ETV Bharat / international

Bomb Blast: ପାକିସ୍ତାନରେ ଭୟଙ୍କର ବୋମା ବିସ୍ଫୋରଣ, ୧୧ ଶ୍ରମିକ ମୃତ - ପାକିସ୍ତାନରେ ବୋମା ବିସ୍ଫୋରଣରେ ଶ୍ରମିକ ମୃତ

ପାକିସ୍ତାନରେ ଭୟଙ୍କର ବୋମା ବିସ୍ଫୋରଣ । ୧୧ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ପାକିସ୍ତାନରେ ଭୟଙ୍କର ବୋମା ବିସ୍ଫୋରଣ
ପାକିସ୍ତାନରେ ଭୟଙ୍କର ବୋମା ବିସ୍ଫୋରଣ
author img

By

Published : Aug 20, 2023, 8:35 AM IST

ଇସଲାମବାଦ: ପୁଣି ପଡୋଶୀ ପାକିସ୍ତାନରେ ଫୁଟିଲା ବୋମା । ପାକ୍‌ର ଉତ୍ତର ୱାଜିରିସ୍ତାନରେ ଭୟଙ୍କର ବୋମା ବିସ୍ଫୋରଣ ହୋଇ ୧୧ ଜଣଙ୍କର ମୃତ୍ୟୁ ହୋଇଛି ଓ ଦୁଇ ଜଣ ଆହତ ହୋଇଛନ୍ତି । ସମସ୍ତ ମୃତକ ଶ୍ରମିକ ଅଟନ୍ତି । ସେମାନେ ଗୋଟିଏ ଭ୍ୟାନରେ ଯାଉଥିବା ବେଳେ ଉକ୍ତ ଗାଡିରେ ହିଁ ବିସ୍ଫୋରଣ କରାଯାଇଥିବା ସୂଚନା ମିଳିଛି । ଗତକାଲି(ଶନିବାର) ଗୁଲମିର କୋଟ ଅଞ୍ଚଳରେ ଏଭଳି ବର୍ବର କାଣ୍ଡ ଘଟିଛି । କିଏ ଏହି ବୋମା ବିସ୍ଫୋରଣ କରିଛି ସେ ସମ୍ପର୍କରେ କିଛି ଜଣାପଡିନି । ଆହତମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଖାଇବର ପଖତୁନଖ୍ବା ବିସ୍ଫୋରଣର ଦୁଇ ସପ୍ତାହ ପରେ ଉତ୍ତର ୱାଜିରିସ୍ତାନରେ ଏହି ଘଟଣା ଘଟିଛି । ଦୁଇ ସପ୍ତାହ ତଳେ ହୋଇଥିବା ବିସ୍ଫୋରଣରେ ୨୩ ଜଣ ଛୋଟ ପିଲାଙ୍କ ସମେତ ମୋଟ ୬୩ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୧୧୧ରୁ ଅଧିକ ଆହତ ହୋଇଥିଲେ । ବାଜୁର ଜିଲ୍ଲାର ଖର୍ ତହସିଲ ଅଞ୍ଚଳରେ ଏକ ନିର୍ବାଚନୀ ରାଲି ଚାଲିଥିବା ବେଳେ ଏହି ଧମାକା ହୋଇଥିଲା । ଜମିୟତ ଉଲେମା-ଇ-ଇସଲାମ ଫଜଲ(JUI-F)ର ନେତା ଓ କର୍ମୀଙ୍କୁ ଟାର୍ଗେଟ କରି ଏହି ଘାତକ ଆକ୍ରମଣ କରାଯାଇଥିଲା । ଏଥିରେ JUI-Fର ଆଗଧାଡିର ନେତା ମୌଲାନା ଜିଆଉଲ୍ଲାହ ଜାନ ଓ ଅମୀର ମୌଲାନଙ୍କ ମୃତ୍ୟୁ ହୋଇଥିଲା । ଆହତଙ୍କ ମଧ୍ୟରେ ଜଣେ ଘରୋଇ ନ୍ୟୁଜ ଚ୍ୟାନେଲର କ୍ୟାମେରାମ୍ୟାନ ଥିଲେ ।

ଏହାମଧ୍ୟ ପଢନ୍ତୁ: ପାକିସ୍ତାନରେ ରାଜନୈତିକ ସଭାରେ ବିସ୍ଫୋରଣ: 44 ମୃତ, 100ରୁ ଊର୍ଦ୍ଧ୍ବ ଆହତ

ଜମିୟତ ଉଲେମା-ଇ-ଇସଲାମ ଫଜଲର ନିର୍ବାଚନୀ ସଭାରେ ପାଖାପାଖି ୪୦୦ରୁ ଅଧିକ ଲୋକ ସାମିଲ ହୋଇଥିଲେ । ଅପରାହ୍ନ ୨ଟାରେ ରାଲି ଆରମ୍ଭ ହୋଇଥିଲା । ଦୁଇ ଘଣ୍ଟା ପରେ ସମୟ ପାଖାପାଖି ୪ଟା ୧୦ ମିନିଟ ବେଳେ ବିସ୍ଫୋରଣ ହୋଇଥିଲା । ଏହି ଆକ୍ରମଣ ପାଇଁ ଇସଲାମିକ ଷ୍ଟେଟ ଗ୍ରୁପ(ISI) ନିଜକୁ ଦାୟୀ କରିଥିଲା । ପାକିସ୍ତାନରେ ବିସ୍ଫୋରଣ ଓ ଆତ୍ମଘାତୀ ବିସ୍ଫୋରଣ ସାମାନ୍ୟ ଘଟଣା ହୋଇଗଲାଣି । ବିଶେଷକରି ଖାଇବର ପଖତୁନଖ୍ବା ଓ ବେଲୁଚିସ୍ତାନରେ ଅଧିକ ଆକ୍ରମଣ ହେଉଛି । ଚଳିତ ବର୍ଷ ଆରମ୍ଭରୁ ଜୁଲାଇ ମଧ୍ୟରେ ଏହି ଦେଶରେ ୧୮ଟି ଆତ୍ମଘାତୀ ଆକ୍ରମଣ ହୋଇଛି । ଏଥିରେ ୨୦୦ ଲୋକଙ୍କ ମୃତ୍ୟୁ ଏବଂ ୪୫୦ ଜଣ ଆହତ ହୋଇଥିବା କୁହାଯାଇଛି ।

ଏହାମଧ୍ୟ ପଢନ୍ତୁ: ପାକରେ ଚୀନ ଇଞ୍ଜିନିୟର୍ସଙ୍କ ଉପରେ ଆତଙ୍କୀ ହମ୍‌ଲା, 2 ଆତଙ୍କବାଦୀ ନିପାତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.