କାବୁଲ: ଭୂକମ୍ପରେ ଦିନକୁ ଦୁଇଥର ଥରିଲା ଆଫଗାନିସ୍ତାନ । ଗତକାଲି(ମଙ୍ଗଳବାର) ସକାଳ ୪.୦୫ ମିନିଟରେ ଏକ ଭୂକମ୍ପ ସଙ୍ଗଠିତ ହୋଇଥିବା ବେଳେ ବିଳମ୍ବିତ ରାତିରେ ପୁଣି ଭୂକମ୍ପ ହୋଇଛି । ରାତି ପ୍ରାୟ ୧୧ଟା ୪ମିନିଟ ସମୟରେ ଏହି ଭୂକମ୍ପ ହୋଇଛି । ଆଫଗାନିସ୍ତାନର ଫୟାଜାବାଦରେ ଏହି ଭୂକମ୍ପ ହୋଇଥିବା ବେଳେ ଏହାର ତୀବ୍ରତା ୪.୦ ରେକର୍ଡ କରାଯାଇଛି । ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।
-
Earthquake of Magnitude:4.0, Occurred on 28-02-2023, 23:47:05 IST, Lat: 36.53 & Long: 71.15, Depth: 10 Km ,Location: 82km SE of Fayzabad, Afghanistan for more information Download the BhooKamp App https://t.co/XEsiohO5st@Indiametdept @ndmaindia @Dr_Mishra1966 @Ravi_MoES pic.twitter.com/J2hXcWkWhX
— National Center for Seismology (@NCS_Earthquake) February 28, 2023 " class="align-text-top noRightClick twitterSection" data="
">Earthquake of Magnitude:4.0, Occurred on 28-02-2023, 23:47:05 IST, Lat: 36.53 & Long: 71.15, Depth: 10 Km ,Location: 82km SE of Fayzabad, Afghanistan for more information Download the BhooKamp App https://t.co/XEsiohO5st@Indiametdept @ndmaindia @Dr_Mishra1966 @Ravi_MoES pic.twitter.com/J2hXcWkWhX
— National Center for Seismology (@NCS_Earthquake) February 28, 2023Earthquake of Magnitude:4.0, Occurred on 28-02-2023, 23:47:05 IST, Lat: 36.53 & Long: 71.15, Depth: 10 Km ,Location: 82km SE of Fayzabad, Afghanistan for more information Download the BhooKamp App https://t.co/XEsiohO5st@Indiametdept @ndmaindia @Dr_Mishra1966 @Ravi_MoES pic.twitter.com/J2hXcWkWhX
— National Center for Seismology (@NCS_Earthquake) February 28, 2023
ଗତକାଲି(ମଙ୍ଗଳବାର) ରାତି ପ୍ରାୟ ୧୧ଟା ୪୭ ମିନିଟ ସମୟରେ ଫୟାଜାବାଦର ଦକ୍ଷିଣ ପୂର୍ବ ଦିଗରୁ ୮୨ କିମି ଦୂରରେ ଭୂକମ୍ପ ସଙ୍ଗଠିତ ହୋଇଥିଲା । ଏହାର ତୀବ୍ରତା ୪.୦ ରହିଥିବା ବେଳେ ଗଭୀରତା ୧୦ କିମି ରେକର୍ଡ କରାଯାଇଥିଲା । ଏହାସହ ଅକ୍ଷାଂଶ ୩୬.୫୩ ଏବଂ ଦ୍ରାଘିମା ୭୧.୧୫ ରେକର୍ଡ କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତକ୍ଷେପ ହୋଇନାହିଁ ।
ପ୍ରକାଶଥାଉକି, ମଙ୍ଗଳବାର ସକାଳୁ ସକାଳୁ ଭୂକମ୍ପରେ ଥରିଥିଲା ଆଫଗାନିସ୍ତାନ । ଭୋର 4.05 ମିନିଟ ସମୟରେ ଭୂକମ୍ପ ସଂଗଠିତ ହୋଇଥିଲା । ଯାହାର ଗଭୀରତା 10 କିଲୋମିଟର ରହିଥିଲା ବେଳେ ଅକ୍ଷାଂଶ 36. 38 ଓ ଦ୍ରାଘିମା 70.94 ରେକର୍ଡ କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ: ପରିଣତ ବୟସରେ ଯୌବନର ଚଞ୍ଚଳତା: ବିବାହର ଗୋଲ୍ଡନ ଜୁବୁଲିରେ କଲେ ପୁଣି ବିବାହ, ବର ୭୩କୁ କନିଆଁ ୭୦
ପ୍ରକାଶଥାଉକି, ଗତବର୍ଷ ଜାନୁଆରୀ ମାସରେ ଭୂକମ୍ପରେ ଦୋହଲିଥିଲା ଆଫଗାନିସ୍ତାନ । ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 5.3 ମ୍ୟାଗ୍ନିଚ୍ୟୁଡ ରେକର୍ଡ କରାଯାଇଥିବା ବେଳେ ଏଥିରେ ଅତିକମରେ 26 ଜଣ ପ୍ରାଣ ହରାଇଥିଲେ । ଅନେକ ଘରର ଛାତ ଭୁଶୁଡ଼ି ପଡିଥିଲା ।
ଜାନୁଆରୀ ୨୨ରେ ଥରିଥିଲା ଆଫଗାନିସ୍ତାନ: ଭୂକମ୍ପରେ ଥରିଥିଲା ଆଫଗାନିସ୍ତାନର ଫୈଜାବାଦ । ରିକ୍ଟର ସ୍କେଲରେ ଏହା ତୀବ୍ରତା 4.2 ରେକର୍ଡ କରାଯାଇଥିଲା । ଫୈଜାବାଦର ଦକ୍ଷିଣ-ଦକ୍ଷିଣ ପୂର୍ବରୁ 79 କିଲୋମିଟର ଦୂରରେ ଭୂକମ୍ପ ଅନୁଭୂତ ହୋଇଥିଲା । ଫୈଜାବାଦର ଦକ୍ଷିଣ-ଦକ୍ଷିଣ ପୂର୍ବରୁ 79 କିଲୋମିଟର ଦୂରରେ ଭୂକମ୍ପ ହୋଇଥିଲା । ଏହାର ଗଭୀରତା 120 କିଲୋମିଟର ରେକର୍ଡ କରାଯାଇଥିଲା । ସେହିପରି ଅକ୍ଷାଂଶ 36.44 ରହିଥିବାବେଳେ ଦ୍ରାଘିମା 70.89 ରହିଥିଲା । ଭୂକମ୍ପ ନେଇ ଉକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା ।