ETV Bharat / international

ଆସନ୍ତା ସପ୍ତାହରେ ଭାରତ ଆସିବେ ବ୍ରିଟେନ ପ୍ରଧାନମନ୍ତ୍ରୀ

author img

By

Published : Apr 15, 2022, 7:21 AM IST

Updated : Apr 15, 2022, 7:48 AM IST

ଆସନ୍ତା ସପ୍ତାହରେ ଭାରତ ଗସ୍ତରେ ଆସିବେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ । ଅଧିକ ପଢନ୍ତୁ

ଆସନ୍ତା ସପ୍ତାହରେ ଭାରତ ଆସିବେ ବ୍ରିଟେନ ପ୍ରଧାନମନ୍ତ୍ରୀ
ଆସନ୍ତା ସପ୍ତାହରେ ଭାରତ ଆସିବେ ବ୍ରିଟେନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ଭାରତ ଗସ୍ତରେ ଆସୁଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ । ଭାରତ ଓ ବ୍ରିଟେନ ମଧ୍ୟରେ ମୁକ୍ତ ବାଣିଜ୍ୟ କାରବାର ଚୁକ୍ତି ସହିତ ଶିକ୍ଷା, ପ୍ରତିରକ୍ଷା ଏବଂ ବୈଷୟିକ କ୍ଷେତ୍ରରେ ବହୁ ଚୁକ୍ତି ସ୍ବାକ୍ଷର ହେବାର କାର୍ଯ୍ୟକ୍ରମ ରହିଛି । ଭାରତ-ବ୍ରିଟେନ ମୁକ୍ତ ବ୍ୟବସାୟ ରାଜିନାମା(ଏଫଟିଏ)ର ୨୬ଟି ଅଧ୍ୟାୟରୁ ୪ଟି ଅଧ୍ୟାୟ ସଫଳତାର ସହ ପୂରଣ ହେବା ପରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଭାରତ ଆସୁଛନ୍ତି । ଯାହା ସୂଚନା ରହିଛି, ବୋରିସ ଜନସନ ଏପ୍ରିଲ ୨୧ କିମ୍ବା ୨୨ରେ ଭାରତ ଆସିପାରନ୍ତି ।

ସୂଚନା ଅନୁଯାୟୀ, ନିକଟରେ ଏଫଟିଏ ପାଇଁ ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା ସମ୍ପୂର୍ଣ୍ଣ ହୋଇଛି । ଦୁଇଟି ପର୍ଯ୍ୟାୟ ଆଲୋଚନାରେ ଅବଶିଷ୍ଟ ୨୨ଟି ଅଧ୍ୟାୟରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି । ଏହି ଆଲୋଚନାର ତୃତୀୟ ପର୍ଯ୍ୟାୟ ଭାରତ ଆୟୋଜନ କରିବ । ଚଳିତ ମାସରେ ତୃତୀୟ ପର୍ଯ୍ୟାୟ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି । ୟୁକ୍ରେନ-ଋଷିଆ ଯୁଦ୍ଧ ମଧ୍ୟରେ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ବହୁ ଗୁରୁତ୍ବ ବହନ କରୁଛି । ଏହି ଦୃଷ୍ଟିରୁ ଦୁଇ ରାଷ୍ଟ୍ରର ବୈଠକରେ ୟୁକ୍ରେନ ସଙ୍କଟ ଉପରେ ଚର୍ଚ୍ଚା କରାଯିବାର ସମ୍ଭାବନା ରହିଛି । କିନ୍ତୁ ଆଫଗାନିସ୍ତାନ ସ୍ଥିତି ଏବଂ ବ୍ରିଟେନର ଭାରତ-ପ୍ରଶାନ୍ତ ମହାସାଗରୀୟ ଆଞ୍ଚଳିକ ପ୍ରସଙ୍ଗ ଅଧିକ ରହିବ ବୋଲି ସୂତ୍ରରୁ ଜଣାପଡିଛି ।

Last Updated : Apr 15, 2022, 7:48 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.