ETV Bharat / international

ବ୍ରିଟେନ ଗଣମାଧ୍ୟମରେ ଚର୍ଚ୍ଚା: ଆଜି ଇସ୍ତଫା ଦେବେ ଜନସନ !

author img

By

Published : Jul 7, 2022, 2:59 PM IST

ବ୍ରିଟେନ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ ଜନସନଙ୍କ ଇସ୍ତଫା ଚର୍ଚ୍ଚା ଜୋର । ଆଜି ଅପରାହ୍ନରେ ଦେଶକୁ ସମ୍ବୋଧିତ କରିବା ସହ କରି ପାରନ୍ତି ଇସ୍ତଫା ଘୋଷଣା । ଅଧିକ ପଢନ୍ତୁ

ବ୍ରିଟେନ ଗଣମାଧ୍ୟମରେ ଚର୍ଚ୍ଚା: ଆଜି ଇସ୍ତଫା ଦେବେ ଜନସନ !
ବ୍ରିଟେନ ଗଣମାଧ୍ୟମରେ ଚର୍ଚ୍ଚା: ଆଜି ଇସ୍ତଫା ଦେବେ ଜନସନ !

ଲଣ୍ଡନ: ଜାରି ରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଆଜି ବ୍ରିଟେନରେ ଶେଷ ହୋଇପାରେ ବୋରିଶ ଜନସନଙ୍କ ଶାସନ । ଆଜି ଅପରାହ୍ନରେ ବୋରିଶ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତାଫା ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ କିଛି ପ୍ରମୁଖ ବ୍ରିଟିଶ ଗଣମାଧ୍ୟମରେ ଜନସନ ନିଜେ ଇସ୍ତଫା ଦେବାକୁ ସହମତି ପ୍ରକାଶ କରିଥିବା ଓ ଅପରାହ୍ନରେ ବିଧିବଦ୍ଧ ଭାବେ ଇସ୍ତଫା ଘୋଷଣା କରିବା ନେଇ ମଧ୍ୟ ଖବର ପ୍ରସାରଣ କରାଯାଉଛି । ମନ୍ତ୍ରିମଣ୍ଡଳରେ ବିଦ୍ରୋହ ପରେ ବୋରିସ୍ ଜନସନ ଇସ୍ତଫା ଦେବେ ବୋଲି ଚର୍ଚ୍ଚା ହେଉଛି ।

ଅନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ଆଜି ଅପରାହ୍ନରେ ଦେଶବାସୀଙ୍କୁ ଜନସନ ସମ୍ବୋଧିତ କରିବେ । ଏହି ସମ୍ବୋଧନରେ ତାଙ୍କ ସରକାରରେ ଜାରି ରହିଥିବା ସଙ୍କଟ ସମ୍ପର୍କରେ ଟିପ୍ପଣୀ ରଖିବା ସହ ତାଙ୍କ ଇସ୍ତାଫା ମଧ୍ୟ ଘୋଷଣା କରିବେ । ବର୍ତ୍ତମାନ ଜନସନଙ୍କ କ୍ୟାବିନେଟରୁ ପ୍ରାୟ 40 ମନ୍ତ୍ରୀ ଇସ୍ତଫା ଦେଇ ସାରିଲେଣି । ଗତ କିଛି ଦିନ ତଳେ ଅନାସ୍ଥାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେଇ ପଦ ବଞ୍ଚାଇବାରେ ସଫଳ ହୋଇଥିଲେ ଜନସନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.