ETV Bharat / international

British Parliament Blocks TikTok: ସଂସଦରେ ଟିକଟକକୁ ବ୍ୟାନ କଲେ ବ୍ରିଟେନ ସରକାର

author img

By

Published : Mar 24, 2023, 9:00 AM IST

Updated : Mar 24, 2023, 9:52 AM IST

ସଂସଦରେ ଟିକଟକ ବ୍ୟବହାର ବନ୍ଦ କଲେ ବ୍ରିଟେନ ସରକାର । ଏଣିକି ଆଉ କାହା ଫୋନରେ ରହିବ ରହିବ ନାହିଁ ଟିକଟକ୍‌ ଆପ । ଅଧିକ ପଢନ୍ତୁ

ଟିକଟକକୁ ବ୍ୟାନ କଲେ ବ୍ରିଟେନ ସରକାର
British Parliament blocks TikTok

ଲଣ୍ଡନ: ସଂସଦରେ ଟିକଟକ ବ୍ୟବହାର ବ୍ୟାନ କଲେ ବ୍ରିଟେନ ସରକାର । ଚୀନ ଟିକଟକ ଆପ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ବ୍ରିଟେନ ସରକାର । ଏଣିକି ଆଉ କାହା ଫୋନରେ ରହିବ ରହିବ ନାହିଁ ଟିକଟକ ଆପ୍ । ବ୍ରିଟେନ ସାଂସଦକୁ ଟିକଟକ ମନା ହୋଇଛି । ୟୁକେ ସଂସଦରେ ଚୀନ ଆପ ଟିକଟକ ଉପରେ ପ୍ରତିବନ୍ଧକ ଲଗାଯାଇଛି । ସୁରକ୍ଷା ଦୃଷ୍ଟିରୁ ବ୍ରିଟେନ ପାର୍ଲାମେଣ୍ଟ ଏହି ଆପ୍ ଉପରେ ବ୍ୟାନ ଲଗାଇଛି । ସଂସଦର ସମସ୍ତ ସରକାରୀ ଡିଭାଇସରୁ ଏହି ଆପ୍ ହଟିବ ।

ଗତ ସପ୍ତାହରେ ବ୍ରିଟେନ ତାର ସମସ୍ତ ସରକାରୀ ଫୋନରୁ ଚୀନର ଅନ୍ୟ ଏକ ଭିଡିଓ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଥିଲା । ସଂସଦରେ ସାଇବର ସୁରକ୍ଷା ପ୍ରଥମ ପ୍ରାଥମିକତା ବୋଲି କହିଥିଲେ ମୁଖପାତ୍ର । ୟୁନାଇଟେଡ ଷ୍ଟେଟ, କନାଡା, ବେଲଜିୟ ଓ ୟୁରୋପିଅନ ପୂର୍ବରୁ ଏହି ଆପକୁ ଅଫିସିଆଲ ଡିଭାଇସକୁ ବ୍ୟାନ କରି ସାରିଛନ୍ତି । ଟିକଟକ ସିଇଓ ସୁରକ୍ଷା ଏବଂ କମ୍ପାନୀ ଉପରେ ଚୀନ ସରକାରଙ୍କ ସମ୍ଭାବିତ ପ୍ରଭାବ ମଧ୍ୟରେ ଆମେରିକା କଂଗ୍ରେସ ସପକ୍ଷରେ ବୟାନ ଦେଇଛନ୍ତି । ଟିକଟକ ସିଇଓଙ୍କୁ 4 ଘଣ୍ଟା ଧରି ପଚରାଉଚରା କରାଯାଇଥିଲା । ଏହି ସମୟରେ ସେ କହିଛନ୍ତି ଚୀନ କମ୍ପାନୀ ବାଇଟଡ୍ୟାନ୍ସ ସହ କୌଣସି ତଥ୍ୟ ନେଇ ଆଲୋଚନା ହୋଇନାହିଁ ଯାହାକୁ ନେଇ ବିପଦର ଆଶଙ୍କା ରହିଛି । ଆମେରିକାରେ ଟିକଟକର 150 ମିଲିୟନ ୟୁଜର୍ସ ଅଛନ୍ତି ।

ଏହା ବି ପଢନ୍ତୁ...ଲଣ୍ଡନରେ ଥମୁନାହିିଁ ଖଲିସ୍ତାନୀ ସମର୍ଥକଙ୍କ ଉତ୍ପାତ: ଭାରତୀୟ ଦୂତାବାସକୁ କଲେ ଅଣ୍ଡାମାଡ

ପୂର୍ବରୁ ଭାରତରେ ଏହି ଟିକଟକ ଆପ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଚୀନ ସାମଗ୍ରୀ ବର୍ଜନ ଓ ଏହାର ଆପ ଉପରେ ପ୍ରତିବନ୍ଧକ ଲଗାଇବା ନେଇ ଦାବି ଜୋର ଧରିଥିଲା । 2020 ଲଦାଖ ଗଲୱାନ ଘାଟିରେ ଚୀନ ସେନା ଭାରତୀୟ ଯବାନଙ୍କ ଉପରକୁ ଆକ୍ରମଣ କରିଥିଲେ । ଯେଉଁଥିରେ 20 ଭାରତୀୟ ଯବାନ ଶହୀଦ ହୋଇଥିଲେ । ଏହାପରେ ଚୀନ ସାମଗ୍ରୀ ଓ ଆପ୍ ବର୍ଜନ ନେଇ ଦାବି ହୋଇଥିଲା । ଭାରତ ଗୋପନୀୟତା ଓ ସୁରକ୍ଷା ଉପରେ ଚିନ୍ତା ପ୍ରକଟ କରି ଟିକଟକ ଆପକୁ ବ୍ୟାନ କରିଥିଲା ।

ଟିକଟକ ସମେତ 59 ମୋବାଇଲ ଆପ ଉପରେ ପ୍ରତିବନ୍ଧକ ଲଗାଇଥିଲେ ଭାରତ ସରକାର । ଭାରତ ପରେ ଆମେରିକା ଟିକଟକ ବ୍ୟାନ କରିବା ନେଇ ଚର୍ଚ୍ଚା ହେଉଥିଲା । ଭାରତରେ ଟିକଟକ ସମେତ 59 ଆପ ଉପରେ ପ୍ରତିବନ୍ଧକ ଲଗାଯିବା ପରେ 6 ବିଲିୟନ ସହିଥିଲା ଚାଇନାର ଏକ କମ୍ପାନୀ ।

Last Updated : Mar 24, 2023, 9:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.