ETV Bharat / international

କାନାଡା ପ୍ରଧାନମନ୍ତ୍ରୀଙ୍କ ବିମାନରେ ଯାନ୍ତ୍ରୀକ ତ୍ରୁଟି, ଭାରତରେ ରହିବେ ଜଷ୍ଟିନ ଟ୍ରୁଡୋ - ଭାରତରେ ରହିବେ ଜଷ୍ଟିନ ଟ୍ରୁଡୋ

ଜି20 ସମ୍ମିଳନୀରେ ଯୋଗ ଦେବାକୁ ଆସି କାନାଡା ଫେରିପାରିଲେନି ପ୍ରଧାନମନ୍ତ୍ରୀ । ବିମାନରେ ଯାନ୍ତ୍ରୀକ ସମସ୍ୟା ରହିଥିବାରୁ ଭାରତରେ ରହିବେ ଜଷ୍ଟିନ ଟ୍ରୁଡୋ । ଅଧିକ ପଢନ୍ତୁ

Canadian PM flight faces technical snag
Canadian PM flight faces technical snag
author img

By ETV Bharat Odisha Team

Published : Sep 11, 2023, 7:16 AM IST

ନୂଆଦିଲ୍ଲୀ: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବିମାନରେ ଯାନ୍ତ୍ରୀକ ତ୍ରୁଟି । କାନାଡା ପରିବର୍ତ୍ତେ ପୁଣି ଦିଲ୍ଲୀକୁ ଫେରିଆସିଲା ବିମାନ । ବିମାନର ତ୍ରୁଟି ସମାଧାନ ନହେବା ପର୍ଯ୍ୟନ୍ତ ଭାରତରେ ରହିବେ ଜଷ୍ଟିନ ଟ୍ରୁଡୋ । ଏନେଇ ଦିଲ୍ଲୀ ବିମାନ ବନ୍ଦରର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଜି20 ସମ୍ମିଳନୀରେ ସାମିଲ ହେବା ପାଇଁ ଭାରତ ଆସି ରବିବାର କାନାଡା ଅଭିମୁଖେ ଯାଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ବିମାନରେ ଯାନ୍ତ୍ରୀକ ତ୍ରୁଟି ପରିଲକ୍ଷିତ ହୋଇଥିଲା ।

ଭାରତ ଦ୍ବାରା ଆୟୋଜିତ ହୋଇଥିବା ଜି20 ସମ୍ମିଳନୀରେ ଯୋଗ ଦେବାକୁ ଶୁକ୍ରବାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଓ ତାଙ୍କ ପୁଅ ସ୍ବତନ୍ତ୍ର ବିମାନ ଯୋଗେ କାନାଡାରୁ ଆସି ଭାରତରେ ପହଞ୍ଚିଥିଲେ । ଏହାପରେ 9 ତାରିଖ ଦିନ ବୈଠକରେ ସାମିଲ ହୋଇ ରବିବାର ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଟ୍ରୁଡୋ ଭାରତର ଜି20 ଅଧ୍ୟକ୍ଷତାର ସଫଳତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ।

ଏହା ମଧ୍ୟ ପଢନ୍ତୁ-G20 Summit in India: ବ୍ରିଟେନ ଫେରିଗଲେ ସୁନକ

ଦୁଇ ନେତାଙ୍କ ମଧ୍ୟରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ଭାରତ ଓ କାନାଡା ସମ୍ପର୍କ ମିଳିତ ଗଣତାନ୍ତ୍ରିକ ମୂଲ୍ୟବୋଧ, ଆଇନର ଶାସନ ପ୍ରତି ସମ୍ମାନ ଏବଂ ଜନସାଧାରଣଙ୍କ ମଧ୍ୟରେ ସୁଦୃଢ଼ ସମ୍ପର୍କ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । କାନାଡାରେ ଉଗ୍ରବାଦୀ ତତ୍ତ୍ୱମାନଙ୍କର ଭାରତ ବିରୋଧୀ କାର୍ଯ୍ୟକଳାପ ଜାରି ରହିବାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଥିଲେ ମୋଦି। ସେମାନେ ବିଚ୍ଛିନ୍ନତାବାଦକୁ ପ୍ରୋତ୍ସାହନ ଦେଉଛନ୍ତି ଏବଂ ଭାରତୀୟ କୂଟନୀତିଜ୍ଞଙ୍କ ବିରୋଧରେ ହିଂସାକୁ ପ୍ରୋତ୍ସାହିତ କରୁଛନ୍ତି, ଡିପ୍ଲୋମେଟିକ୍ ପରିସରକୁ କ୍ଷତି ପହଞ୍ଚାଉଛନ୍ତି । କାନାଡା ଏବଂ ସେମାନଙ୍କର ଉପାସନାସ୍ଥଳରେ ଥିବା ଭାରତୀୟ ସମ୍ପ୍ରଦାୟକୁ ଧମକ ଦେଉଛନ୍ତି । ଏଭଳି ବିପଦର ମୁକାବିଲା ପାଇଁ ଦୁଇ ଦେଶ ସହଯୋଗ କରିବା ଜରୁରୀ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଭାରତ-କାନାଡା ସମ୍ପର୍କକୁ ମଜବୁତ କରିବା ପାଇଁ ପରସ୍ପର ସମ୍ମାନ ଏବଂ ବିଶ୍ୱାସ ଆଧାରିତ ସମ୍ପର୍କ ଜରୁରୀ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଅନ୍ୟପଟେ ହିଂସାକୁ ରୋକିବା ଏବଂ ଘୃଣା ବିରୁଦ୍ଧରେ ଆମେ ସର୍ବଦା ଚେଷ୍ଟା ଜାରି ରଖିଛୁ ବୋଲି କହିଥିଲେ ଟ୍ରୁଡୋ ।

ନରେନ୍ଦ୍ର ମୋଦି ଓ ଜଷ୍ଟିନ ଟ୍ରୁଡୋଙ୍କ ମଧ୍ୟରେ ଆଲୋଚନା ଶେଷ ହେବା ପରେ ସ୍ବାତନ୍ତ୍ର ବିମାନରେ କାନାଡା ଅଭିମୁଖେ ବାହାରିଥିଲେ ଜଷ୍ଟିନ ଟ୍ରୁଡୋ । କିନ୍ତୁ ମଝି ଆକାଶରେ ବିମାନରେ ଯାନ୍ତ୍ରୀକ ସମସ୍ୟା ପରିଲକ୍ଷିତ ହୋଇଥିଲା । ଫଳରେ କିଛି ଅଘଟଣ ଘଟିବା ପୂର୍ବରୁ ଦିଲ୍ଲୀ ଫେରି ଆସିଥିଲା ବିମାନ । ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଭାରତରେ ରହିବେ କାନାଡା ପ୍ରଧାନମନ୍ତ୍ରୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.