ETV Bharat / international

Donald Trump: ବଢୁଛି ଟ୍ରମ୍ପଙ୍କ ଅଡୁଆ, ଲେଖିକା ଆଣିଲେ ଦୁଷ୍କର୍ମ ଅଭିଯୋଗ

author img

By

Published : Apr 27, 2023, 10:09 AM IST

ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡାନିଏଲ ପରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ଅଭିଯୋଗ କଲେ ଲେଖିକା ଜୀନ କୈରୋଲ । ଟ୍ରମ୍ପ ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ କରିବା ସହ ନ୍ୟାୟ ପାଇଁ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ

Donald Trump case
ଲେଖିକା ଜୀନ କୈରୋଲ

ଓ୍ବାଶିଂଟନ: ଦିନକୁ ଦିନ ଅଡୁଆ ସୂତାରେ ଛନ୍ଦି ହେଉଛନ୍ତି ଆମେରିକାରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଦିନକୁ ଦିନ ବଢିବାରେ ଲାଗିଛି ଅପରାଧିକ ମାମଲା । ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡାନିଏଲ ମାମଲାରେ ଟ୍ରମ୍ପଙ୍କ ନାଁରେ ଅପରାଧିକ ମାମଲା ରୁଜୁ ହୋଇଥିବା ବେଳେ ଏବେ ଆଉ ଜଣ ଲେଖିକା ତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ଆମେରିକା ଅଦାଲତରେ ଜଣେ ଲେଖିକା ଟ୍ରମ୍ପଙ୍କ ବିରୋଧରେ ଅଭିଯୋଗ କରି କହିଛନ୍ତି, "ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କୁ ଦୁଷ୍କର୍ମ କରିଛନ୍ତି । ୩୦ ବର୍ଷ ପୂର୍ବ ଟ୍ରମ୍ପ ତାଙ୍କୁ ଦୁଷ୍କର୍ମ କରିଥିଲେ ।"

ଲେଖିକା ଜୀନ କୈରୋଲ ମୈନହଟାନର ଫେଡେରାଲ କୋର୍ଟର ଏକ ଖଣ୍ଡପୀଠକୁ କହିଛନ୍ତି, "ଆମେରିକାର ପୂର୍ବତନ ରାଷ୍ଟ୍ରପତି ତାଙ୍କୁ ୩୦ ବର୍ଷ ପୂର୍ବେ ଦୁଷ୍କର୍ମ କରିଥିଲେ । ମୁଁ ଯେତେବେଳେ ଏହି ବିଷୟରେ ସର୍ବସାଧାରଣରେ ଲେଖିଥିଲି, ସେତେବେଳେ ସେ ମୋତେ ମିଥ୍ୟାବାଦୀ ବୋଲି କହିଥିଲେ । ଫଳରେ ମୋର ସାମାଜିକ ପ୍ରତିଷ୍ଠାରେ ଆଞ୍ଚ ଆସିଥିଲା । ମୁଁ ମୋର ସାମାଜିକ ପ୍ରତିଷ୍ଠା ଫେରାଇ ଆଣିବା ପାଇଁ ଆଜି କୋର୍ଟ ଆସିଛି ।" ଏଲେ ପତ୍ରିକାର ସ୍ତମ୍ଭକାର ୭୯ ବର୍ଷୀୟା ଜୀନ କୈରୋଲ ଆମେରିକାରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଏହି ସାଂଘାତିକ ଅଭିଯୋଗ ଆଣିଛନ୍ତି ।

ଗତକାଲି(ବୁଧବାର) ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥରେ କୈରୋଲଙ୍କ ଅଭିଯୋଗକୁ ମିଥ୍ୟା ବୋଲି କହିଛନ୍ତି । ଅଭିଯୋଗକୁ ଖଣ୍ଡନ କରି ଏହା ଏକ ଘୋଟାଲା ବୋଲି କହିଛନ୍ତି । ସେ କହିଛନ୍ତି, କୈରୋଲ ଜଣେ ପ୍ରତାରକ ମହିଳା । ସେ ମୋ ପରି ନୁହନ୍ତି ।" ନ୍ୟୁୟର୍କର ଆଡଲ୍ଟ ସର୍ଭାଇଭର୍ସ ଆକ୍ଟ ଅନୁଯାୟୀ ମକଦ୍ଦମା ଜାରି ରହିଛି । ଆମେରିକାର ଜିଲ୍ଲା ଜଜ୍ ଲୁଇସ୍ କପ୍ଲାନ୍ ଚେତାବନୀ ଦେଇ କହିଛନ୍ତି, "'ଟ୍ରମ୍ପ ଏହି ମାମଲାରେ ଏଭଳି ମନ୍ତବ୍ୟ ଦେଲେ ତାଙ୍କ ପାଇଁ ଆହୁରି ସମସ୍ୟା ବଢି ଯାଇପାରେ ।" ଜୀନ୍ ତାଙ୍କ ସାକ୍ଷ୍ୟରେ କହିଛନ୍ତି, "ବହୁ ବର୍ଷ ପୂର୍ବେ ମୋର ଟ୍ରମ୍ପଙ୍କ ସହ ସାକ୍ଷାତ ହୋଇଥିଲା । ଟ୍ରମ୍ପ ମୋ ପାଇଁ ବହୁତ ଆକର୍ଷକ ମନେ ହେଉଥିଲେ ।"

ଟ୍ରମ୍ପଙ୍କ ସହ ଜୀନଙ୍କ ଏମିତି ହୋଇଥିଲା ସାକ୍ଷାତ: ଜୀନ କୋର୍ଟରେ ଆହୁରି ମଧ୍ୟ କହିଛନ୍ତି," ମୁଁ ଯେତେବେଳେ ଷ୍ଟୋରରୁ ବାହାରୁଥିଲି, ସେତେବେଳେ ଟ୍ରମ୍ପ ମୋତେ ଚିହ୍ନି ଦେଇଥିଲେ । ଏହାପରେ ମୋ ହାତକୁ ଧରି କହିଥିଲେ, ଆରେ ତୁମେ ସେହି ମହିଳା ନା ଯିଏ ଉପଦେଶ ଦିଏ । ତାପରେ ମୁଁ କହିଲି ଆରେ ତୁମେ ସେହି ରିଏଲ୍ ଇଷ୍ଟେଟ୍ ଟାଇକୁନ୍ ନା । ପରେ ଏକ ଟ୍ରାଏଲ ରୁମରେ ଟ୍ରମ୍ପ ତାଙ୍କୁ ଯୌନ ନିର୍ଯାତନା ଦେଇଥିବା ଜୀନ କୋର୍ଟରେ କହିଛନ୍ତି । ସେ ଆହୁରି କହିଛନ୍ତି, ସେହି କଥା ଭାବିଲେ ଆଜି ବି ମୋତେ କଷ୍ଟ ଲାଗେ ଏବଂ ମୁଁ ଭୟଭୀତ ହୋଇଯାଏ । ଏହି ଘଟଣା ପରେ ମୁଁ ଆଜି ଯାଏଁ ବୈବାହିକ ଜୀବନ ଆରମ୍ଭ କରିପାରିଲି ନାହିଁ । ଯଦି ମୁହଁ ଖୋଲେ ତାହାଲେ ଟ୍ରମ୍ପ ଭଳି ପ୍ରତିଷ୍ଠିତ ବ୍ୟକ୍ତି ମୋ ଚାକିରି ନେଇଯିବେ ବୋଲି ମୋର ଡରଥିଲା ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.