ବେଜିଂ: ଚୀନରୁ ସିଙ୍ଗାପୁର ଯାଉଥିବା ବିମାନରେ ଅଗ୍ନିକାଣ୍ଡ । ଇଞ୍ଜିନରେ ନିଆଁ ଲାଗିବାରୁ ଜରୁରୀକାଳିନ ଅବତରଣ କଲା ଏୟାରବସ ବିମାନ । ଧୂଆଁରେ ଅଣନିଶ୍ବାସୀ ହୋଇ 9 ଜଣ ଯାତ୍ରୀ ଅସୁସ୍ଥ ହୋଇଥିବା ସୂଚନା ମିଳିଛି । ବିମାନ 146 ଜଣ ଯାତ୍ରୀ ଓ 9 ଜଣ କ୍ରୁ ମେମ୍ବର ରହିଥିଲେ । ସମସ୍ତ ଯାତ୍ରୀଙ୍କୁ ବିମାନରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ଜେଟଲାଇନର ଫେସବୁକ ପୋଷ୍ଟରେ ସୂଚନା ଦେଇଛି।
ଆରିବସ A320 ବିମାନ 146 ଜଣ ଯାତ୍ରୀଙ୍କୁ ନେଇ ଚୀନରୁ ସିଙ୍ଗାପୁର ଅଭିମୁଖେ ଉଡାଣ ଆରମ୍ଭ କରିଥିଲା । କିନ୍ତୁ ଅବତରଣର କିଛି ସମୟ ପୂର୍ବରୁ ଇଞ୍ଜିନରେ ନିଆଁ ଲାଗିବାରୁ ଧୂଆଁମୟ ହୋଇଯାଇଥିଲା ବିମାନ । ଏହାପରେ ରବିବାର ଅପରାହ୍ନ ସମୟରେ ଚାଙ୍ଗି ବିମାନବନ୍ଦରରେ ଜରୁରୀ ଅବତରଣ କରିଥିଲା ଏୟାର ଚାଇନା ବିମାନ । ଚୀନ୍ର ସିଚୁଆନ୍ ପ୍ରଦେଶର ଚେଙ୍ଗଡୁ ସହରରୁ ଏହି ବିମାନ ଉଡାଣ ଆରମ୍ଭ କରିଥିଲା ।
ଜେଟଲାଇନର ଫେସବୁକରେ ଏକ ପୋଷ୍ଟ କରି କହିଛି ଯେ, ବିମାନରେ ଧୂଆଁ ବ୍ୟାପି ଯିବାରୁ ଯାତ୍ରୀ ମାନେ ନିଜକୁ ଅସୁରକ୍ଷିତ ମନେ କରିଥିଲେ । ଧୂଆଁ ଯୋଗୁଁ 9 ଜଣ ଯାତ୍ରୀ ଅସୁସ୍ଥ ହୋଇଛନ୍ତି । ସମସ୍ତ ଯାତ୍ରୀଙ୍କୁ ବିମାନରୁ ଉଦ୍ଧାର କରାଯାଇଛି । ବିମାନରେ ଧୂଆଁ ବ୍ୟାପିବା ଖବର ପାଇବା ପରେ ପାଇଲଟ ଜରୁରୀ ଅବତରଣ କରିଥିଲେ ।
ଏହା ମଧ୍ୟ ପଢନ୍ତୁ-ପାହାଡରେ ପିଟିହୋଇ ଜଳିଗଲା ଚୀନ ବିମାନ, ଥିଲେ ୧୩୩ ଯାତ୍ରୀ
ଚୀନର ମିଡିଆ ରିପୋର୍ଟ ଅନୁଯାୟୀ, ବିମାନ ଇଞ୍ଜିନରେ ନିଆଁ ଲାଗିବା ପରେ ଧୂଆଁ ବ୍ୟାପିଯାଇଥିଲେ । ଯାତ୍ରୀ ମାନେ ଭୟରେ ନିଜ ନିଜ ସିଟରୁ ଉଠିଯାଇ ଛିଡା ହୋଇଯାଇଥିଲେ । ଏହାପରେ ବିମାନ କ୍ରୁ ମେମ୍ବର ସମସ୍ତଙ୍କୁ ବସିବାକୁ କହିଥିଲେ । ଚାଙ୍ଗି ବିମାନବନ୍ଦରରେ ଅବତରଣ ପରେ ବିମାନ ଇଞ୍ଜିନରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇଥିଲା । ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଇଞ୍ଜିନରେ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଅନ୍ୟପଟେ ଏୟାର ଚାଇନା କହିଛି ଯେ ଇଞ୍ଜିନରେ ନିଆଁ କେଉଁ କାରଣ ଯୋଗୁଁ ଲାଗିଲା ସେନେଇ ତଦନ୍ତ ଜାରି ରହିଛି।
ଏହା ମଧ୍ୟ ପଢନ୍ତୁ-Ukraine Plane crash: ୟୁକ୍ରେନରେ ଦୁଇ ଯୁଦ୍ଧ ବିମାନ ମୁହାଁମୁହିଁ ଧକ୍କା, 3 ପାଇଲଟ ମୃତ
2022ରେ ଚୀନ ଇଷ୍ଟର୍ଣ୍ଣ ଏୟାରଲାଇନ୍ସର ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । କୁନମିଙ୍ଗରୁ ଚୀନର ଗୁଆଙ୍ଗଜୁହୁ ଅଭିମୁଖେ ଉଡାଣ ଭରିଥିବା ବିମାନଟି ପାହାଡରେ ପିଟି ହୋଇ ଜଳିଯାଇଥିଲା । ବିମାନରେ ମୋଟ ୧୩୩ଜଣ ଯାତ୍ରୀ ଥିଲେ । ଯାହାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଥିଲେ।