ETV Bharat / international

ମେକ୍ସିକୋ ସିଟିରେ ଭାରତୀୟ ନାଗରିକଙ୍କୁ ଗୁଳି କରି ହତ୍ୟା

ମେକ୍ସିକୋରେ ଭାରତୀୟ ନାଗରିକଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ । କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମେକ୍ସିକୋ କର୍ତ୍ତୃପକ୍ଷଙ୍କୁ ଜଣାଇଲା ଭାରତୀୟ ଦୂତାବାସ । ଅଧିକ ପଢନ୍ତୁ

author img

By

Published : Aug 22, 2023, 9:54 PM IST

Indian national shot dead in Mexico
Indian national shot dead in Mexico

ମେକ୍ସିକୋ ସିଟି: ବିଦେଶରେ ପୁଣି ଜଣେ ଭାରତୀୟଙ୍କୁ ହତ୍ୟା। ମେକ୍ସିକୋ ସିଟିରେ ଭାରତୀୟ ନାଗରିକଙ୍କୁ ଗୁଳି କରି ହତ୍ୟା। ଲୁଟ କରିବା ପରେ ଭାରତୀୟ ନାଗରୀକଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ସୂଚନା ମିଳିଛି। ବାଇକରେ 4 ଜଣ ଦୁର୍ବୃତ୍ତ ଆସି ଲୁଟ କରିବା ସହ ଗୁଳି କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ଘଟଣଆରେ ଅନ୍ୟ ଜଣେ ଆହତ ମଧ୍ୟ ହୋଇଛନ୍ତି। ଅଗଷ୍ଟ 19 ରେ ମେକ୍ସିକୋ ସିଟିର ଆଲଗାରିନରେ ଏହି ଘଟଣା ଘଟିଥିଲା। ଅପରାଧିଙ୍କୁ ଧରିବା ପାଇଁ ମେକ୍ସିକୋରେ ଥିବା ଭାରତୀୟ ଦୂତାବାସ ମେକ୍ସିକୋ କର୍ତ୍ତୃପକ୍ଷଙ୍କୁ କହିଛନ୍ତି। ମୃତକ ଓ ଆହତଙ୍କ ନାମ ସ୍ପଷ୍ଟ କରାଯାଇ ନାହିଁ।

ରବିବାର ଟ୍ବିଟ କରି ମେକ୍ସିକୋରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ଯେ, ମେକ୍ସିକୋରେ ଥିବା ଭାରତୀୟ ନାଗରିକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହା ଅତ୍ୟନ୍ତ ଦୁଃଖଦ ଘଟଣା। ମୃତକଙ୍କ ପରିବାର ସହ ଯୋଗା ଯୋଗ କରାଯାଇଛି। ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ କରାଯିବ। ଅପରାଧୀଙ୍କୁ ଶୀଘ୍ର ଧରିବା ପାଇଁ ଆମେ ମେକ୍ସିକୋ କର୍ତ୍ତୃପକ୍ଷଙ୍କୁ ଦାବି କରୁଛୁ।

ଏହା ମଧ୍ୟ ପଢନ୍ତୁ-ଲଣ୍ଡନରେ ଭାରତୀୟ ବଂଶୋଦ୍ଭବଙ୍କୁ ଛୁରୀ ଭୁସି ହତ୍ୟା; ୩ ଦିନରେ ତୃତୀୟ ଘଟଣା

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି ଯେ, ମେକ୍ସିକୋ ସିଟି ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଜଣେ ଭାରତୀୟ ନାଗରିକଙ୍କ ଠାରୁ 10 ହଜାର ଡଲାର ଲୁଟି ନେଇଛନ୍ତି ଦୁର୍ବୃତ୍ତ। ବାଇକରେ 4ଜଣ ଦୁର୍ବୃତ୍ତ ଆସି ଭାରତୀୟ ନାଗରିକଙ୍କୁ ଆକ୍ରମଣ କରିବା ସହ ଟଙ୍କା ଲୁଟିଥିଲେ। ପରେ ଗୁଳି କରି ହତ୍ୟା କରିଥିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଏହା ମଧ୍ୟ ପଢନ୍ତୁ-ଆମେରିକାରେ ଅପହୃତ 4 ଭାରତୀୟଙ୍କୁ ହତ୍ୟା

ଜୁନ 17 ତାରିଖରେ ସାଉଥ ଲଣ୍ଡନରେ ଜଣେ ୩୮ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଥିବା ଖବର ସାମ୍ନାକୁ ଆସିଥିଲା । ମୃତକଙ୍କ ନାମ ଅରବିନ୍ଦ ଶଶିକୁମାର । ତାଙ୍କ ଘର କେରଳରେ । ଲଣ୍ଡନର ସାଉଥହମ୍ପଟନ ମାର୍ଗ ସ୍ଥିତ ଘରୁ ତାଙ୍କର ମୃତଦେହ ମିଳିଥିଲା । ଏହି ଘଟଣାର ତିନି ଦିନ ପୂର୍ବରୁ ଉତ୍ତର ଲଣ୍ଡନର ନୀଲଡ କ୍ରିସେଣ୍ଟରେ ଆଉ ଜଣେ ଭାରତୀୟ ଯୁବତୀଙ୍କୁ ହତ୍ୟା କରାଯାଇଥିଲା । ତେବେ ଅରବିନ୍ଦଙ୍କୁ ହତ୍ୟା ଘଟଣାରେ ପୋଲିସ ସଲମାନ ସଲିମ ନାମକ ଜଣେ ୨୫ ବର୍ଷୀୟ ଯୁବକକୁ ଗିରଫ କରିଥିଲା ।

ଏହା ମଧ୍ୟ ପଢନ୍ତୁ-ନେପାଳରେ ଭାରତୀୟଙ୍କୁ ଗୁଳି କରି ହତ୍ୟା, ତଦନ୍ତ ଆରମ୍ଭ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.