ETV Bharat / international

ଡୋକଲାମରେ ଚୀନ ଗାଁ, ସାଟେଲାଇଟ୍‌ ଧରାଇ ଦେଲା ସତ - ଚୀନ ଖବର

ପୁଣି ଚକ୍ରାନ୍ତ କରୁଛି ଚୀନ । ଭୂଟାନ ରାସ୍ତା ଦେଇ ଭାରତକୁ କବଜା କରିବାକୁ ଉଦ୍ୟମ କରୁଛି ଚୀନ । ଅଧିକ ପଢନ୍ତୁ

ଡୋକଲାମରେ ଚୀନ ଗାଁ
ଡୋକଲାମରେ ଚୀନ ଗାଁ
author img

By

Published : Jul 21, 2022, 10:50 AM IST

ବୋଜିଂ: ପୁଣି ଚକ୍ରାନ୍ତ କରୁଛି ଚୀନ । ଭୂଟାନ ରାସ୍ତା ଦେଇ ଭାରତକୁ କବଜା କରିବାକୁ ଉଦ୍ୟମ କରୁଛି ଚୀନ । ଆସିଥିବା କିଛି ସାଟେଲାଇଟ ଫଟୋରୁ ଏ ସମ୍ପର୍କରେ ତଥ୍ୟ ମିଳିଛି । ସେଥିରୁ ଜଣାପଡିଛି ଯେ ଚୀନ ଡୋକଲାମ ପାଖପାଖି ଅଞ୍ଚଳ 9 କିଲୋମିଟର ଦୂର ଆମୋ ଚୁ ଘାଟିରେ ଏକ ଗାଁ ସ୍ଥାପନ କରିଛି । ଗାଁର ନାମ ପାଙ୍ଗଡା ରଖିଛି ।

ଡୋକଲାମରେ ଚୀନ ଗାଁ
ଡୋକଲାମରେ ଚୀନ ଗାଁ

2017ରେ ସିକିମ- ଭୂଟାନ-ଚୀନ ଦେଇ ଡୋକଲାମ ମାଳଭୂମିର ଯେଉଁ ସ୍ଥାନରେ ଭାରତୀୟ ଯବାନ ଏବଂ ପିପୁଲ୍ସ ଲିବରେସନ ଆର୍ମି ମୁହାଁମୁହିଁ ହୋଇଥିଲେ ସେହିଠାରେ ଗାଁ ସ୍ଥାପନ କରିଛି ଚୀନ । 2019ରେ ଗାଁର ଫଟୋ ସାମ୍ନାକୁ ଆସିଥିଲା । ବର୍ତ୍ତମାନ ସେ ଗାଁରେ ଲୋକମାନେ ବସବାସ କରୁଥିବା ଧରା ପକାଇଛି ସାଟେଲାଇଟ ଫଟୋ । ଘରଗୁଡିକ ଆଗରେ ଗାଡି ଥିବା ଦେଖିବାକୁ ମିଳିଛି । ପାଙ୍ଗଡା ନିକଟରେ ଅଲ ୱେଦର ରାସ୍ତା ରହିଛି ଯାହାକୁ ଚୀନ କବଜା କରିଛି । ଆମୋ ଚୁ ନଦୀ ନିକଟ ଜନବସତି ସ୍ଥାପନ କରି ଭାରତ ପ୍ରତିପକ୍ଷ ପ୍ରସ୍ତୁତି ସମ୍ପର୍କରେ ତଥ୍ୟ ହାସଲ କରିବାକୁ ଯୋଜନା କରିଛି ଚୀନ ।

ଚୀନର ଏହି ସବୁ ଗତିବିଧି ପାଇଁ ସିକିମରେ ଭାରତୀୟ ସୁରକ୍ଷାବଳର ଚିନ୍ତା ବଢିଯାଇଛି । ଚୀନରେ ଏହି ଚକ୍ରାନ୍ତ ଭାରତ ଉପରେ ପ୍ରଭାବ ପକାଇପାରେ । ଏ ଦିଗରେ ଅଧିକ ସଚେତନ ହୋଇଛି ଭାରତ । ସୀମା ଶାନ୍ତି, ସୁରକ୍ଷା ଓ ସ୍ଥିରତା ନେଇ ଚୀନ ଓ ଭାରତ ମଧ୍ୟରେ 16 ଥର କମାଣ୍ଡସ୍ତରୀୟ ଆଲୋଚନା ହୋଇସାରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.