ETV Bharat / international

ପୁଣି ସ୍ଥଗିତ ହେଲା ନାସାର ମୁନ୍ ମିଶନ

author img

By

Published : Sep 3, 2022, 10:06 PM IST

ଶେଷ ମୁହୂର୍ତ୍ତରେ NASA Artemis I moon mission ଲଞ୍ଚ ସ୍ଥଗିତ । ଇଞ୍ଜିନରେ ତ୍ରୁଟି ଥିବା ଜଣାପଡିବା ପରେ ସ୍ଥଗିତ ରହିଲା ଉତକ୍ଷେପଣ ମିଶନ । ଦେଖିବା ପାଇଁ ଫ୍ଲୋରିଡା ଯାଇଥିଲେ ଉପ ରାଷ୍ଟ୍ରପତି କମଲା ହାରିଶ । ସେପ୍ଟେମ୍ବରରେ ହୋଇପାରେ ପୁନଃ ଉତକ୍ଷେପଣ । ଅଧିକ ପଢନ୍ତୁ

ପୁଣି ସ୍ଥଗିତ ହେଲା ନାସାର Artemis I ରକେଟର ଉତକ୍ଷେପଣ

ୱାଶିଂଟନ: ଆଜି ପୁଣି ସ୍ଥଗିତ ରହିଲା ଆମେରିକାର ଚନ୍ଦ୍ର ମିଶନ NASA Artemis I moon mission ର ଉତକ୍ଷେପଣ । ପୂର୍ବରୁ ଏକାଧିକ ଥର ବୈଷୟିକ ତ୍ରୁଟି କାରଣରୁ ଏହାର ଲଞ୍ଚକୁ ସ୍ଥଗିତ ରଖାଯିବା ପରେ ଆଜି ଏହାକୁ ଉତକ୍ଷେପଣ କରିବାକୁ ସମୟ ଧାର୍ଯ୍ୟ କରାଯାଇଥିଲା । ତେବେ ଆଜି ମଧ୍ୟ ଶେଷ ମୁହୂର୍ତ୍ତରେ କିଛି ବୈଷୟିକ ତ୍ରୁଟି ସମ୍ନାକୁ ଆସିବା ପରେ ଏହି ବହୁ ପ୍ରତୀକ୍ଷିତ ରକେଟ ଉତକ୍ଷେପଣକୁ ସ୍ଥଗିତ ରଖାଯାଇଥିବା ନାସା ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।

ଶେଷ ମୁହୂର୍ତ୍ତରେ ବୈଷୟିକ ତ୍ରୁଟି ସାମ୍ନାକୁ ଆସିବା ପରେ ଉତକ୍ଷେପଣକୁ ସ୍ଥଗିତ କରାଯାଇଛି (NASA postpones launch of Artemis I moon mission ) । ମିଶନ ସ୍ଥଗିତ ହେବା ପରେ ବିଶେଷଜ୍ଞ ଟିମ ରକେଟର ସୂଚନା ଏକତ୍ରୀକରଣ କାର୍ଯ୍ୟ ଜାରି ରଖିଛନ୍ତି । ଚନ୍ଦ୍ରକୁ ଏହି ମାନବବିହୀନ ଉଡ଼ାଣ ମିଶନରେ ଅଂଶବିଶେଷ ଏହି କାର୍ଯ୍ୟକ୍ରମ ଜାରି ରଖଛି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା NASA । ଏହି ଉତକ୍ଷେପଣ ଆମେରିକାର ଫ୍ଲୋରିଡା ସ୍ଥିତ ଜେ.ଏଫ କେନେଡି ସ୍ପେସ୍ ସେଣ୍ଟରରୁ ହେବାର ଥିଲା ।

ଏହା ମଧ୍ୟ ପଢନ୍ତୁ :- NASA Moon Rocket, ବଜ୍ରପାତ ସତ୍ତ୍ବେ ଆଜି ଉଡାଣ ଭରିବ ନାସାର ମୁନ୍ ରକେଟ

ଆମେରିକାର ଆପୋଲୋ 17 ମିଶନର 50 ବର୍ଷ ପରେ ଏହି ମିଶନ ଆରମ୍ଭ କରିଛି ନାସା । ସମଗ୍ର ଆମେରିକାରେ ଏହାକୁ ନେଇ ଉତ୍ସାହ ଦେଖିବାକୁ ମିଳିଥିଲା । ସାରା ବିଶ୍ବର ମହାକାଶ ଗବେଷଣାରେ ଆଗୁଆ ଅନ୍ୟ ପ୍ରମୁଖ ରାଷ୍ଟ୍ରମାନେ ମଧ୍ୟ ଏହି ମିଶନର ଫଳାଫଳ ଉପରେ ନଜର ରଖିଛନ୍ତି । ତେବେ ବାରମ୍ବାର ପ୍ରାୟସ ପରେ ମଧ୍ୟ ଶେଷ ମୁହୂର୍ତ୍ତରେ ଏହାର ଉତକ୍ଷେପଣକୁ ସ୍ଥଗିତ ରଖିବାକୁ ପଡୁଛି । 322 ଫୁଟ (98 ମିଟର) ସ୍ପେସ୍ ଲଞ୍ଚ ସିଷ୍ଟମ୍(SLS) ରକେଟ୍ ହେଉଛି ନାସା ଦ୍ୱାରା ନିର୍ମିତ ସବୁଠାରୁ ଶକ୍ତିଶାଳୀ ରକେଟ୍ । ନାସାର 'ଆପୋଲୋ' ମିଶନ (NASA Apollo Programme)ର ପ୍ରାୟ 50 ବର୍ଷ ପରେ ଏହି ମିଶନ ଆରମ୍ଭ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.