ETV Bharat / international

China: ନିଖୋଜ ବିଦେଶ ମନ୍ତ୍ରୀ କିନ ଗ୍ୟାଙ୍ଗଙ୍କୁ ବରଖାସ୍ତ କଲା ଚୀନ - ଚୀନ ବିଦେଶ ମନ୍ତ୍ରୀ ବହିସ୍କୃତ

ନିଖୋଜ ବିଦେଶ ମନ୍ତ୍ରୀ କିନ ଗ୍ୟାଙ୍ଗଙ୍କୁ ବରଖାସ୍ତ କଲେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ । ଜୁନ 25 ରୁ ମିଳୁନି କିନ ଗ୍ୟାଙ୍ଗ ପତ୍ତା । ୱାଙ୍ଗ ୟୀ ହେଲେ ଚୀନର ନୂତନ ବିଦେଶ ମନ୍ତ୍ରୀ । ଅଧିକ ପଢନ୍ତୁ

ନିଖୋଜ ବିଦେଶ ମନ୍ତ୍ରୀ ଚୀନ ଗ୍ୟାଙ୍ଗଙ୍କୁ ବରଖାସ୍ତ କଲା ଚୀନ

author img

By

Published : Jul 25, 2023, 8:33 PM IST

Updated : Jul 26, 2023, 9:04 AM IST

ହାଇଦ୍ରାବାଦ: ନାଟକୀୟ ଢଙ୍ଗରେ ମାସାଧିକ ସମୟ ଧରି ନିଖୋଜ ଥିବା ଚୀନର ବୈଦେଶିକ ମନ୍ତ୍ରୀ କିନ ଗ୍ୟାଙ୍ଗଙ୍କୁ ମନ୍ତ୍ରୀପଦରୁ ବରଖାସ୍ତ କରିଛନ୍ତି ଚୀନ ରାଷ୍ଟ୍ରପତି ସି.ଜିନପିଙ୍ଗ । ଗ୍ୟାଙ୍ଗଙ୍କ ସ୍ଥାନରେ ୱାଙ୍ଗ ୟୀଙ୍କୁ ଚୀନର ନୂତନ ବୈଦେଶିକ ମନ୍ତ୍ରୀ ଭାବେ ନିଯୁକ୍ତ ମିଳିଛି । ଡିସେମ୍ବର 2022 ରେ କିନ ଗ୍ୟାଙ୍ଗ ଚୀନର ବିଦେଶ ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ହେଲେ ଗତମାସ (ଜୁନ) 25 ତାରିଖ ପରଠାରୁ ସେ ନାଟକୀୟ ଭାବେ କେଉଁଆଡେ ଅର୍ନ୍ତଧ୍ୟାନ ହୋଇଯାଇଛନ୍ତି । ସେ ତାଙ୍କ କାର୍ଯ୍ୟାଳୟ ଆସୁନଥିବା ବେଳେ ତାଙ୍କ ସହ ଯୋଗାଯୋଗ ମଧ୍ୟ ହୋଇପାରୁନାହିଁ । ଆଜି ପର୍ଯ୍ୟନ୍ତ ମଧ୍ୟ ତାଙ୍କର କୌଣସି ସୂଚନା ସରକାରଙ୍କ ପାଖରେ ନଥିବା ବେଳେ ଆଜିି ତାଙ୍କୁ ରାଷ୍ଟ୍ରପତି ଜିନପିଙ୍ଗ ଦାୟିତ୍ବରୁ ବରଖାସ୍ତ କରିଛନ୍ତି ।

ଚୀନର ସରକାରୀ ଗଣମାଧ୍ୟମ ‘ଗ୍ଲାବାଲ ଟାଇମ୍ସ’ ରେ ପ୍ରକାଶିତ ସୂଚନା ଅନୁସାରେ, ସରକାରୀ ନିଯୁକ୍ତି, ଅପସାରଣ ସମ୍ପର୍କିତ ଅପରାଧିକ ଆଇନ ସଂଶୋଧନ ପାଇଁ ଚୀନ୍‌ର ସର୍ବୋଚ୍ଚ ବ୍ୟବସ୍ଥାପିକା ଆଜି (ମଙ୍ଗଳବାର) ଏକ ଅଧିବେଶନ ଡକାଇଥିଲା । ଏଥିରେ ନିଖୋଜ ଥିବା ବିଦେଶ ମନ୍ତ୍ରୀ କି ଗ୍ୟାଙ୍ଗକୁ ପଦରୁ ହଟାଇବା ସହ ୱାଙ୍ଗ ୟୀଙ୍କୁ ଦେଶର ନୂତନ ବିଦେଶ ମନ୍ତ୍ରୀ ଭାବେ ନିଯୁକ୍ତ କରିବାକୁ ପ୍ରସ୍ତାବ ପାରିତ ହୋଇଥିଲା । ବୈଠକରେ ପାରିତ ହୋଇଥିବା ନିଷ୍ପତ୍ତିକୁ ରାଷ୍ଟ୍ରପତି ସି.ଜିନପିଙ୍ଗ ଅନୁମୋଦନ କରିବା ସହ କିନ ଗ୍ୟାଙ୍ଗ ତାଙ୍କ ପଦରୁ ବରଖାସ୍ତ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:-China Foreign Minister Missing: କୁଆଡେ ଗଲେ କିନ୍‌ ଗ୍ୟାଙ୍ଗ ? ମାସେ ଧରି ଆସିନାହାନ୍ତି ମନ୍ତ୍ରଣାଳୟ

ରାଷ୍ଟ୍ରପତି ଜିନପିଙ୍ଗଙ୍କ ବେଶ ଘନିଷ୍ଠ କୁହାଯାଉଥିବା 57 ବର୍ଷୀୟ କିନ ଗ୍ୟାଙ୍ଗ ଶେଷ ଥର ପାଇଁ ଜୁନ 25 ତାରିଖରେ ତାଙ୍କ ସରକାରୀ କାର୍ଯ୍ୟାଳୟକୁ ଆସିଥିଲେ । ସେ ଏକାଧିକ ସରକାରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହ ଏକାଧିକ ବିଦେଶୀ ପ୍ରତିନିଧି ଟିମ୍‌ ସହ ବୈଠକ ମଧ୍ୟ କରିଥିଲେ । ଏହା ପରେ ସେ ଆଉ କାର୍ଯ୍ୟାଳୟ ଆସିନଥିଲେ । ତାଙ୍କୁ ଅନ୍ୟ କୌଣସି କାର୍ଯ୍ୟକ୍ରମରେ ମଧ୍ୟ ଦେଖିବାକୁ ମିଳିନଥିଲ । ପରେ ତାଙ୍କ ସହ ଯୋଗାଯୋଗ ମଧ୍ୟ ସମ୍ଭବ ହୋଇପାରିନଥିଲା ।

ବିଦେଶ ବ୍ୟାପାର ପରି ଗୁରୁତ୍ବପୂର୍ଣ୍ଣ ମନ୍ତ୍ରଣାଳୟ ଦାୟିତ୍ବରେ ଥିବା ଜଣେ ବରିଷ୍ଠ ମନ୍ତ୍ରୀଙ୍କର ଏପରି ହଠାତ ଉଭାନ ହୋଇଯିବାକୁ ନେଇ ବିଭିନ୍ନ ଆଶଙ୍କାମୂଳକ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଥିଲା । ପ୍ରେମ ବ୍ୟାପାର କାରଣରୁ ସେ ଦେଶ ଛାଡି ଅନ୍ୟତ୍ର ପଳାଇ ଯାଇଥିବା ମଧ୍ୟ ଚର୍ଚ୍ଚା ହୋଇଥିଲା । ହେଲେ କୌଣସି ସମ୍ଭାବ୍ୟ କାରଣକୁ ନେଇ ବେଜିଂ ଔପଚାରିକ ପ୍ରତିକ୍ରିୟା ନରଖି ନୀରବ ରହିଥିଲା । ଆଜି ତାଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 26, 2023, 9:04 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.