ETV Bharat / international

Russia-Ukraine War: ପାଲଟା ଜବାବ ଦେଲା ୟୁକ୍ରେନ, ଉଡାଇଦେଲା ଋଷ ତୈଳ ଡିପୋ - ଋଷିଆ ଓ ୟୁକ୍ରେନ ଶାନ୍ତି ବୈଠକ

ଋଷ-ୟୁକ୍ରେନ ଯୁଦ୍ଧକୁ 38 ଦିନ ପୁରିଛି । ଏପଟେ ପ୍ରଥମ ଥର ପାଇଁ ଋଷ ଉପରେ ପାଲଟା ଆକ୍ରମଣ କଲା ୟୁକ୍ରେନ । ହେଲିକପ୍ଟର ଆକ୍ରମଣରେ ଋଷର ତେଲ ଡିପୋ ଧ୍ୱଂସ । ଆରମ୍ଭ ହେଲା ଶାନ୍ତି ବାର୍ତ୍ତା । ଅଧିକ ପଢନ୍ତୁ

Russia Ukraine War: ପୁଣି ଶାନ୍ତି ବୈଠକ ଆରମ୍ଭ

author img

By

Published : Apr 1, 2022, 5:26 PM IST

Updated : Apr 1, 2022, 5:57 PM IST

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି । ଋଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧକୁ ଆଜି ୩୮ ଦିନ ପୂରିଛି । ଗୋଟିଏ ପଟେ ଦେଶର ଅଖଣ୍ଡାତା ବଞ୍ଚାଇବା ଲାଗି ସମସ୍ତ ଚେଷ୍ଟା ଜାରି ରଖିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍‌ସ୍କି । ସେହିପରି ଆଜି ପଶ୍ଚିମ ଋଷ ଅଞ୍ଚଳରେ ଥିବା ଏକ ତୈଳ ଡିପୋ ଉପରେ ୟୁକ୍ରେନର ଆକ୍ରମଣ କରିଛି । ତେବେ ଏହି ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ପୁଣି ଶାନ୍ତି ବୈଠକ ଆରମ୍ଭ ହୋଇଥିବା ଜଣାପଡିଛି । ଭର୍ଚ୍ଚୁଆଲ ମାଧ୍ୟମରେ ଦୁଇ ଦେଶ ମଧ୍ୟରେ ଜାରି ରହିଛି ଏହି ଶାନ୍ତି ବୈଠକ ।

ତେବେ ପ୍ରଥମ ଥର ପାଇଁ ୟୁକ୍ରେନ ସେନା ଋଷିଆ ସୀମାରେ ପଶି ଆକ୍ରମଣ କରିଛନ୍ତି । ପଶ୍ଚିମ ଋଷିଆରେ ଥିବା ବେଲଗୋରୋଡର ଏକ ତୈଳ ଡିପୋ ଉପରେ ଦୁଇଟି ହେଲିକପ୍ଟର ସାହାଯ୍ୟରେ ବୋମ ମାଡ କରିଛି ୟୁ୍କ୍ରେନ । ଏହି ଆକ୍ରମଣେରେ ଦୁଇ ଜଣ ଆହତ ହୋଇଥିବା ଏଠାକାର ଗଭର୍ଣ୍ଣର କହିଛନ୍ତି ।ଏହା ଋଷର ସୈନ୍ୟବାହିନୀ ପାଇଁ ଏକ ଲଜ୍ଜାଜନକ ବୋଲି ମନେ ହୋଇଛି । କାରଣ ଗତ ସପ୍ତାହରେ ୟୁକ୍ରେନର ବାୟୁସେନାକୁ ଆମେ ଧ୍ବସଂ କରି ଦେଇଥିବା ଋଷ କହିଥିଲା । ଏପଟେ ଏହି ଋଷିଆରେ ୪ ଲକ୍ଷ ରହୁଥିବା ବେଳେ ଏହା ୟୁକ୍ରେନ ଠାରୁ ୨୦ ମାଇଲ ଦୂରରେ ଅବସ୍ଥିତ ବୋଲି ଜଣାପଡିଛି ।

ସେହିଭଳି ଗତ ଗତ କିଛି ଦିନ ତଳେ ଋଷ ଓ ୟୁ୍କ୍ରେନ ପ୍ରତିନିଧି ମଣ୍ଡଳୀଙ୍କ ମଧ୍ୟରେ ତୁର୍କୀର ଇସ୍ତାନବୁଲରେ ଶାନ୍ତି ବୈଠକ ହୋଇଥିଲା । ତେବେ ଏହି ବୈଠକ ପରେ ଋଷ ପକ୍ଷରୁ ଆକ୍ରମଣକୁ ଧୀର କରାଯାଇଥିଲା । ଏଥିସହ ଉଭୟ ରାଷ୍ଟ୍ର ପକ୍ଷରୁ କିଛି କିଛି ସର୍ତ୍ତ ରଖାଯାଇଥିଲା । ଅନ୍ୟପଟେ ଋଷର ଏହି ତୈଳ ଡିପୋ ଉପରେ ୟୁକ୍ରେନ ଆକ୍ରମଣ ପରେ ସେଠାରରେ ଥିବା ସାଧାରଣ ଲୋକଙ୍କୁ ଋଷିଆ ଉଦ୍ଧାର କରୁଥିବା ଜଣାପଡିଛି । ମାତ୍ର ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧରେ କିଛି ମାତ୍ରାରେ ଋଷ ନରମି ଥିବା ବେଳେ ଆଜିର ଏହି ଆକ୍ରମଣ କେଉଁ ମୋଡ ନେଉଛି ତାହା ଦେଖିବାକୁ ବାକି ରହିଛି ।

@ANI

Last Updated : Apr 1, 2022, 5:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.