ETV Bharat / international

Monkeypox Scare: ବ୍ରାଜିଲରେ ପ୍ରଥମ ମଙ୍କିପକ୍ସ ସଂକ୍ରମିତ ମୃତ - ବ୍ରାଜିଲରେ ପ୍ରଥମ ମଙ୍କିପକ୍ସ ମୃତ୍ୟୁ

ବ୍ରାଜିଲରେ ପ୍ରଥମ ମଙ୍କିପକ୍ସ ସଂକ୍ରମିତ ମୃତ । ଜଣେ ୪୧ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ଘଟିଥିବା ସୂଚନା । ଅଧିକ ପଢନ୍ତୁ

ବ୍ରାଜିଲରେ ପ୍ରଥମ ମୁଣ୍ଡ ନେଲା ମଙ୍କିପକ୍ସ
ବ୍ରାଜିଲରେ ପ୍ରଥମ ମୁଣ୍ଡ ନେଲା ମଙ୍କିପକ୍ସ
author img

By

Published : Jul 30, 2022, 8:59 AM IST

ବ୍ରାସିଲିଆ: କୋରୋନା ପରେ କାୟା ମେଲାଉଛି ମଙ୍କିପକ୍ସ । ଶୁକ୍ରବାର ବ୍ରାଜିଲରେ ଦେଶର ପ୍ରଥମ ମଙ୍କିପକ୍ସ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଦିନକ ପୂର୍ବରୁ ସ୍ପେନରେ ପ୍ରଥମ ମୁଣ୍ଡ ନେଇଥିଲା ଏହି ଘାତକ ଭୂତାଣୁ । ଯାହାକି ୟୁରୋପୀୟ ରାଷ୍ଟ୍ରରେ ପ୍ରଥମ ମଙ୍କିପକ୍ସ ଜନିତ ମୃତ୍ୟୁ ବୋଲି ସ୍ପେନ ସୁନିଶ୍ଚିତ କରିଥିଲା । ଏବେ ବ୍ରାଜିଲରେ ମଧ୍ୟ ଜଣେ ମଙ୍କିପକ୍ସ ସଂକ୍ରମିତ ଆଖି ବୁଜିଛନ୍ତି । ମୃତକ ଜଣେ ୪୧ ବର୍ଷୀୟ ପୁରୁଷ ହୋଇଥିବା ଜଣାପଡିଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ, ବ୍ରାଜିଲ ମଙ୍କିପକ୍ସ ମୃତକ କ୍ୟାନ୍ସର ପୀଡିତ ଥିଲେ । ତାଙ୍କର ରୋଗ ପ୍ରତିରୋଧକ ସିଷ୍ଟମ ଖୁବ୍ ଦୁର୍ବଳ ରହିଥିଲା । ସେ ବ୍ରାଜିଲର ବେଲୋ ହୋରିଜୋଣ୍ଟେ ନାମକ ଏକ ସରକାରୀ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ପରେ ମଙ୍କିପକ୍ସ ଭୂତାଣୁରେ ସଂକ୍ରମିତ ହେବା ଯୋଗୁଁ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଥିଲା । ଶେଷରେ ଶୁକ୍ରବାର ଦିନ ତାଙ୍କର ମୃତ୍ୟୁ ଘଟିଛି । ବୁଧବାର ସୁଦ୍ଧା ବ୍ରାଜିଲରେ ମୋଟ ୯୭୮ଟି ମଙ୍କିପକ୍ସ ମାମଲା ରହିଥିବା ସୂଚନା ଦିଆଯାଇଛି ।

ପ୍ରାୟ ୭୦ଟି ଦେଶରେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏନେଇ ଭୟାବହତା ବଢିଛି । ସ୍ଥିତିକୁ ଦେଖି ଆଗୁଆ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ନିକଟରେ ମଙ୍କିପକ୍ସକୁ ଗ୍ଲୋବାଲ ଏମରଜେନ୍ସି ଘୋଷଣା କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) । ଦେଶମାନେ ନିଜ ଆଡୁ ସତର୍କତା ଅବଲମ୍ବନ କରିବା ସହ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସତର୍କ କରାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.