ETV Bharat / international

ଆଫଗାନିସ୍ତାନ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ହଜାର ପାର, ଉଦ୍ଧାର କାର୍ଯ୍ୟ ଜାରି

author img

By

Published : Jun 22, 2022, 6:59 AM IST

Updated : Jun 22, 2022, 9:35 PM IST

ଶକ୍ତିଶାଳୀ ଭୂକମ୍ପରେ ଦୋହଲିଲା ଆଫଗାନିସ୍ତାନ । ମୃତ୍ୟୁ ସଂଖ୍ୟା ହଜାର ପାର । ଏବେବି ଭଗ୍ମାବଶେଷ ତଳେ ଅନେକ ମୃତଦେହ ଥିବା ସନ୍ଦେହ । ଜାରି ରହିଛି ଉଦ୍ଧାର କାର୍ଯ୍ୟ । ମୃତ୍ୟୁ ସଂଖ୍ୟା ଆହୁରି ବଢିବା ଆଶଙ୍କା । ଅଧିକ ପଢନ୍ତୁ

ଆଫଗାନିସ୍ତାନରେ ଭୂକମ୍ପ ଝଟକା, ତୀବ୍ରତା ୬.୧ ରେକର୍ଡ

କାବୁଲ: ଆଜି ଆଫଗାନିସ୍ତାନରେ ହୋଇଥିବା ଶକ୍ତଶାଳୀ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ହଜାର ଅତିକ୍ରମ କରିଛି । ଏବେ ମଧ୍ୟ ଭଗ୍ନାବଶେଷ କୋଠା ତଳେ ଅନେକ ଲୋକ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି । ଘଟଣାରେ ବିଶ୍ବବ୍ୟାପୀ ଶୋକ ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଘଟଣା ନେଇ ଶୋକ ପ୍ରକାଶ କରିଛନ୍ତି ।

ଆଜି (ବୁଧବାର) ସ୍ଥାନୀୟ ସମୟ ମଧ୍ୟରାତ୍ରୀ ପ୍ରାୟ ୨.୨୪ ମିନିଟରେ ଆଫଗାନିସ୍ତାନରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍‌ରେ ଏହାର ତ୍ରୀବତା ୬.୧ ହୋଇଥିବା ରେକର୍ଡ କରିଛି ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (National Center for Seismology) । ଏଥିରେ ବିଶେଷ କରି ଆଫଗାନିସ୍ତାନର ଦକ୍ଷିଣ-ପୂର୍ବ ଅଞ୍ଚଳ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି ।

ଭୂକମ୍ପର କେନ୍ଦ୍ରସ୍ଥଳୀ ଦକ୍ଷିଣ-ପୂର୍ବ ଆଫଗାନିସ୍ତାନର ଖୋଷ୍ଟ ସହରରୁ ୪୪ କିମି ଦୂରରେ ରହିଥିବା ମଧ୍ୟ ଚିହ୍ନଟ ହୋଇଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ 1 ହଜାର ଆଫଗାନିସ୍ତାନବାସୀ ପ୍ରାଣ ହରାଇଥିବା ସ୍ପଷ୍ଟ ହୋଇସାରିଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ମଧ୍ୟ ଆଶଙ୍କା କରାଯାଉଛି ।

  • Deeply saddened at the news of the devastating earthquake in Afghanistan today. My deepest condolences on loss of precious lives.

    India stands by the people of Afghanistan in their difficult times and is ready to provide all possible disaster relief material at the earliest.

    — Narendra Modi (@narendramodi) June 22, 2022 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 22, 2022, 9:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.