କଲମ୍ବୋ: ପଡୋଶୀ ଭାରତର ଉଦବେଗ ସତ୍ତ୍ବେ ମଧ୍ୟ ଚୀନର ବିବାଦୀୟ ଜାହାଜ (controversial Chinese ship) କୁ ବନ୍ଦରରେ ପ୍ରବେଶ କରିବାର ଅନୁମତି ଦେଇଛି ଶ୍ରୀଲଙ୍କା । ଭାରତୀୟ ସୁରକ୍ଷା ବ୍ୟବସ୍ଥା ସମ୍ପର୍କିତ ଗୁପ୍ତ ତଥ୍ୟ ହାସଲ କରିବା ପାଇଁ ଏହି ଚୀନ ଜାହାଜଟି ଶ୍ରୀଲଙ୍କା ଅଭିମୁଖେ ଆସିଥିବା ଆଶଙ୍କା ପ୍ରକାଶ କରିଥିଲା ଭାରତ । ତେବେ ଭାରତର ଏପରି ସଙ୍ଗୀନ ଉଦବେଗ ସତ୍ତ୍ବେ ମଧ୍ୟ ଶ୍ରୀଲଙ୍କା ଏହି ବିବାଦୀୟ ଜାହାଜକୁ ବନ୍ଦରରେ ପ୍ରବେଶ ଅନୁମତି ଦେଇଛି ।
ଇଣ୍ଟରନ୍ୟାସନାଲ ସିପିଂ ଆଣ୍ଡ ଆନାଲିଟିକ ସାଇଟ୍ସ (international shipping and analytics sites ) ଦ୍ବାରା ପରିଚାଳିତ ଚୀନର ଏହି ଭ୍ୟାସେଲ୍ସ ବର୍ଗର ଜାହାଜ ଏକ ସ୍ପାଏ ସିପ (spy ship) ବୋଲି ଭାରତ ପକ୍ଷରୁ ସନ୍ଦେହ କରାଯାଉଛି । ଏହି ଜାହାଜ ଭାରତ ମହାସାଗରୀୟ କ୍ଷେତ୍ରରେ ଭାରତର ସୁରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ସଂଗ୍ରହ କରିବାର ବ୍ୟବସ୍ଥା ରହିଥିବା କୁହାଯାଉଛି । ଭାରତୀୟ ମହାସାଗରୀୟ ଅଞ୍ଚଳରେ ନିଜ ପ୍ରଭାବ ବସ୍ତାର କରିବା ପାଇଁ ଡ୍ରାଗନ ଏପରି କରୁଛି ।
ତେବେ ଏହି ଜାହାଜଟି ଶ୍ରୀଲଙ୍କାରେ ଚୀନ ଦ୍ବାରା ପରିଚାଳିତ ହେଉଥିବା ହାମବାନଟୋଟା ବନ୍ଦରରେ (Hambantota port of sri lanka) ଲାଗିଛି । ତେବେ ବନ୍ଦରର କର୍ତ୍ତୁପକ୍ଷଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ଜାହାଜଟି ବନ୍ଦରରେ ପ୍ରବେଶ କରିବା ପାଇଁ ମନ୍ତ୍ରଣାଳୟରୁ ସମସ୍ତ ଅନୁମତି ପାଇଁ ସାରିଛି । ଏହି ଜାହାଜଟି 16 ରୁ 22 ତାରିଖ ମଧ୍ୟରେ ବନ୍ଦରରେ ଲାଗିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ