ETV Bharat / international

ପୁଣି ଭୂକମ୍ପରେ ଥରିଲା ଆଫଗାନିସ୍ତାନ, ତୀବ୍ରତା 4.2

author img

By

Published : Jan 22, 2023, 12:00 PM IST

ଆଫଗାନିସ୍ତାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ତୀବ୍ରତା 4.2 ରେକର୍ଡ କରାଯାଇଛି । ଅଧିକ ପଢ଼ନ୍ତୁ

earthquake hits in Afghanistan
ଆଫଗାନିସ୍ତାନରେ ଭୂକମ୍ପ

କାବୁଲ: ପୁଣି ଆଫଗାନିସ୍ତାନରେ ଭୂକମ୍ପ ଝଟକା । ଭୂକମ୍ପରେ ଥରିଲା ଆଫଗାନିସ୍ତାନର ଫୈଜାବାଦ । ରିକ୍ଟର ସ୍କେଲରେ ଏହା ତୀବ୍ରତା 4.2 ରେକର୍ଡ କରାଯାଇଛି । ଫୈଜାବାଦର ଦକ୍ଷିଣ-ଦକ୍ଷିଣ ପୂର୍ବରୁ 79 କିଲୋମିଟର ଦୂରରେ ଭୂକମ୍ପ ଅନୁଭୂତ ହୋଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

  • Earthquake of Magnitude:4.2, Occurred on 22-01-2023, 09:04:44 IST, Lat: 36.44 & Long: 70.89, Depth: 120 Km ,Location: 79km SSE of Fayzabad, Afghanistan for more information Download the BhooKamp App https://t.co/zd7Lcx2VOW pic.twitter.com/5c4EXpjovR

    — National Center for Seismology (@NCS_Earthquake) January 22, 2023 " class="align-text-top noRightClick twitterSection" data=" ">

ସୂଚନା ଅନୁସାରେ ଆଜି(ରବିବାର) ସକାଳ 9.4 ମିନିଟରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଫୈଜାବାଦର ଦକ୍ଷିଣ-ଦକ୍ଷିଣ ପୂର୍ବରୁ 79 କିଲୋମିଟର ଦୂରରେ ଭୂକମ୍ପ ହୋଇଥିଲା । ଏହାର ଗଭୀରତା 120 କିଲୋମିଟର ରେକର୍ଡ କରାଯାଇଛି । ସେହିପରି ଅକ୍ଷାଂଶ 36.44 ରହିଥିବାବେଳେ ଦ୍ରାଘିମା 70.89 ରହିଛି । ଭୂକମ୍ପ ନେଇ ଉକ୍ତ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ କୌଣସି ସୂଚନା ନାହିଁ ।

ଏହା ମଧ୍ୟ ପଢ଼ନ୍ତୁ: Layoffs: ଆଗକୁ ଛଟେଇ କରିବେ ଏହିସବୁ କମ୍ପାନୀ, ପ୍ରଭାବିତ ହେବେ ଶତାଧିକ କର୍ମଚାରୀ

ପ୍ରକାଶ ଥାଉକି, ଆଫଗାନିସ୍ତାନରେ କ୍ରମାଗତ ଭାବେ ଭୂକମ୍ପ ଅନୁଭୂତ ହେଉଛି । ଏହା ପୂର୍ବରୁ ଗତ ବର୍ଷ ଡିସେମ୍ବର 14 ତାରିଖରେ ଆଫଗାନିସ୍ତାନରେ ଭୂକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.2 ରେକର୍ଡ ହୋଇଥିଲା । ଯାହାର ଗଭୀରତା 276 କିଲୋମିଟର ଥିଲା । ସେହିପରି ଅକ୍ଷାଂଶ 36.55 ରହିଥିବାବେଳେ ଦ୍ରାଘିମା 71.68 ରହିଥିଲା ।

ଗତ 12 ତାରିଖରେ ମଧ୍ୟ ଆଫଗାନିସ୍ତାନର ଫୈଜାବାଦରେ ଭୂକମ୍ପ ଅନୁଭୂତ ହୋଇଥିଲା । ଫୈଜାବାଦର ଦକ୍ଷିଣପୂର୍ବରୁ 80 କିଲୋମିଟର ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ଗଭୀରତା 170 କିଲୋମିଟର ରେକର୍ଡ କରାଯାଇଥିଲା । ସେହିପରି ଅକ୍ଷାଂଶ 36.59 ରହିଥିବାବେଳେ ଦ୍ରାଘିମା 71.19 ଥିଲା । ଏନେଇ କୌଣସି କ୍ଷୟକ୍ଷତି ନେଇ ସୂଚନା ନାହିଁ ।

ଏହା ମଧ୍ୟ ପଢ଼ନ୍ତୁ: ବିମାନରେ ବୋମା ଆତଙ୍କ: ଉଜବେକିସ୍ତାନରେ ଅବତରଣ କଲା ଋଷିଆରୁ ଗୋଆ ଆସୁଥିବା ବିମାନ

ଏହା ପୂର୍ବରୁ ଗତବର୍ଷ ଜୁନ 18 ତାରିଖରେ ପଶ୍ଚିମ ଆଫଗାନିସ୍ତାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହି ଭୂକମ୍ପ ତୀବ୍ରତା ରେକ୍ଟର ସ୍କେଲରେ 5.3 ମ୍ୟାଗ୍ନିଟ୍ୟୁଡ ରେକର୍ଡ କରାଯାଇଥିବାବେଳେ ହଜାରେରୁ ଊର୍ଦ୍ଧ୍ବ ଲୋକଙ୍କ ମୃ୍ତ୍ୟୁ ହୋଇଥିଲା । ଅନେକ ଘରର ଛାତ ଭୁଶୁଡ଼ି ପଡ଼ିବା ଫଳରେ ମାଟିତଳେ ଚାପି ହୋଇ ମୃତ୍ୟୁ ଘଟିଥିଲା । ଭୂକମ୍ପରେ କୋଠା ଗୁଡ଼ିକ ଭୂକମ୍ପରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା । ଫଳରେ ଅନେକ ବାସହରା ମଧ୍ୟ ହୋଇଛନ୍ତି । 2015ରେ, 7.5 ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପରେ ପ୍ରାୟ 280 ଜଣଙ୍କ ମୃତ୍ୟୁ ଘଟିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.