ETV Bharat / international

Monkeypox Outbreak: ବେଲଜିୟମରେ କ୍ବାରେଣ୍ଟାଇନ ବାଧ୍ୟତାମୂଳକ

author img

By

Published : May 23, 2022, 7:58 AM IST

ଦେଶରେ ଦ୍ରୁତ ଗତିରେ ମାଡି ଚାଲିଛି ମଙ୍କିପକ୍ସ । ଏହାକୁ ଦୃଷ୍ଟିରେ ରଖି ପ୍ରଥମ ରାଷ୍ଟ୍ର ଭାବେ ବେଲଜିୟମ ଲାଗୁ କରିଛି ସଙ୍ଗରୋଧ ନିୟମ । ଅଧିକ ପଢନ୍ତୁ

Monkeypox Outbreak: ବେଲଜିୟମରେ ବାଧ୍ୟତାମୂଳକ ହେଲା କ୍ବାରେଣ୍ଟାଇନ

ବ୍ରୁସେଲ୍ସ: ଦେଶରେ ଦ୍ରୁତ ଗତିରେ ମାଡି ଚାଲିଛି ମଙ୍କିପକ୍ସ । ଏହାକୁ ଦୃଷ୍ଟିରେ ରଖି ପ୍ରଥମ ରାଷ୍ଟ୍ର ଭାବେ ବେଲଜିୟମ ଲାଗୁ କରିଛି ସଙ୍ଗରୋଧ ନିୟମ । କୋରେନା ଯୋଗୁଁ ଅନେକ ରାଷ୍ଟରେ ଏବେ ସଙ୍ଗରୋଧ ନିୟମ ବଳବତ୍ତର ରଖିଥିବା ବେଳେ ବେଲଜିୟମରେ ମଙ୍କିପକ୍ସ ଭୂତାଣୁ ପାଇଁ କ୍ବାରେଣ୍ଟାଇନ ଲାଗୁ କରାଯାଇଛି । ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ ଏବଂ ୟୁରୋପୀୟ ଦେଶ ଗୁଡିକରେ ଏହାର ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ବେଲଜିୟମରେ ୩ଟି ମାମଲା ସାମ୍ନାକୁ ଆସିବା ପରେ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।

ନୂଆ ନିୟମ ଅନୁସାରେ, ଯଦି କୌଣସି ଲୋକଙ୍କ ଠାରେ ମଙ୍କିପକ୍ସ ପଜିଟିଭ ରିପୋର୍ଟ ପ୍ରକାଶ ପାଏ ତେବେ ୨୧ ଦିନ ବାଧ୍ୟତାମୂଳକ ସଙ୍ଗରୋଧରେ ରହିବାକୁ ପଡିବ । ଏହାସହ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ମାନଙ୍କୁ ମଧ୍ୟ ୨୧ ଦିନ ସଙ୍ଗରୋଧରେ ରହିବାକୁ ପଡିବ ।

Monkeypox Outbreak: ମାଡୁଛି ମଙ୍କିପକ୍ସ, ସତର୍କ କରାଇଲା କେନ୍ଦ୍ର

ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଭାରତୀୟ ଚିକିତ୍ସା ଗବେଷଣା ପରିଷଦ(ICMR)ଏବଂ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର(NCDC)କୁ ତୀକ୍ଷ୍ମ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ବ୍ରିଟେନରେ ମଧ୍ୟ ମଙ୍କିପକ୍ସ ମାମଲା ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟାରେ ବ୍ରିଟେନରେ ଆଉ ୧୧ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ବ୍ରିଟେନରେ ବର୍ତ୍ତମାନ ସୁଦ୍ଧା ସଂକ୍ରମଣ ମାମଲା ୨୦ରେ ପହଞ୍ଚିଛି । ୟୁରୋପରେ ମଧ୍ୟ ୧୦୦ ଜଣ ମଙ୍କିପକ୍ସରେ ଚିହ୍ନଟ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.