ETV Bharat / international

ହାରିଲା କୋରୋନା, 471 ଦିନ କୋରୋନା ସହ ଲଢି ଜିତିଲେ କ୍ୟାନସର ରୋଗୀ - କରୋନା ରୁ 471 ଦିନ ପରେ ସୁସ୍ଥ ହେଲେ କ୍ୟାନସର ରୋଗୀ

ଆମେରିକାର ଜଣେ ବ୍ୟକ୍ତିଙ୍କ ପାଖରେ କୋରୋନା ଭୂତାଣୁ 471 ଦିନ ରହିଥିଲା । 471 ଦିନ ଧରି କୋରୋନା ଆକ୍ରାନ୍ତରେ ପୀଡିତ ଥିବା ବ୍ୟକ୍ତି ଜଣକ ମଧ୍ୟ ହେଲେ ଜଣେ କ୍ୟାନସର ରୋଗୀ । ସେହି କ୍ୟାନସର ରୋଗୀ ଜଣକ 471 ଦିନ ପର୍ଯ୍ୟନ୍ତ କୋରୋନା ସହିତ ଲଢି ସୁସ୍ଥ ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

471 ଦିନ କରୋନାରେ ଆକ୍ରାନ୍ତ ପରେ ସୁସ୍ଥ ହେଲେ କ୍ୟାନସର ରୋଗୀ

author img

By

Published : Jul 7, 2022, 8:23 AM IST

ହାଇଦ୍ରାବାଦ: କୋରୋନାର କରାଳ ରୂପରେ ସାରା ବିଶ୍ବ ଆତଙ୍କିତ ହୋଇପଡିଥିଲା । ପ୍ରଥମ ଲହର, ଦ୍ବିତୀୟ ଲହର, ତୃତୀୟ ଲହରର ପରେ ବି କୋରୋନା ବିଶ୍ବରୁ ସବୁଦିନ ପାଇଁ ଲିଭିନାହିଁ । ତଥାପି କୋରୋନା ଗ୍ରାଫ ତଳ ଉପର ରହୁଛି । କୋରୋନା ଅନେକ ଲୋକଙ୍କର ଜୀବନ ନେଇଛି । ଯାହାର ରୋଗ ପ୍ରତିରୋଧକ ଶକ୍ତି ଅଧିକ ରହିଛି କୋରୋନା ତାକୁ ପ୍ରଭାବ ପକାଇବାରେ ଅସଫଳ ହୋଇଛି । ଯାହା ପାଖରେ ରୋଗ ପ୍ରତିରୋଧକ ଶକ୍ତି କମ ରହିଛି ତାକୁ କୋରୋନା ଅଧିକ ପ୍ରଭାବ ପକାଇଛି । କିଏ କୋରୋନା ସହିତ ଲଢି ନୂଆ ଜୀବନ ପାଇଛି ତ କିଏ କୋରୋନାଠୁ ହାରି ମୃତ୍ୟୁ ମୁଖରେ ପଡିଛି । କେହି କେହି ମଧ୍ୟ କୋରୋନା ସଂକ୍ରମିତ ଦୁଇ ଦୁଇ ଥର ହୋଇଛନ୍ତି । ଆଉ କେହି କେହି କୋରୋନାରେ ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ ଥାଇ ମଧ୍ୟ କରୋନାକୁ ହରାଇ ସୁସ୍ଥ ହୋଇଛି ।

ସୂଚନାଯୋଗ୍ୟ, ଆମେରିକାର ଜଣେ ବ୍ୟକ୍ତିଙ୍କ ପାଖରେ କୋରୋନା ଭୂତାଣୁ 471 ଦିନ ରହିଥିଲା । 471 ଦିନ ଧରି କୋରୋନା ଆକ୍ରାନ୍ତରେ ପୀଡିତ ଥିବା ବ୍ୟକ୍ତି ଜଣକ ମଧ୍ୟ ହେଲେ ଜଣେ କ୍ୟାନସର ରୋଗୀ । ଆମେରିକାର ସେହି କ୍ୟାନସର ରୋଗୀଙ୍କଠାରେ କୋରୋନା ଭୂତାଣୁ 471 ଦିନ ଧରି ରହିଥିଲା । ସେହି କ୍ୟାନସର ରୋଗୀ ଜଣକ 471 ଦିନ ପର୍ଯ୍ୟନ୍ତ କୋରୋନା ସହିତ ଲଢି ସୁସ୍ଥ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଏହା ଦ୍ବିତୀୟ ଘଟଣା ଯାହା ଦୀର୍ଘଦିନ ଧରି ଆକ୍ରାନ୍ତ ହୋଇଥିବା କୋରୋନା ସଂକ୍ରମକ ।

ସେହିପରି ଦୀର୍ଘଦିନ ଧରି ଆକ୍ରାନ୍ତ ହୋଇଥିବା ପ୍ରଥମ କୋରୋନା ସଂକ୍ରମକ ହେଉଛନ୍ତି ସେହି ଆମେରିକାର । ତାଙ୍କ ଦେହରେ କୋରୋନା ଭୂତାଣୁ 16 ମାସ ଅର୍ଥାତ 505 ଦିନ ରହିଥିଲା । ଏହି ବ୍ୟକ୍ତି 2020 ମସିହାରେ କୋରୋନା ଆକ୍ରାନ୍ତରେ ଶିକାର ହୋଇଥିଲେ । ପରେ ତାଙ୍କର କୋରୋନା ଟେଷ୍ଟ କରାଯାଇଥିଲା ତଥାପି ତାଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା । ଏମିତି ବାରମ୍ବାର ତାଙ୍କର ଟେଷ୍ଟ କରାଯିବା ସତ୍ତ୍ବେ ତାଙ୍କର ରିପୋର୍ଟ ପଜିଟିଭ ଆସୁଥିଲା । ପରେ ବର୍ଷେ ପରେ ଅର୍ଥାତ 2021 ମସିହାରେ ଯେତେବେଳେ ତାଙ୍କର ଟେଷ୍ଟ କରାଯାଇଥିଲା ତଥାପି ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ଶେଷରେ ବ୍ୟକ୍ତି ଜଣକ ୋକରୋନା ସହିତ ଲଢି 16 ମାସ ପରେ ମୃତ୍ୟୁ ମୁଖରେ ପଡିଥିଲେ । ଏଘଟଣା ସମ୍ପର୍କରେ ଲଣ୍ଡନର କିଙ୍ଗ୍ସ କଲେଜର ଡାକ୍ତର କହିଥିଲେ ଏହା ଏକ Persistent viral infections । ଏହି ବ୍ୟକ୍ତିଙ୍କର ଚିକିତ୍ସା ଜାରି ରହିଥିଲେ ମଧ୍ୟ କୌଣସି ଫଳାଫଳ ମିଳି ନଥିଲା । ଶେଷରେ ତାଙ୍କର ମୃତ୍ୟୁ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.