ETV Bharat / international

Boris Johnson resigns: ସାଂସଦ ପଦରୁ ଇସ୍ତଫା ଦେଲେ ବୋରିସ୍ ଜନସନ - ସାଂସଦ ପଦରୁ ବୋରିସ୍ ଜନସନଙ୍କ ଇସ୍ତଫା

ବ୍ରିଟେନ ସାଂସଦ ପଦରୁ ଇସ୍ତଫା ଦେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ଅଧିକ ପଢନ୍ତୁ

ସାଂସଦ ପଦରୁ ଇସ୍ତଫା ଦେଲେ ବୋରିସ୍ ଜନସନ
ସାଂସଦ ପଦରୁ ଇସ୍ତଫା ଦେଲେ ବୋରିସ୍ ଜନସନ
author img

By

Published : Jun 10, 2023, 10:53 AM IST

ଲଣ୍ଡନ: ସାଂସଦ ପଦରୁ ଇସ୍ତଫା ଦେଲେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ୫୮ ବର୍ଷୀୟ ଜନସନ ଗତକାଲି ସାଂସଦ ଭାବେ ନିଜର ଇସ୍ତଫା ଘୋଷଣା କରିଛନ୍ତି । ପାର୍ଟିଗେଟ ସ୍କାମ ମାମଲାରେ ସଂସଦୀୟ ଯାଞ୍ଚ କମିଟି ତାଙ୍କୁ ସଂସଦରୁ ବାହାର କରିବାକୁ ଚାହୁଁଥିବା ଅଭିଯୋଗ କରି ସେ ଇସ୍ତଫା ଦେଇଛନ୍ତି । ଲକଡାଉନ ସମୟରେ ତାଙ୍କ ବିରୋଧରେ କୋଭିଡ ନିୟମ ଉଲ୍ଲଘଂନ କରିବାର ଅଭିଯୋଗ ରହିଛି । ଯାହାକୁ ପାର୍ଟିଗେଟ ସ୍କାମ କୁହାଯାଉଛି ।

ଜନସନ ପ୍ରଧାନମନ୍ତ୍ରୀ ଥିବାବେଳେ ୨୦୨୦ରେ କୋରୋନା ଲକଡାଉନ ସମୟରେ ଡାଉନ ଷ୍ଟ୍ରିଟରେ ଜନ୍ମଦିନ ପାର୍ଟି ଆୟୋଜନ କରିଥିଲେ । ତାଙ୍କ ପାର୍ଟିରେ ପ୍ରାୟ ୩୦ ଜଣ ସାମିଲ ହୋଇଥିଲେ । ଲକଡାଉନ କଟକଣା ବଳବତ୍ତର ଥିବାବେଳେ ପାର୍ଟିରେ ସେ କୋଭିଡ-୧୯ ନିୟମ ଉଲ୍ଲଘଂନ କରି କରିଥିଲେ । କିନ୍ତୁ କୋଭିଡ ନିୟମ ଅନୁପାଳନ ହୋଇଥିବା କହି ଜାଣିଶୁଣି ସେ ହାଉସ ଅଫ୍ କମନ୍ସ (ବ୍ରିଟେନ ସଂସଦ)କୁ ବିଭ୍ରାନ୍ତ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ସଂସଦୀୟ କମିଟି ତାଙ୍କୁ ପଚରାଉଚରା କରିବା ସହ ପାର୍ଟିଗେଟ ସ୍କାଣ୍ଡାଲର ତଦନ୍ତ କରିଥିଲା ।

ତେବେ ସାଂସଦଙ୍କ ନେତୃତ୍ବାଧୀନ ବିଶେଷଧିକାର କମିଟି ପକ୍ଷରୁ ଗୁପ୍ତ ଚିଠି ମିଳିବା ପରେ ଜନସନ ଇସ୍ତଫା ଦେଇଥିବା ଜଣାପଡିଛି । ଏନେଇ ପୂର୍ବ ପ୍ରଧାନମନ୍ତ୍ରୀ ଏକ ବିବୃତ୍ତିରେ କହିଛନ୍ତି ଯେ, ପାର୍ଟିଗେଟ ମାମଲାରେ ବିଶେଷାଧିକାର କମିଟି ପକ୍ଷରୁ ମୋତେ ଏକ ଚିଠି ମିଳିଛି, ଯେଉଁଥିରେ ମୋତେ ସଂସଦରୁ ବାହାର କରିବାକୁ ମୋ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେମାନେ ସ୍ଥିର କରିସାରିଛନ୍ତି । ମୁଁ ସଂସଦକୁ ବିଭ୍ରାନ୍ତ କରିଥିବା ନେଇ କମିଟି ପକ୍ଷରୁ କୌଣସି ପ୍ରକାର ପ୍ରମାଣ ଉପସ୍ଥାପନ କରାଯାଇନାହିଁ । ସାଂସଦ ପଦରୁ ଇସ୍ତଫା ଦେବା ଲାଗି କିଛି ଲୋକଙ୍କ ଦ୍ବାରା ମୋତ ବାଧ୍ୟ କରାଯାଉଛି ।

ଗତ ମାର୍ଚ୍ଚରେ ବିଶେଷାଧିକାର କମିଟି ଆଗରେ ବୋରିସ ଜନସନ ସଂସଦକୁ ଭ୍ରମିତ କରିବା କଥା ସ୍ବୀକାର କରିଥିଲେ, କିନ୍ତୁ ଜାଣିଶୁଣି ସେ ଏହା କରିନଥିଲେ ବୋଲି କହିଥିଲେ । କୋଭିଡ ଲକଡାଉନ ସମୟରେ ଡାଉନ ଷ୍ଟ୍ରିଟ କାର୍ଯ୍ୟକ୍ରମରେ ଜନସମାବେଶ ଅନୁଚିତ୍ ଥିଲା । ହେଲେ ତାହା ଏକ ଜରୁରୀ କାର୍ଯ୍ୟକ୍ରମ ଥିଲା ଏବଂ ଏଥିପାଇଁ ଅନୁମତି ମିଳିଥିଲା ବୋଲି ଜନସନ ଦାବି କରିଥିଲେ । ଗତବର୍ଷ ଜୁଲାଇରେ ବୋରିସ ଜନସନ ବ୍ରିଟେନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କ ମନ୍ତ୍ରୀମଣ୍ଡଳର ୫୦ରୁ ଅଧିକ ମନ୍ତ୍ରୀଙ୍କ ବିଦ୍ରୋହ ପରେ ସେ ଏହି ନିଷ୍ପତ୍ତି ନେଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.