ETV Bharat / international

ଅଷ୍ଟ୍ରେଲିଆ ନୋଟରେ ଆଉ ଦେଖିବାକୁ ମିଳିବନି ରାଣୀ ଏଲିଜୋବେଥଙ୍କ ଫଟୋ - ଅଷ୍ଟ୍ରେଲିଆର ରିଜର୍ଭ ବ୍ୟାଙ୍କର ଘୋଷଣା

ଅଷ୍ଟ୍ରେଲିଆ ନୋଟରୁ ହଟିବ ରାଣୀ ଏଲିଜୋବେଥଙ୍କ ଫଟୋ । ଏନେଇ ବୁଧବାର ଅଷ୍ଟ୍ରେଲିଆର ରିଜର୍ଭ ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଅଧିକ ପଢନ୍ତୁ

Australia To Replace Queen Elizabeths Image

author img

By

Published : Feb 2, 2023, 11:31 AM IST

କାନବେରା: ଅଷ୍ଟ୍ରେଲିଆ ନୋଟରୁ ହଟିବ ରାଣୀ ଏଲିଜା ବେଥଙ୍କ ଫୋଟ ଚିତ୍ର । ଏନେଇ ଗତକାଲି ଅଷ୍ଟ୍ରେଲିଆର ରିଜର୍ଭ ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି । ୫ ଡଲାର ଅଷ୍ଟ୍ରେଲିଆ ନୋଟରେ ଏଲିଜା ବେଥଙ୍କ ଫଟୋ ହଟାଇ ନିଜ ସଂସଦୀୟ ଫଟୋ ସ୍ଥାପନ କରାଯିବ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି ।

ଏନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି," ସରକାରଙ୍କ ଅନୁମତି ପାଇବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । " ଅନ୍ୟପଟେ ରାଜନୈତିକ ଉଦ୍ଦେଶ୍ୟ ରଖି ଏଭଳି କରାଯାଇଥିବା କହିଛନ୍ତି ବିରୋଧୀ । ବ୍ରିଟିଶ ଉପନିବେଶ ପରି ଅଷ୍ଟ୍ରେଲିଆ ମଧ୍ୟ ବ୍ରିଟେନ ସହିତ ସାମ୍ବିଧାନିକ ସମ୍ପର୍କକୁ କେତେ ପରିମାଣରେ ବଜାୟ ରଖିବା ଉଚିତ ସେହି ଉପରେ ବିତର୍କ ଜାରି ରହିଥିବା କହିଛନ୍ତି ଅଷ୍ଟ୍ରେଲିଆ ମୁଖ୍ୟ ।

ଏହା ମଧ୍ୟ ପଢନ୍ତୁ: Adani Group calls off FPO: ଆଦାନୀ ଗ୍ରୁପର ୨୦ ହଜାର କୋଟି FPO ବାତିଲ

୫ ଡଲାର୍‌ ଅଷ୍ଟ୍ରେଲୀୟ ବ୍ୟାଙ୍କ୍‌ ନୋଟ୍‌ରେ ଥିବା ରାଣୀ ଦ୍ବିତୀୟ ଏଲିଜାବେଥ୍‌ଙ୍କ ପ୍ରତିକୃତି ହଟାଇ ଅଷ୍ଟ୍ରେଲୀୟମାନଙ୍କ ସଂସ୍କୃତି ଏବଂ ଇତିହାସକୁ ସମ୍ମାନ ଦେଇ ଫଟୋ ଲଗାଯିବ ଏବଂ ନୋଟର ଅନ୍ୟ ପାର୍ଶ୍ବରେ ସଂସଦର ଫଟୋ ଲଗାଯିବ ବୋଲି ଅଷ୍ଟ୍ରେଲିଆ ରିଜର୍ଭ ବ୍ୟାଙ୍କ ତରଫରୁ କୁହାଯାଇଛି ।

କୋଷାଧ୍ୟକ୍ଷ ଜିମ ଚଲମର୍ସ କହିଛନ୍ତି," ଏହି ପରିବର୍ତ୍ତନ ସନ୍ତୁଳନ ରକ୍ଷା କରିବାର ଏକ ସୁଯୋଗ ଅଟେ । ବର୍ତ୍ତମାନ ମଧ୍ୟ ନୋଟରେ ରାଜକୀୟ ସଂସ୍କୃତି ରହିଛି କିନ୍ତୁ ପରବର୍ତ୍ତନ ପାଇଁ ନିଆଯାଇଥିବା ନିଷ୍ପତ୍ତି ସ୍ବାଗତ ଯୋଗ୍ୟ ଅଟେ । ଏହା ଉତ୍ତମ ପଦକ୍ଷେପ । " ଅନ୍ୟପଟେ ଅଷ୍ଟ୍ରେଲିଆ ଡେକୁ ପରିବର୍ତ୍ତନ କରିବା ପାଇଁ ଏଭଳି କରାଯାଇଥିବା କହିଛନ୍ତି ବିରୋଧୀ ।

ପ୍ରକାଶଥାଉକି, ଗତବର୍ଷ ରାଣୀ ଏଲିଜାବେଥଙ୍କ ମୃତ୍ୟୁ ପରେ ଅଷ୍ଟ୍ରେଲିଆର ପରବର୍ତ୍ତୀ ରାଜାଙ୍କ ପ୍ରସଙ୍ଗରେ ବିତର୍କ ହୋଇଥିଲା । ୨୦୨୨ ମସିହାରେ ୫ ଡଲାର ଅଷ୍ଟ୍ରେଲିଆ ନୋଟରେ ଏଲିଜାବେଥଙ୍କ ପ୍ରତିକୃତି ସ୍ଥାନରେ ଅନ୍ୟ କୌଣସି ଫଟୋ ଛପାଯାଇପାରିବ ନାହିଁ ବୋଲି ବ୍ରିଟିସ ରାଜା ତୃତୀୟ ଚାର୍ଲସ କହିଥିଲେ । ତେବେ ରାଣୀଙ୍କ ବ୍ୟକ୍ତିତ୍ବ ପାଇଁ ତାଙ୍କ ଫଟୋ ଛପା ହୋଇଥିଲା ବୋଲି କହିଥିଲେ ସରକାରୀ କର୍ତ୍ତୃପକ୍ଷ । ତେବେ ଏହାରି ଭିତରେ ଗତକାଲି ଏଲିଜାବେଥ ଦ୍ବିତୀୟଙ୍କ ଫଟୋ ହଟାଯାଇ ସଂସଦର ଫଟୋ ଛପାଯିବ ବୋଲି ରିଜର୍ଭ ବ୍ୟାଙ୍କ ତରଫରୁ ଘୋଷଣା କରାଯାଇଛି । ଆମେରିକାର ମୁଦ୍ରାରେ ଗୋଟିଏ ଅଷ୍ଟ୍ରେଲିୟ ଡଲାରର ମୂଲ୍ୟ ପ୍ରାୟ 71 ସେଣ୍ଟ୍ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.