ETV Bharat / international

ବାଂଲାଦେଶରେ ଶକ୍ତି ସଙ୍କଟ: ରାତି 8 ପରେ ଦୋକାନ ବଜାର ବନ୍ଦ ରଖିବାକୁ ନିର୍ଦ୍ଦେଶ - ବାଂଲାଦେଶ ପ୍ରଧାନମନ୍ତ୍ରୀ

ବାଂଲାଦେଶରେ ମଧ୍ୟ ଶକ୍ତି ସଙ୍କଟ ଜାରି । ରାତି 8 ପରେ ଦୋକାନ ବଜାର ବନ୍ଦ କରିବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ବାଂଲାଦେଶରେ ମଧ୍ୟ ଶକ୍ତି ସଙ୍କଟ: ରାତି 8 ପରେ ଦୋକାନ ବଜାର ବନ୍ଦ କବାଂଲାଦେଶରେ ମଧ୍ୟ ଶକ୍ତି ସଙ୍କଟ: ରାତି 8 ପରେ ଦୋକାନ ବଜାର ବନ୍ଦ କରିବାକୁ ନିର୍ଦ୍ଦେଶରିବାକୁ ନିର୍ଦ୍ଦେଶ
ବାଂଲାଦେଶରେ ମଧ୍ୟ ଶକ୍ତି ସଙ୍କଟ: ରାତି 8 ପରେ ଦୋକାନ ବଜାର ବନ୍ଦ କରିବାକୁ ନିର୍ଦ୍ଦେଶ
author img

By

Published : Jun 18, 2022, 8:50 PM IST

ଢାକା: ଶ୍ରୀଲଙ୍କା ପରେ ଏବେ ବାଂଲାଦେଶରେ ମଧ୍ୟ ଶକ୍ତି ସଙ୍କଟ ଦେଖିବାକୁ ମିଳିଲାଣି । ଶକ୍ତି ସଞ୍ଚୟ କରିବା ପାଇଁ ନୂଆ କଟକଣା ଜାରି କରିଛନ୍ତି ବାଂଲାଦେଶ ସରକାର । ରାତି 8 ପରେ ସମଗ୍ର ଦେଶରେ ଦୋକାନ ବଜାର ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ ଶେଖ ହାସିନା । ସମଗ୍ର ଦେଶରେ ଦୋକାନ, ମାର୍କେଟ, ସପିଂମଲ ଆଦି ବନ୍ଦ ରଖିବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁୁ ନିର୍ଦ୍ଦେଶ ଜାରି କରାଯାଇଛି ।

ବିଭିନ୍ନ ବିଭାଗ ଯଥା, ଶକ୍ତି, ଖଣି, ବାଣିଜ୍ୟ, ଶିଳ୍ପ ଆଦି ବିଭାଗମାନେ ଶକ୍ତି ସଞ୍ଚୟ ଉପରେ ଧ୍ୟାନ ଦେବା ଓ ଶକ୍ତି ଅପଚୟ ରୋକିବା ପାଇଁ ପଦକ୍ଷେପ ନେବା ନେଇ ମଧ୍ୟ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶରେ କୁହାଯାଇଛି । ସେହପରି ଏହି ନିର୍ଦ୍ଦେଶ ସମସ୍ତ ସ୍ଥାନୀୟ ପ୍ରଶାସନ ଅନୁପାଳନ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ଗତ କିଛି ଦିନ ମଧ୍ୟରେ ବାଂଲାଦେଶରେ ଶକ୍ତି ସଙ୍କଟ ଦେଖାଯାଇଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.