼ିନାହିଁ । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ସୂଚନା ଥାଉକି, ଗତ ମାସରେ ପଶ୍ଚିମ ଟେକ୍ସାସରେ ସମାନ ପରିମାଣର ଭୂକମ୍ପ ଘଟିଥିଲା । ନଭେମ୍ବର 16ରେ 5.3 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.