ETV Bharat / international

Italy Bus Accident: ଦୁର୍ଘଟଣା ପରେ ବସରେ ଲାଗିଲା ନିଆଁ, 20 ମୃତ

ଇଟାଲି ଭେନିସରେ ଭୟଙ୍କର ସଡକ ଦୁର୍ଘଟଣା । ବସରେ ନିଆଁଲାଗି ପାଖାପାଖି 20 ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି 18 ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ 2 ଶିଶୁ ରହିଥିବା ସୂଚନା ରହିଛି । ଅଧିକ ପଢ଼ନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Oct 4, 2023, 7:29 AM IST

ଭେନିସ: ଇଟାଲି ଭେନିସରେ ଭୟଙ୍କର ସଡକ ଦୁର୍ଘଟଣା । ବସ୍‌ରେ ନିଆଁଲାଗି ପାଖାପାଖି 20 ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି 18 ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ 2 ଶିଶୁ ରହିଥିବା ସୂଚନା ରହିଛି । ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଥିବା ବେଳେ ତଦନ୍ତ ଜାରି ରହିଛି ।

  • #WATCH | At least 21 people died after a city bus carrying tourists to a campground crashed off an overpass near Venice in northern Italy and caught fire, the city's prefect Michele Di Bari said: Reuters pic.twitter.com/rMNjksucn0

    — ANI (@ANI) October 3, 2023 " class="align-text-top noRightClick twitterSection" data=" ">

ସୂଚନା ଅନୁୟାୟୀ, ଇଟାଲିର ନର୍ଥ ଭେନସ ମେଷ୍ଟ୍ରୁ ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ବସଟି ଭେନିସରୁ ମରଘେରା ଯାଉଥିବା ବେଳେ ଭାରସାମ୍ୟ ହରାଇ ବସଟି ପୋଲ ତଳକୁ ଖସିପଡିଥିଲା । ଯାହାପରେ ବସରେ ନିଆଁ ଲାଗିଯାଇଥିଲା । ଦୁର୍ଘଟଣା ସମୟରେ ବସରେ 40ରୁ ଊର୍ଦ୍ଧ୍ବ ଜଣ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ପାଖାପାଖି 20ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି 18 ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ 2 ଶିଶୁଙ୍କ ସମେତ କିଛି ନାବାଳକ ରହିଛନ୍ତି। ବସରେ ଅଧିକାଂଶ ଯାତ୍ରୀ ପର୍ଯ୍ୟଟକ ଥିବା ବେଳେ ମୃତକ ଓ ଆହତଙ୍କ ମଧ୍ୟରେ ଅନେକ ବିଦେଶ ନାଗରିକ ଥିବା ନେଇ ସୂଚନା ରହିଛି ।

  • Esprimo il più profondo cordoglio, mio personale e del Governo tutto, per il grave incidente avvenuto a Mestre. Il pensiero va alle vittime e ai loro famigliari e amici. Sono in stretto contatto con il Sindaco @LuigiBrugnaro e con il Ministro @Piantedosim per seguire le notizie…

    — Giorgia Meloni (@GiorgiaMeloni) October 3, 2023 " class="align-text-top noRightClick twitterSection" data=" ">

ତେବେ ଭାରତୀୟ ସମୟ ଅନୁସାରେ, ମଙ୍ଗଳବାର ସନ୍ଧ୍ୟା ବେଳେ ଏହି ଦୁର୍ଘଟଣା ହୋଇଥିବା ବେଳେ ଯୁଦ୍ଧକାଳୀନ ସ୍ଥିତିରେ 7.45 ରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ଓ 9.30 ସୁଦ୍ଧା ଉଦ୍ଧାରକାର୍ଯ୍ୟ ଶେଷ ହୋଇଥିଲା । ଘଟଣାସ୍ଥଳରେ ପାଖାପାଖି 20ଟି ଆମ୍ବୁଲାନ୍ସକୁ ନିୟୋଜିତ କରାଯାଇଥିଲା । ଆହତମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଏହାମଧ୍ୟ ପଢନ୍ତୁ.. Tamil Nadu: ଖାଇକୁ ଟୁରିଷ୍ଟ ବସ ଖସି 8 ମୃତ, 30ରୁ ଅଧିକ ଆହତ

ଭେନିସ ସିଟି କାଉନସିଲର ରେନାଟୋ ବୋରାସୋଙ୍କ କହିବାନୁଯାୟୀ, ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଥିବା ବେଳେ ତଦନ୍ତ ଜାରି ରହିଛି । ଦୁର୍ଘଟଣାଗ୍ରସ୍ତ ବସଟିକୁ 40 ବର୍ଷୀୟ ଆଲର୍ବଟୋ ରିଜୋଟ୍ଟୋ ଚଳାଉଥିଲେ । ଗାଡି ଚଲାଇବାରେ ତାଙ୍କର 7 ବର୍ଷରୁ ଉର୍ଦ୍ଧ୍ବ ସମୟର ଅଭିଜ୍ଞତା ଥିଲା । ତେବେ ଦୁର୍ଘଟଣା ପୂର୍ବରୁ ସେ ଅସୁସ୍ଥ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ତେବେ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି ।

ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଦୁର୍ଘଟଣାକୁ ନେଇ ଦୁଃଖପ୍ରକାଶ କରିଛନ୍ତି । ପୀଡିତାଙ୍କ ପରିବାରକୁ ସମବେଦନା ଜଣାଇବା ସହ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏନେଇ ସେ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି । ଫ୍ରାନ୍ସ ରାଷ୍ଟ୍ରପତି ମଧ୍ୟ ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ଅନ୍ୟପଟେ ଭେନିସ ମେୟର ଲୁଇଙ୍ଗ ବ୍ରୁଗନାରେ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ଭୟଙ୍କର ଦୁର୍ଘଟଣା ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.