ETV Bharat / international

Earthquake hits in Philippines: ଶକ୍ତିଶାଳୀ ଭୂକମ୍ପରେ ଥରିଲା ଫିଲିଫାଇନ୍ସ

author img

By

Published : Jun 15, 2023, 12:23 PM IST

ଫିଲିଫାଇନ୍ସରେ ଶକ୍ତିଶାଳୀ ଭୂକମ୍ପ । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା 6.2 ରେକର୍ଡ କରାଯାଇଛି । ଅଧିକ ପଢନ୍ତୁ

earthquake hits in philippines
earthquake hits in philippines

ମାନିଲା: ଶକ୍ତିଶାଳୀ ଭୂକମ୍ପରେ ଥରିଲା ଫିଲିଫାଇନ୍ସ । ମାନିଲାର ଦକ୍ଷିଣ-ପଶ୍ଚିମରେ ଆଜି(ଗୁରୁବାର) ସକାଳ ସମୟରେ ଭୂକମ୍ପ ହୋଇଥିବା ସୂଚନା ମିଳିଛି । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା 6.2 ରେକର୍ଡ କରାଯାଇଛି । ଏନେଇ ୟୁଏସ୍ ଜିଓଲୋଜିକାଲ ସର୍ଭେ ପକ୍ଷରୁ ସୂଚନା ଦିଆଯାଇଛି । ଭୂକମ୍ପରେ କ୍ଷୟକ୍ଷତି ନେଇ ସୂଚନା ହସ୍ତଗତ ହୋଇ ନାହିଁ । ଭୂକମ୍ପ ପାଇଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିବା ବେଳେ ସୁନାମୀ ପାଇଁ କୌଣସି ସର୍ତକତା ଜାରି କରାଯାଇନାହିଁ । ଭୂକମ୍ପ ପାଇଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତବରଣ ଖେଳିଯାଇଥିବା ବେଳେ ସୁନାମୀ ପାଇଁ କୌଣସି ସର୍ତକତା ଜାରି କରାଯାଇନାହିଁ ।

ଏହା ମଧ୍ୟ ପଢନ୍ତୁ-ଗୁଜୁରାଟ ଉପରେ ପ୍ରକୃତି କୋପ ! ବାତ୍ୟାମାଡ ପୂର୍ବରୁ ଭୂକମ୍ପରେ ଥରିଲା କଚ୍ଛ

ହୁକି ମାନିଲାଠାରୁ ପ୍ରାୟ 140 କିଲୋମିଟର ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି । ଏହାର ଗଭୀରତା 10 କିଲୋମିଟର ହୋଇଥିବା ରେକର୍ଡ କରାଯାଇଛି । ଫିଲିପାଇନ୍ସର ନ୍ୟାସନାଲ ଡିଜାଷ୍ଟର ରିସ୍କ ରିଡକ୍ସନ ଆଣ୍ଡ୍‌ ମ୍ୟାନେଜମେଣ୍ଟ କାଉଁସିଲ କହିଛି ଯେ, ଆଜି ସକାଳ ସମୟରେ ଫିଲିଫାଇନ୍ସରେ 6.2 ତୀବ୍ରତାରେ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପରେ କ୍ଷୟକ୍ଷତି କିମ୍ବା ଜୀବନ ହାନୀ ଘଟିଥିବା ନେଇ କୌଣସି ସୂଚନା ଏପର୍ଯ୍ୟନ୍ତ ମିଳିପାରି ନାହିଁ । ପରବର୍ତ୍ତୀ ସମୟରେ ଏ ବିଷୟରେ ଅଧିକ ସୂଚନା ମିଳିପାରିବ । ଭୂକମ୍ପ ହେବା ମାତ୍ରେ ଭୟରେ ସ୍ଥାନୀୟ ଲୋକେ ଘର ବାହାରକୁ ପଳାଇ ଆସିଥିଲେ ।

ଏହା ମଧ୍ୟ ପଢନ୍ତୁ-Earthquake hits in Philippines: ଶକ୍ତିଶାଳୀ ଭୂକମ୍ପରେ ଥରିଲା ଫିଲିଫାଇନ୍ସ, ତୀବ୍ରତା୬.୧ ରେକର୍ଡ

ଗତ ଫେବୃଆରୀ 16 ତାରିଖରେ ଫିଲିଫାଇନ୍ସରେ ଭୂକମ୍ପ ହୋଇଥିଲା । ଯାହାର ରିକ୍ଟର ସ୍କେଲରେ ତୀବ୍ରତା 6.1 ରେକର୍ଡ କରାଯାଇଥିଲା । ଫିଲିଫାଇନ୍ସର ମାସବେଟ ରିଜଅନରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଏନେଇ ୟୁଏସ୍ ଜିଓଲୋଜିକାଲ ସର୍ଭେ ପକ୍ଷରୁ ସୂଚନା ଦିଆଯାଇଥିଲା । ରାତିରେ ଶକ୍ତିଶାଳୀ ଭୂକମ୍ପରେ ଥରିଥିଲା ଫିଲିଫାଇନ୍ସର ମାସବେଟ ରିଜଅନ । ଏହାର ଗଭୀରତା ୨୦.୧କିମି ରହିଥିବା ନେଇ ରେକର୍ଡ କରାଯାଇଥିଲା । କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନଥିଲା।

ଗତବର୍ଷ ଜୁଲାଇ ମାସରେ ଫିଲିଫାଇନ୍ସରେ 7.0 ତୀବ୍ରତାରେ ଭୂକମ୍ପ ହୋଇଥିଲା । ଏହି ଶକ୍ତିଶାଳୀ ଭୂକମ୍ପ ପରେ ସୁନାମୀ ପାଇଁ କୌଣସି ସର୍ତକତା ଜାରି କରାଯାଇନଥିଲା । ଆମେରିକା ଜିଓଲୋଜିକାଲ ସର୍ଭେ ସଂସ୍ଥା ପକ୍ଷରୁ ଭୂକମ୍ପ ନେଇ ସୂଚନା ଦିଆଯାଇଥିଲା । ଭୂକମ୍ପ ପାଇଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତବରଣ ଖେଳିଯାଇଥିବା ବେଳେ ସୁନାମୀ ପାଇଁ କୌଣସି ସର୍ତକତା ଜାରି କରାଯାଇନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.