ETV Bharat / international

ଆଫଗାନିସ୍ତାନରେ ପ୍ରକୃତିର ତାଣ୍ଡବ, ଶକ୍ତିଶାଳୀ ଭୂକମ୍ପରେ 2000 ମୃତ - ଆଫଗାନିସ୍ତାନରେ ଭୂକମ୍ପ

ଆଫଗାନିସ୍ତାନରେ ମୃତ୍ୟୁର ତାଣ୍ଡବ ରଚିଲା ଭୂକମ୍ପ । ଶକ୍ତିଶାଳୀ ଭୂକମ୍ପରେ 2000 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା। ଅଧିକ ପଢନ୍ତୁ

afghanistan powerful earthquake
afghanistan powerful earthquake
author img

By ETV Bharat Odisha Team

Published : Oct 8, 2023, 7:26 AM IST

Updated : Oct 8, 2023, 12:42 PM IST

କାବୁଲ: ଆଫଗାନିସ୍ତାନରେ ପ୍ରକୃତିର ତାଣ୍ଡବ । ଶନିବାର 6.3 ତିବ୍ରତାର ଭୂକମ୍ପ ପରେ 2000 ଜଣଙ୍କର ମୃତ୍ୟୁ ହୋଇଥିବା ତାଲିବାନ ସରକାର ସୂଚନା ଦେଇଛି । ଭୂକମ୍ପରେ ପ୍ରାୟ 6ଟି ଗାଁ ସମୂର୍ଣ୍ଣ ଧ୍ବଂସ ହୋଇଯାଇଛି। ପ୍ରଥମେ 100ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 5ଶହ ଜଣ ଆହତ ହୋଇଥିବା ଦେଶର ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସୂଚନା ଦେଇଥିଲେ । ସେହିପରି ଭୂକମ୍ପରେ ପ୍ରାୟ 320 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଥିବା ମିଳିତ ଜାତିସଂଘ ଆକଳନ କରିଥିଲା । ଏବେ ମଧ୍ୟ ବହୁ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ସୂଚନା ମିଳିଛି । ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ଭୂକମ୍ପ ଜନିତ ମୃତ୍ୟୁସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି ।

ଏହା ମଧ୍ୟ ପଢନ୍ତୁୃ-Earthquake: ଶକ୍ତିଶାଳୀ ଭୂକମ୍ପରେ ଥରିଲା ଆଫଗାନିସ୍ତାନ, ଘଣ୍ଟାଏରେ ୩ଥର ଝଟକା

ଶନିବାର କ୍ରମଶଃ ଆଫଗାନିସ୍ତାନରେ ତିନି ଥର ଭୂକମ୍ପ ହୋଇଥିଲା । ହେରାତ ସହରର ଉତ୍ତର-ପଶ୍ଚିମଠାରୁ ପ୍ରାୟ 40 କିମି ଦୂରରେ ଭୂକମ୍ପର କେନ୍ଦ୍ର ସ୍ଥଳ ରହିଥିଲା । 6.3, 5.9 ଏବଂ 5.5 ତୀବ୍ରତାରେ ତିନିଥର ଭୂକମ୍ପ ହୋଇଥିଲା । ଏହାପରେ ଭୟରେ ଆଫଗାନବାସୀ ଘର ବାହାରକୁ ବାହାରି ଆସିଥିଲା । ଭୂକମ୍ପ ଝଟକାରେ ବଡ଼ ବଡ଼ ଅଟାଳିକାମାନ ଭୁଶୁଡ଼ି ପଡ଼ିଥିଲା । ବହୁ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଯାଇଥିବା ବେଳେ ଅନେକଙ୍କ ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ସୁଦ୍ଧା 2000 ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ 465ଟି ଘର ଭାଙ୍ଗିଛି ଓ 135ଟି ଘର ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆହତ ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ହୋଇପାରେ ବୋଲି ସ୍ଥାନୀୟ କର୍ତ୍ତୃପକ୍ଷ କରହିଛନ୍ତି।

ଏହା ମଧ୍ୟ ପଢନ୍ତୁ-Earthquake Hits Morocco: ମରକ୍କୋ ଶକ୍ତିଶାଳୀ ଭୂକମ୍ପରେ 632 ମୃତ, ଦୁଃଖ ପ୍ରକାଶ କଲେ ମୋଦି

ସ୍ଥାନୀଯ ଜଣେ ବାସିନ୍ଦା କହିଛନ୍ତି ଯେ, ଶନିବାର ମଧ୍ୟାହ୍ନରେ ସହରର 5 ଥର ଭୂକମ୍ପ ହୋଇଥିଲା । ଏହାପରେ ଭୟରେ ସମସ୍ତେ ଘରୁ ବାହାରକୁ ପଳାଇ ଆସିଥିଲେ । ବର୍ତ୍ତମାନ କେହିବି ଜଣେ ହେଲେ ଘରେ ନାହାନ୍ତି । କୌଣସି ମୂହୁର୍ତ୍ତରେ ପୁଣି ଭୂକମ୍ପ ହେବା ନେଇ ଭୟ ରହିଛି । ଏନେଇ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ କହିଛି ଯେ, ଭୂକମ୍ପରେ ଆହତ ବ୍ୟକ୍ତିମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କୁ ହସ୍ପିଟାଲେର ଭର୍ତ୍ତି କରିବା ପାଇଁ 12ଟି ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି । ଭୂକମ୍ପ ଯୋଗୁଁ ହେରାତର ଜିନ୍ଦାଜାନ ଜିଲ୍ଲାର 3ଟି ଗ୍ରାମ ଅଧିକ କ୍ଷତିଗ୍ରସ୍ତ ହୋଇଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରଭାବିତଙ୍କୁ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି କୁହାଯାଇଛି ।

Last Updated : Oct 8, 2023, 12:42 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.