ETV Bharat / international

Earthquake hits in Central Mexico: ସେଣ୍ଟ୍ରାଲ ମେକ୍ସିକୋରେ ଶକ୍ତିଶାଳୀ ଭୂକମ୍ପ

author img

By

Published : Jun 19, 2023, 8:10 AM IST

ଶକ୍ତିଶାଳୀ ଭୂକମ୍ପରେ ଥରି ଉଠିଲା ସେଣ୍ଟ୍ରାଲ ମେକ୍ସିକୋ । ରିକ୍ଟର ସ୍କେଲ୍‌ରେ ତୀବ୍ରତା 6.3 ରେକର୍ଡ କରାଯାଇଛି । ଅଧିକ ପଢନ୍ତୁ

Earthquake hits in Central Mexico
Earthquake hits in Central Mexico

ମେକ୍ସିକୋ ସିଟି: ଆମେରିକାରେ ଶକ୍ତିଶାଳୀ ଭୂକମ୍ପ । ଥରି ଉଠିଲା ସେଣ୍ଟ୍ରାଲ ମେକ୍ସିକୋ । ଆଜି(ସୋମବାର) ସକାଳ ସମୟରେ ସେଣ୍ଟ୍ରାଲ ମେକ୍ସିକୋର ଉପକୂଳରେ ଭୂକମ୍ପ ହୋଇଥିବା ସୂଚନା ମିଳିଛି । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା 6.3 ରେକର୍ଡ କରାଯାଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ ।

ଭୂକମ୍ପର କେନ୍ଦ୍ରସ୍ଥଳ ସେଣ୍ଟ୍ରାଲ ମେକ୍ସିକୋ ରହିଛି । ଏହା ଗଭୀରତା 10 କିଲୋମିଟର ରେକର୍ଡ କରାଯାଇଥିବା ବେଳେ ଅକ୍ଷାଂଶ 22.87 ଓ ଦ୍ରାଘିମା 108.82 ରହିଛି । ଭୂକମ୍ପରେ ଜୀବନହାନି ନେଇ ସୂଚନା ମିଳିନାହିଁ । ଭୂକମ୍ପ ଝଟକା ଅନୁଭୂତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ବର୍ତ୍ତମାନ ସୁଦ୍ଧା ସୁନାମୀ ନେଇ ସର୍ତକତା ଜାରି କରାଯାଇନାହିଁ । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ଜୁନ 15 ତାରିଖରେ ଫିଲିଫାଇନ୍ସରେ ଭୂକମ୍ପ ହୋଇଥିଲା । ମାନିଲାର ଦକ୍ଷିଣ-ପଶ୍ଚିମରେ ଭୂକମ୍ପ ହୋଇଥିବା ସୂଚନା ମିଳିଥିଲା । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା 6.2 ରେକର୍ଡ କରାଯାଇଥି ୟୁଏସ୍ ଜିଓଲୋଜିକାଲ ସର୍ଭେ ପକ୍ଷରୁ ସୂଚନା ଦିଆଯାଇଥିଲା । ଭୂକମ୍ପରେ କ୍ଷୟକ୍ଷତି ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ହସ୍ତଗତ ହୋଇନାହିଁ । ଭୂକମ୍ପର ଗଭୀରତା 10 କିଲୋମିଟର ହୋଇଥିବା ରେକର୍ଡ କରାଯାଇଥିବା ବଳେ ହୁକି ମାନିଲା ଠାରୁ ପ୍ରାୟ 140 କିଲୋମିଟର ଦୂରରେ ଏହାର କେନ୍ଦ୍ରସ୍ଥଳ ରହିଥିଲା । ଭୂକମ୍ପ ହେବା ମାତ୍ରେ ଭୟରେ ସ୍ଥାନୀୟ ଲୋକେ ଘର ବାହାରକୁ ପଳାଇ ଆସିଥିଲେ ।

ଏହା ମଧ୍ୟ ପଢନ୍ତୁ-Earthquake hits in Philippines: ଶକ୍ତିଶାଳୀ ଭୂକମ୍ପରେ ଥରିଲା ଫିଲିଫାଇନ୍ସ

ମେ 19 ତାରିଖରେ ଲୋୟାଲ୍ଟି ଦ୍ବୀପରେ ବଡ ଧରଣର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲର ଭୂକମ୍ପର ତୀବ୍ରତା ୭.୭ ରେକର୍ଡ କରାଯାଇଥିଲା । ନ୍ୟୁ କାଲେଣ୍ଡୋନିଆ ଓ ଭାନୁଆତୁରେ ବି କମ୍ପନ ଅନୁଭୂତ ହୋଇଥିଲା । ନ୍ୟୁ କାଲେଣ୍ଡୋନିଆ, ଭାନୁଆତୁ ଏବଂ ଫିଜିରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ଆମେରିକାର ଭୂତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ଟ୍ବିଟ କରି ସୂଚନା ଦେଇଥିଲା । ଭୂକମ୍ପ ପରେ ସୁନାମୀ ଆଲର୍ଟ ଜାରି କରାଯାଇଥିଲା । ଭୂକମ୍ପର ତୀବ୍ରତା ଏତେ ମାତ୍ରାରେ ଥିଲା ଯେ, ରାସ୍ତାରେ ଫାଟ ସୃଷ୍ଟି ହୋଇଥିବା ବେଳେ କେତେକ ଘରେ ମଧ୍ୟ ଫାଟ ହୋଇଥିବା ନେଇ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଥିଲା । କିନ୍ତୁ କ୍ଷୟକ୍ଷତି ନେଇ କୌଣସି ସୂଚନା ସ୍ଥାନୀୟ ପ୍ରଶାସନ ପକ୍ଷରୁ ଦିଆଯାଇନଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.