ମେକ୍ସିକୋ ସିଟି: ଜେଲରେ ଗୁଳିମାଡ । ଆତତାୟୀର ଗୁଳିମାଡରେ ୧୪ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଉତ୍ତର ମେକ୍ସିକୋ ସହରରେ ଥିବା ଏକ ଜେଲରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
-
"An attack on Sunday by an unknown number of gunmen left 14 people dead at a prison in the northern Mexican city of Ciudad Juarez and allowed 24 inmates to escape," reports AFP News Agency citing state prosecutors' office pic.twitter.com/bNecLWWGnx
— ANI (@ANI) January 1, 2023 " class="align-text-top noRightClick twitterSection" data="
">"An attack on Sunday by an unknown number of gunmen left 14 people dead at a prison in the northern Mexican city of Ciudad Juarez and allowed 24 inmates to escape," reports AFP News Agency citing state prosecutors' office pic.twitter.com/bNecLWWGnx
— ANI (@ANI) January 1, 2023"An attack on Sunday by an unknown number of gunmen left 14 people dead at a prison in the northern Mexican city of Ciudad Juarez and allowed 24 inmates to escape," reports AFP News Agency citing state prosecutors' office pic.twitter.com/bNecLWWGnx
— ANI (@ANI) January 1, 2023
ସୂଚନାଅନୁସାରେ, ଗତକାଲି(ରବିବାର) ଦିନ ସକାଳ ପ୍ରାୟ ୭ଟା ସମୟରେ ଏକ ଗାଡିରେ ହଠାତ୍ ଆତତାୟୀମାନେ ଆସି ଗୁଳିଚାଳନା କରିଥିଲେ । ଗୁଳିମାଡରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ ଜଣ କଏଦୀ ଫେରାର ହୋଇଯାଇଥିବା ସୂଚନା ରହିଛି । ତେବେ ମୃତକମାନେ ୪ଜଣ କଏଦୀ ଏବଂ ୧୦ ଜଣ ସୁରକ୍ଷାବାହିନୀର ହୋଇଥିବା ସୂଚନା ରହିଛି । ତେବେ ଏହି ଘଟଣାପରେ ସ୍ଥାନୀୟ ଜେଲ ଋଣକ୍ଷେତ୍ର ପାଲଟିଥିଲା । ଏହି ଘଟଣାରେ ୧୩ ଜଣ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି ।
ଏହା ମଧ୍ୟ ପଢନ୍ତୁ: Suryanagari Express Derailed: ଟ୍ରାକରୁ ଖସିଲା ୧୨ ବଗି, 20ରୁ ଊର୍ଦ୍ଧ୍ବ ଆହତ
ଖବରପାଇ ସ୍ଥାନୀୟ ମେକ୍ସିକୋ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଆହତମାନଙ୍କୁ ଉଦ୍ଧାର କରି ମେକ୍ସିକୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି । ତେବେ ଏହି ଘଟଣାପରେ ସ୍ଥାନୀୟ ସରକାରଙ୍କ ପକ୍ଷରୁ ଜେଲରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
ଏହା ପୂର୍ବରୁ ଅଗଷ୍ଟ ମାସରେ ଜଲଲେ ଆତତାୟୀଙ୍କ ଗୁଳିମାଡରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା ।
ପ୍ରକାଶଯୋଗ୍ୟ ଯେ, ଗତକାଲି(ରବିବାର) ସକାଳେ ମେକ୍ସିକୋରେ ଏକ ବସ ଦୁର୍ଘଟଣାରେ ୧୫ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୪୭ ଜଣ ଯାତ୍ରୀ ଆହତ ହୋଇଥିଲେ ।