ETV Bharat / international

ଆମେରିକାର ହୱାଇ ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ: ଗଲାଣି ୬୭ ଜୀବନ

author img

By

Published : Aug 12, 2023, 8:22 AM IST

ଆମେରିକାର ହୱାଇ ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ । ଏବେସୁଦ୍ଧା ଗଲାଣି ୬୭ ଜଣଙ୍କ ଜୀବନ । ଅଧିକ ପଢନ୍ତୁ

ଆମେରିକାର ହୱାଇ ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ
ଆମେରିକାର ହୱାଇ ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ

ୱାଶିଂଟନ: ହୁତୁ ହୁତୁ ହୋଇ ଜଳୁଛି ଆମେରିକାର ହୱାଇ ଜଙ୍ଗଲ । ହୱାଇ ମଉଇ ଦ୍ବୀପର ଲାହୈନା ଜଙ୍ଗଲରେ ଭଙ୍କୟର ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି । ଏଥିରେ ଏବେସୁଦ୍ଧା ପ୍ରାୟ ୬୭ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଅନେକ ପର୍ଯ୍ୟଟକ ରହିଛନ୍ତି । ମୃତ୍ୟୁସଂଖ୍ୟା ବଢୁଥିବା ବେଳେ ଜଙ୍ଗଲ ନିଆଁକୁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରାଯାଇ ପାରୁନାହିଁ । ଭୟଙ୍କର ନିଆଁ ଜନବସତି ଆଡକୁ ବ୍ୟାପିଛି । ଏନେଇ ହୱାଇ ଗଭର୍ଣ୍ଣର ଜୋସ୍ ଗ୍ରୀନ କହିଛନ୍ତି, ଜଙ୍ଗଲ ନିଆଁ ଜନିତ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି । ଏହି ଅଗ୍ନିକାଣ୍ଡ ରାଜ୍ୟ ଇତିହାସର ସବୁଠୁ ବଡ ବିପର୍ଯ୍ୟୟ । ଲୋକଙ୍କୁ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରହିଛି ।

ସୂଚନା ଅନୁସାରେ, ଶୁଷ୍କ ପାଗ, ଶୁଖିଲା ଘାସ ଓ ଅଧିକ ବେଗରେ ପବନ ବହିବା ଯୋଗୁଁ ନିଆଁ ସାଂଘାତିକ ରୂପ ନେଇଛି । ଜନବସତିକୁ ନିଆଁ ବ୍ୟାପିଥିବାରୁ ହଜାରରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି । ଏବେ ବି ଅନେକ ଘର ଜଳୁଛି । ଲୋକମାନଙ୍କୁ ଉଦ୍ଧାର କରାଯାଇ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯାଉଛି । ସ୍ଥିତି ଏପରି ରହିଛି ଯେ, ନିଆଁରୁ ବର୍ତ୍ତିବା ପାଇଁ ଅନେକ ଲୋକ ସମୁଦ୍ରକୁ ଡେଇଁ ପଡିଛନ୍ତି । ହଜାର ହଜାର ପର୍ଯ୍ୟଟକ ବିମାନ ବନ୍ଦରରେ ଅପେକ୍ଷା କରିରହିଛନ୍ତି । ଜୋସ୍ ଗ୍ରୀନ କହିଛନ୍ତି, କିଛି ଲୋକ ନିଆଁରୁ ବର୍ତ୍ତିବା ପାଇଁ ଘର ଛାଡି ପଳାଇଥିବା ବେଳେ ବାହାରେ ସେମାନଙ୍କ ମୃତ୍ୟୁ ହୋଇଛି । ଆଗକୁ ମଧ୍ୟ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି । ତେବେ ଅଗ୍ନିକାଣ୍ଡରେ ପ୍ରକୃତରେ କେତେ ସଂଖ୍ୟକ ଲୋକଙ୍କ ପ୍ରାଣହାନି ହେଲାଣି ସେନେଇ କିଛି ସ୍ପଷ୍ଟ ସୂଚନା ନାହିଁ ।

ଏହାମଧ୍ୟ ପଢନ୍ତୁ: Earthquake In Japan: ଶକ୍ତିଶାଳୀ ଭୂକମ୍ପରେ ଥରିଲା ଜାପାନ

ହୱାଇ ଗଭର୍ଣ୍ଣର ଗ୍ରୀନ ଆହୁରି କହିଛନ୍ତି ଯେ, ଆଜି ସକାଳେ ମୁଁ ଏହି ବିପର୍ଯ୍ୟୟର ସମୀକ୍ଷା କରିଛି । ଲହୈନା ଜଙ୍ଗଲ ନିଆଁ ଏହି ଐତିହାସିକ ସହରକୁ ପୁରାପୁରି ଉଜାଡି ଦେଇଛି । ସାଂସ୍କୃତିକ ଐତିହ୍ୟରାଜି ନଷ୍ଟ ହୋଇଯାଇଛି । କିଛି ସମୟ ପାଇଁ ଜଙ୍ଗଲ ନିଆଁ ଶାନ୍ତ ପଡିଥିଲା । ତେଣୁକରି ଅଗ୍ନିଶମ କର୍ମଚାରୀ ଅନ୍ୟ ଅଞ୍ଚଳରେ ଧ୍ୟାନ କେନ୍ଦ୍ରିତ କରିଥିଲେ । ହେଲେ ଅଚାନକ ନିଆଁ ପୁନର୍ବାର ଭୟଙ୍କର ରୂପ ନେଇଥିଲା । ଫଳରେ ଏଥିରେ ଟେଲିକମ୍ୟୁନିକସେନ ସେବା ଦ୍ରୁତ ବେଗରେ ପ୍ରଭାବିତ ହୋଇଥିଲା । ଯେଉଁ କାରଣରୁ ଫୋନ ଯୋଗେ ସ୍ଥାନୀୟ ଲୋକମାନଙ୍କୁ ସଚେତନତା କରିବା ସମ୍ଭବପର ହୋଇନଥିଲା । ଜଙ୍ଗଲ ନିଆଁ ଭୟାବହ ସ୍ଥିତି ସୃଷ୍ଟି କରିଥିବା ବେଳେ ଲୋକମାନଙ୍କ ସୁରକ୍ଷା ପାଇଁ ଯଥାସମ୍ଭବ ପ୍ରଚେଷ୍ଟା କରାଯାଉଛି ।

ଏହି ନିଆଁ ବିପତ୍ତି ୧୯୬୦ ମସିହା ସୁନାମୀ ପରେ ରାଜ୍ୟର ସବୁଠୁ ବଡ ବିପର୍ଯ୍ୟୟ ବୋଲି ଗଭର୍ଣ୍ଣର କହିଛନ୍ତି । ସୁନାମୀରେ ୬୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ନିଆଁରେ ଅଦ୍ୟାବିଧି ୬୫ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ହୱାଇ ଜଙ୍ଗଲ ନିଆଁକୁ ବିପର୍ଯ୍ୟୟ ଘୋଷଣା କରିଛନ୍ତି ଏବଂ ଫଣ୍ଡ ଜାରି କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.