ETV Bharat / international

ଭୂକମ୍ପ ଝଟ୍‌କାରେ ଥରିଲା ତାଜିକିସ୍ତାନ, ତୀବ୍ରତା ୫.୯ ରେକର୍ଡ - ତାଜିକିସ୍ତାନର ନୋଭୋଦରେ ଭୂକମ୍ପ

ତାଜିକିସ୍ତାନର ନୋଭୋଦରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ତୀବ୍ରତା ୫.୯ ରେକର୍ଡ । ଅଧିକ ପଢନ୍ତୁ

earthquake
earthquake
author img

By

Published : Mar 23, 2023, 7:17 AM IST

ଦୁଶାନବେ: ବିଳମ୍ବିତ ରାତିରେ ଭୂକମ୍ପରେ ଥରିଲା ତାଜିକିସ୍ତାନ । ରିକ୍ଟର ସ୍କେଲରେ ତୀବ୍ରତା ୫.୯ ରେକର୍ଡ କରାଯାଇଛି । ବିଳମ୍ବିତ ରାତି ପ୍ରାୟ ୧.୩୭ ମିନିଟରେ ଏହି ଭୂକମ୍ପ ହୋଇଥିବା ବେଳେ କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ । ଏନେଇ ୟୁଏସ୍ ଜିଓଲୋଜିକାଲ ସର୍ଭେ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।

ଗତକାଲି(ବୁଧବାର) ବିଳମ୍ବିତ ରାତି ପ୍ରାୟ ୧.୩୭ ମିନିଟରେ ଭୂକମ୍ପ ହୋଇଥିଲା । ନୋଭୋଦର ଦକ୍ଷିଣ ଦକ୍ଷିଣ ପଶ୍ଚିମ ଦିଗରୁ ୫୧ କିଲୋମିଟର ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିଲା । ତେବେ ଭୂକମ୍ପର ଗଭୀରତା ୧୦ କିଲୋମିଟର ରହିଥିବା ନେଇ ୟୁଏସ୍ ଜିଓଲୋଜିକାଲ ସର୍ଭେ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ଭୂକମ୍ପ ଅକ୍ଷାଂଶ ୩୯.୪୫ ରହିଥିବା ବେଳେ ଦ୍ରାଘିମା ୬୯.୯୫ ରହିଥିଲା । ଶକ୍ତିଶାଳୀ ଭୂକମ୍ପରେ ଲୋକେ ଭୟଭୀତ ହୋଇପଡିଥିଲେ । ଘର ଗୁଡିକ ଦୋହଲିବାରୁ ଲୋକେ ଘରୁ ବାହାରକୁ ଚାଲିଆସିଥିବା ନେଇ ମଧ୍ୟ ସୂଚନା ରହିଛି । ତେବେ ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତକ୍ଷେପ ହୋଇନଥିବା ବେଳେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: Earthquake hits in New Zealand: ୭.୧ ତୀବ୍ରତାରେ ଥରିଲା ନ୍ୟୁଜିଲାଣ୍ଡ, ସୁନାମି ଆଲର୍ଟ ଜାରି

ଏହା ମଧ୍ୟ ପଢନ୍ତୁ: ଲଣ୍ଡନରେ ପୁଣି ଏକାଠି ହେଲେ ଖଲିସ୍ତାନୀ ସମର୍ଥକ, ଦୂତାବାସ ବାହାରେ ଲଗାଇଲେ ଭାରତ ବିରୋଧୀ ନାରା

ଗତକାଲି(ବୁଧବାର) ରାତିରେ ଆର୍ଜେଣ୍ଟିନା ଏବଂ ଚିଲିରେ ମଧ୍ୟ ବଡ ଧରଣର ଭୂକମ୍ପ ସଂଗଠିତ ହୋଇଥିଲା । ଆର୍ଜେଣ୍ଟିନାର ସୈନ ଆଣ୍ଟେନିଓ ଡୀ ଲାଁସ କୋବ୍ରେସରେ ୬.୫ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଉତ୍ତର-ପଶ୍ଚିମର ୮୪ କିଲୋମିଟର ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିଲା । ଭୂକମ୍ପର ଗଭୀରତା ୨୦୦ କେଲୋମିଟର ରେକର୍ଡ କରାଯାଇଥିଲା । ଶକ୍ତିଶାଳୀ ଭୂକମ୍ପରେ ଲୋକେ ଭୟଭୀତ ହୋଇ ବାହାରକୁ ଦୌଡି ଆସିଯାଇଥିଲେ । କେତେକ ସ୍ଥାନରେ ଫାଟ ହୋଇଥିବା ନେଇ ମଧ୍ୟ ସୂଚନା ରହିଛି । ତେବେ ଭୂକମ୍ପରେ କୌଣସି ଜନଜୀବନ ଯାଇନଥିବା ବେଳେ କ୍ଷୟକ୍ଷତି ନେଇ ମଧ୍ୟ କୌଣସି ସୂଚନା ହସ୍ତଗତ ହୋଇପାରିନାହିଁ ।

ଚିଲିର ଆଇକ୍ୟୁରେ ମଧ୍ୟ ଶକ୍ତିଶାଳୀ ଭୂକମ୍ପ ହୋଇଥିଲା । ଏନେଇ ଜାତୀୟ ଭୂବିଜ୍ଞାନ କେନ୍ଦ୍ର ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଥିଲା । ଏନସିଏସର ତଥ୍ୟ ଅନୁସାରେ ଭୂକମ୍ପର ତୀବ୍ରତା ୬.୩ ରେକର୍ଡ କରାଯାଇଥିଲା । ଚିଲିର ଦକ୍ଷିଣ-ପୂର୍ବର 519 କିଲୋମିଟର ଦୂରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା। ଗଭୀରତା ୨୦୪ କିଲୋମିଟର ରେକର୍ଡ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.